ପୋଲିସ ଜୟନାରାୟଣ ବିବାଦର ରହିଛି ଲମ୍ୱା ଇତିହାସ…କେତେବେଳେ ଧସ୍ତାଧସ୍ତି ତ ଆଉ କେତେବେଳେ ହେଇଛି…

ହନୁମାନ ଜୟନ୍ତୀ ଠାରୁ ବିରୋଧୀ ଦଳ ନେତା ହେବା ପର୍ଯ୍ୟନ୍ତ । ପୁଲିସ-ଜୟ ନାରାୟଣଙ୍କ ବିବାଦର ରହିଛି ଲମ୍ୱା ଇତିହାସ । କେତେବେଳେ ଧ-ସ୍ତା-ଧ-ସ୍ତି ତ ଆଉ କେତେବେଳେ ମ-ରା-ମ-ରି । ଗିରଫ ବି ହୋଇଛନ୍ତି ଜୟ ନାରାୟଣ, ରାଜନୀତି ବି ଜୋର ଧରିଛି । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏବଂ ଓଡିଶା ପୋଲିସ ମଧ୍ୟରେ ବିବାଦର ଲମ୍ବା ଇତିହାସ ରହିଛି । କେତେବେଳେ ନିର୍ଦ୍ଦେଶକୁ ଅମାନ୍ୟ କରି ଜୟ ନାରାୟଣ ଭଣ୍ଡ ବୁଲାଇ ଛନ୍ତି ତ ଆଉ କେତେବେଳେ ପୋଲିସ ସହିତ ଧ-ସ୍ତା ଧ-ସ୍ତି ହୋଇଛନ୍ତି ।

ପୂର୍ବରୁ ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ଖ-ଣ୍ଡା ଏବଂ ଅନ୍ୟ ଅ-ସ୍ତ୍ର ଶ-ସ୍ତ୍ର ବୁଲାଇବାର ପରମ୍ପରା ଥିଲା । ମାତ୍ର ପରବର୍ତ୍ତୀ ସମୟରେ ପୋଲିସ ପକ୍ଷରୁ ଏହାକୁ ବାରଣ କରା ଯାଇଥିଲା । କିନ୍ତୁ ଜୟ ନାରାୟଣ ଏହାକୁ ମାନି ନଥିଲେ । ସେହି କାରଣରୁ ପୋଲିସ ସହ ତାଙ୍କର ଝଗଡା ହୋଇଥିଲା । ପୋଲିସ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ସେତେବେଳେ ଜୟ ନାରାୟଣକୁ ଗି-ର-ଫ କରା ଯାଇ ଜେ-ଲ ପଠା ଯାଇଥିଲା ।

ଏହା ପ୍ରତିବାଦରେ ବିଜେପି ସମ୍ବଲପୁର ବନ୍ଦ ଡାକରା ଦେଇଥିଲା । ସେ ସମୟରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀ ସମ୍ବଲପୁର ଆସିଥିଲେ । ସେତେବେଳେ ତାଙ୍କ କାର୍ଯ୍ୟକ୍ରମରେ ଯୋଗ ଜୟ ନାରାୟଣ ଏବଂ ଅନ୍ୟ ସ୍ଥାନୀୟ ନେତା ହୀରାକୁଦ ବନ୍ଧ ଉପରେ ଯିବା ପାଇଁ ଚାହୁଁ ଥିଲେ ମାତ୍ର ହୀରାକୁଦ ପୋଲିସ ଏ ନେଇ ଅନୁମତି ଦେଇ ନ ଥିଲା । ସେହି କାରଣ ପାଇଁ ହୀରାକୁଦ ଥାନା ଅଧିକାରୀଙ୍କ ସହ ଜୟ ନାରାୟଣଙ୍କ ବଚସା ହୋଇଥିଲା । ଏ ନେଇ ହୀରାକୁଦ ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।

ବିଜେପୁର ଉପ ନିର୍ବାଚନ ସମୟରେ ଷୋହେଲା ଥାନା ଅଞ୍ଚଳରେ ବିଜେପି-ବିଜେଡି କର୍ମୀ ମଧ୍ୟରେ ଗ-ଣ୍ଡୋ-ଗୋ- ଳ ହେଇଥିଲା । ଆଉ ଏହି ଗ -ଣ୍ଡୋ -ଗୋ -ଳକୁ ନେଇ ପୋଲିସ ଜୟ ନାରାୟଣଙ୍କୁ ତାଙ୍କ ସମ୍ବଲପୁର ବାସ ଭବନରୁ ଗି-ର-ଫ କରି ଜେଲ ପଠାଇ ଥିଲା । କୋରୋନା ସମୟରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସାଧାରଣ ଲୋକଙ୍କ ପାଇଁ ବନ୍ଦ ଥିଲା ।

କୌଣସି କଥାକୁ ନେଇ ଜୟ ନାରାୟଣ ସେଠାକୁ ଜବରଦସ୍ତ ପସିବାକୁ ଚାହୁଁ ଥିଲେ । ସ୍ଥାନୀୟ ପୋଲିସ ସେତେବେଳେ ବାଧା ଦେବାରୁ ଜୟ ନାରାୟଣ ଆଉ ପୋଲିସ ମଧ୍ୟରେ ଝଗଡା ହେଇଥିଲା । କିଛି ବର୍ଷ ତଳେ ସମ୍ବଲପୁର ଦୁର୍ଗାପଲ୍ଲୀ ଠାରେ ଅମୀ ଉଛେଦକୁ ନେଇ ଜୟ ନାରାୟଣ ଓ ସ୍ଥାନୀୟ ତହସିଲାଦାର ଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା । ଏ ସବୁ ଘଟଣା ଜୟ ନାରାୟଣ ବିରୋଧୀ ଦଳ ନେତା ହେବ ଆଗରୁ ହୋଇଥିଲା ।

ଆଉ ଏବେ ଧନୁପାଲ୍ଲୀ ଥାନା ଆଇଆଇସି ଆଉ ଜୟ ନାରାୟଣଙ୍କ ବିବାଦ ରାଜନୈତିକ ମୋଡ ନେଇଛି । ସେପଟେ ଧନୁପଲ୍ଲୀ ଥାନା ଇନ୍ସ୍ପେକ୍ଟର ଅନିତା ପ୍ରଧାଙ୍କ ଅନୁରୂପ ମଧ୍ୟ ରେକର୍ଡ ଅହିଛି । ଗତ ମେ ମାସରେ ସରପଞ୍ଚ ଓ ତାଙ୍କ ସ୍ତ୍ରୀଙ୍କୁ ଅଟକ ରଖିକି ମା-ଡ ମା-ରି-ଥି-ବା ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା ।

ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *