ମା’ ଜୁଇ ଜଳୁଥିଲା ପାଖରେ ପୁଅ ବଦଳରେ ପୋଲିସ୍ ବାବୁ ଦେଉଥିଲେ କାନ୍ଧ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମା’ ର ଶବକୁ ପୁଅର କାନ୍ଧ ବଦଳରେ ମିଳିଲା ପୋଲିସଙ୍କର କାନ୍ଧ ! ତେବେ ସବୁ ବାପା ଓ ମାଆ ନିଜର ପିଲାମାନଙ୍କ ଠାରୁ କିଛି ଆଶା କରନ୍ତୁ ବା  ନକରନ୍ତୁ । ହେଲେ ଏତିକି ଆଶା କରିଥାନ୍ତି । ଯେପରି ବାପା କିମ୍ବା ମାଆ ଚାଲିଗଲା ପରେ ସର୍ବଶେଷରେ ପୁଅର ଟିକେ କାନ୍ଧ ମିଳିବ । ଏହା ସହିତ ପୁଅ ଯାଇ ବାପାଓ ମାଆଙ୍କ ସବରେ ଯାଇ ଟିକେ ନିଆଁ ଦେବ । ଯାହା ଦ୍ଵାରା ବାପା ହେଉ କିମ୍ବା ମାଆ ଉଭୟଙ୍କର ଆତ୍ମାର ମୋକ୍ଷ ପ୍ରାପ୍ତି ହେବ ।

ତେବେ ଏଠାରେ ମା’ ଚାଲିଗଲା ହେଲେ ପାଖରେ ବସି କାନ୍ଦିବାକୁ କି ଶବକୁ କାନ୍ଧେଇବାକୁ ପାଖରେ କେହି ବାହାନ୍ତି । ତେବେ ନିଜର ୨  ଟି ସନ୍ତାନ ଥାଇ ମଧ୍ୟ ଜୀବନର ଶେଷ ସମୟରେ ପାଖରେ କୋଊ ପୁଅ ବି ନାହାନ୍ତି । ତେବେ ଶେଷରେ ମାନବିକତା ଦ୍ରୁଷ୍ଟିରୁ ସେଠାକାର SI ପୋଲିସ  ରାମାକୃଷ୍ଣ ଆସି ମୃ-ତ ମହିଳାଙ୍କର ଅନ୍ତିମ ସଂସ୍କାର ନିଜକୁ ସାମିଲ କରିଥିଲେ ।

ଆଉ ଗୋଟିଏ ପୁଅ ଭଳି କର୍ତ୍ତବ୍ୟ ତୁଲାଇବାକୁ ଯାଇ ମା’ ର ସବକୁ କାନ୍ଧେଇ ଥିଲେ । ଏହା ସହ ଅନ୍ତିମ ସଂସ୍କାର ସମୟରେ ସମସ୍ତ ଖର୍ଚ ମଧ୍ୟ ପରିବହନ କରିଥିଲେ । ତେବେ ମୃତକଙ୍କ ମହିଳାର ପରିଚିତ ଲୋକଙ୍କୁ ୧୦, ୦୦୦ ଟଙ୍କା ମଧ୍ୟ ଅନ୍ତିମ ସଂସ୍କାର କାର୍ଯ୍ୟରେ ଲଗାଇବା  ପାଇଁ ଦେଇଥିଲେ ।

ତେବେ ମୃ-ତ ମହିଳାଙ୍କର ପୁଅ ହେଉଛନ୍ତି ଟପ ମାଓ ନେତା । ତେଣୁ ପୁଅ ତ ମା’ ମରିବା ସମୟରେ ପାଖକୁ ଆସିଲା ନାହିଁ । ଏହା ଛଡା ଏହି ଭୟରେ କେହି ମଧ୍ୟ ସ୍ଥାନୀୟ ଲୋକ ମୃ-ତ ମହିଳାର ଅନ୍ତିମ ସଂସ୍କାର ଆଗେଇ ନେବା ପାଇଁ ବାହାରୁନଥିଲେ । ତେବେ ଜଣେ ପୋଲିସ ଅଧିକାରୀ ନିଜର ମାନବିକତା ଦ୍ରୁଷ୍ଟିରୁ ଜଣେ ପୁଅ ହିସାବରେ ଜଣେ ଅଜଣା ମହିଳାକୁ ନିଜର ମା’ ଭାବି ଅନ୍ତିମ ସଂସ୍କାର କାମକୁ ସଠିକ ଭାବରେ ତୁଲାଇଥିଲା ।

ତେବେ ପୋଲିସଙ୍କର ଏପରି କାର୍ଯ୍ୟର ଦୃଶ୍ୟ ଦେଖି ବହୁତ ଲୋକ ପୋଲିସଙ୍କର କାର୍ଯ୍ୟକୁ ବାହା ବାହା କରି ପ୍ରଶଂଷା କରିବାରେ ଲାଗିପଡିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ  । ଧନ୍ୟବାଦ

Leave a Reply

Your email address will not be published. Required fields are marked *