ଦିଲ୍ଲୀ ରୂ ଆସିଲା ଖୁସି ଖବର ! Pintu ଙ୍କୁ ନେଇ କିଛି ଏମିତି କହିଲେ ଅଭିନେତା Bobby Mishra

ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ ଏବେ ଲିଭର ଜନିତ ସମସ୍ୟାରେ ପୀଡିତ ଅଛନ୍ତି । ପିଣ୍ଟୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବା ନେଇ ଓଡିଶା ବାସୀ ଆର୍ଥିକ ସାହାଜ୍ଯ ପ୍ରଦାନ କରିଛନ୍ତି । ଓଡିଆ ଇଣ୍ଡଷ୍ଟ୍ରିର ଅନେକ ବଡ ବଡ କଳାକାର ମାନେ ମଧ୍ୟ ତାଙ୍କୁ ସାହାର୍ଯ୍ୟ କରୁଛନ୍ତି । ତେବେ ବର୍ତ୍ତମାନ ପିଣ୍ଟୁ ଦିଲ୍ଲୀରେ ଅଛନ୍ତି ଆଉ ଖୁବ ଶୀଘ୍ର ତାଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟ କରାଯିବ ।

ଓଡିଆ ସିନେ ଆସୋସିଏନ ତରଫରୁ ପିଣ୍ଟୁ ଙ୍କୁ ଆର୍ଥିକ ସାହାଜ୍ଯ କରିବା ଲାଗି ଅନୁରୋଧ କରା ଯାଇଥିଲା । ଆଉ ଏହାରି ମଧ୍ୟରେ ଓଡିଆ ଅଭିନେତା ବବି ମିଶ୍ର ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବବି ମିଶ୍ର ଗଣମାଧ୍ୟମ ଆଗରେ କହିଛନ୍ତି “ସେ ପିଲା ବିଷୟରେ ମୁଁ ଏତେ କଥା ଜାଣିନି କୁମାର ବୋଲି ଗୋଟେ ପିଲା ତାକୁ ନେଇକି ଆସିଥିଲା ମୁଁ ସେଠାରେ ଥିଲି ।

ବିଜୁ ଭାଇ, ଅସିତ ପତି ବି ଥିଲେ । ସେମାନେ ଗଲା ପରେ ଇଏ ଆସି ପହଞ୍ଚିଲା । ପିଣ୍ଟୁର ଦେହ ଖରାପ ଆଉ ସେ ପିଲା ଆସିଥିଲା । ତେଣୁ ଆମେ ତାକୁ ଭଲ ପାଇବା ଦେଇଥିଲୁ । ସେ 50 ହଜାର ଟଙ୍କା ଦେଲା ମୁଁ ତାକୁ ସେଇଠି ପଚାରିଲି ଆଜ୍ଞା ଆପଣଙ୍କ ଚେକ ବାଉନ୍ସ ହେବନି ତ । ସେ କହିଲା ଆପଣ କଣ କହୁଛନ୍ତି ଦାଦା । ମୁଁ ପଛରେ ଶୁଣିଲି ସେଇଟା ଗୋଟେ ମାନସିକ ରୋଗୀଟା ।

ଇଣ୍ଟରଭିୟୁରେ ଲୋକ ତାକୁ ଚୋର କହୁଛନ୍ତି କଣ ଗାଡି ଚୋରୀ କରିଛି । ତେଣୁ ମୁଁ ତା ବିଷୟରେ କଣ ଚିନ୍ତା କରିବି । ମୁଁ ଏବେ ପିଣ୍ଟୁ ଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଗୁରୁତ୍ଵ ଦେଉଛି । ସେ ଯେଉଁ କଥା କହିଛି ବବି ମିଶ୍ର କେତେ ଟଙ୍କା ଦେଇଛି ଖରାପ ଭାଷା ଲଗେଇ । ତାର କାଟଗୋରୀ କଣ ମୁଁ କଣ କହିବି ।

ମୁଁ ଖାଲି ଏତିକି କହୁଛି ପିଣ୍ଟୁର ଭାଇ ଯିଏ ଅଛନ୍ତି ଅଭିରାମ ଆପଣ ତାଙ୍କୁ ପଚାରନ୍ତୁ ମୁଁ ପିଣ୍ଟୁକୁ କଣ ସାହାର୍ଯ୍ୟ କରିଛି ଆଉ ଆଗକୁ ତା ପାଇଁ କଣ ପ୍ଳାନ କରିଛି । ସେ ମୋ ସାନ ଭାଇ ତା ପାଇଁ ସବୁ କିଛି କରି ପାରିବି । ମୁଁ ମିଡିଆ ଆଗରେ ଢୋଲ ବଜାଇ କହିପାରିବି ନାହି । ମୁଁ ଆଗକୁ ସ୍ଟେପ ନେଇ ସାରିଲିଣି ।

ପିଣ୍ଟୁ ଏବେ ଧୀରେ ଧୀରେ ସୁସ୍ଥ ହେବା ଆରମ୍ଭ କଲାଣି ଖାଲି ତା ପେଟରେ ପାଣି ହେଇଛି ସେଇଟା କଢା ହେଉଛି ସେଇଟା ଠିକ ହେବା ପରେ ଟ୍ରାନ୍ସପ୍ଳାଣ୍ଟ କରାଯିବ । ଲୋକ ରେଡି ହେଇଗଲେଣି ଲିଭର ଦେବା ପାଇଁ । ମୁଁ ପିଣ୍ଟୁ ର ଆରୋଗ୍ଯ କାମନା କରୁଛି । ବର୍ତ୍ତମାନ ମୁଁ ବୁଝିଲି ସେ ମୋତେ ଦାଦା କହିଲା ଆଉ ଏମିତି କାମ କରି ଦେଲା” । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *