ପୋଲିସ ବିଭାଗର ଛୋଟରୁ ବଡ ପଦବୀ କଣ ଓ ସବୁଠୁ ବଡ ପଦବୀ କଣ ? କାହା ପାଖରେ ଅଛି କେତେ ଷ୍ଟାର ଓ ସେମାନଙ୍କ ଦରମା କେତେ ? ଦେଖନ୍ତୁ ପୁରା ଲିଷ୍ଟ

ବନ୍ଧୁଗଣ, ସାଧାରଣତଃ ପୋଲିସ ଙ୍କ ଖାକୀ ପୋଷାକର ରଙ୍ଗ ଏକାଭଳି ହୋଇଥାଏ । କିନ୍ତୁ ପୋଷାକରେ ଲାଗିଥିବା ଷ୍ଟାର ର ଅର୍ଥ ଅଲଗା ହୋଇଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ ବିଶେଷ କଥା କହିବାକୁ ଯାଉଅଛୁ । ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ପୋଲିସ ବିଭାଗର ସବୁଠାରୁ ତଳ ପଦ ହୋଇଥାଏ ପୋଲିସ CONSTABLE ଙ୍କର । ଏମାନଙ୍କର ପରିଚୟ କାନ୍ଧରେ ଏକ ପ୍ଳେନ ରଙ୍ଗର ପଟି ଲଗାଯାଇଥାଏ । ଏହା ପୋଲିସ ବିଭାଗର ସବୁଠାରୁ ଛୋଟ ପଦ ହୋଇଥାଏ ।

ଏମାନଙ୍କର ପ୍ରଥମ କାମ ଏକ ଏଫୟାର ଅଥବା ପ୍ରଥମ ସୂଚନା ଦାଖଲ କରିବା । ଏମାନଙ୍କ ଉପରେ ରହିଥାନ୍ତି ସିନିୟର ପୋଲିସ CONSTABLE, ଏମାନଙ୍କ ପୋଷାକରେ କଳା ରଙ୍ଗର ପଟି ସହିତ ହଳଦିଆ ରଙ୍ଗର ଦୁଇଟି ପଟି ରହିଥାଏ । ୩୮ ହଜାରରୁ ୪୨ ହଜାର ପର୍ଯ୍ୟନ୍ତ ଏମାନଙ୍କ ଦରମା ରହିଥାଏ । ଏମାନଙ୍କ ଉପରେ ରହିଥାନ୍ତି HEAD CONSTABLE, ଏମାନଙ୍କ ପୋଷାକରେ କଳା ରଙ୍ଗର ଫିତା ସହିତ ୩ ଟି ହଳଦିଆ ରଙ୍ଗର ଚିହ୍ନ ରହିଥାଏ । ଏମାନଙ୍କ ଦରମା ୪୦ ହଜାର ପାଖାପାଖି ରହିଥାଏ ।

ଏମାନଙ୍କ ଉପରେ ଆସିଥାଏ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର, ଏମାନଙ୍କ ପୋଷାକ ର କାନ୍ଧରେ ଗୋଟିଏ ଲାଲ, ଏବଂ ଗୋଟିଏ ନୀଳ ରଙ୍ଗର ପତଳା ପଟି ରହିଥାଏ ଏବଂ ତାହା ଉପରେ ଗୋଟିଏ ଷ୍ଟାର ଲଗାଯାଇଥାଏ, ଯାହାକି ASI ର ଚିହ୍ନ ଅଟେ । ଏମାନଙ୍କ ଦରମା ୩୫ ହଜାର ୪୦୦ ଟଙ୍କା ଠାରୁ ଆରମ୍ଭ କରି ୪୫ ହଜାର ପର୍ଯ୍ୟନ୍ତ ହୋଇଥାଏ । ଏମାନଙ୍କ ଉପର ପଦ ହେଉଛି ସବ ଇନ୍ସପେକ୍ଟର, ଏମାନଙ୍କ ପୋଷାକରେ ଲାଲ ରଙ୍ଗ ଏବଂ ନୀଳ ରଙ୍ଗର ପଟି ଲାଗିଥାଏ ଏବଂ ଦୁଇଟି ଷ୍ଟାର ଲାଗିଥାଏ ।

୩୪ ହଜାର ଠାରୁ ଆରମ୍ଭ କରି ୬୦ ହଜାର ପର୍ଯ୍ୟନ୍ତ ଏମାନଙ୍କ ସାଲେରୀ ରହିଥାଏ । ଏମାନଙ୍କ ଉପରେ ଆସିଥାନ୍ତି ଆସିଷ୍ଟାଣ୍ଟ ପୋଲିସ ଅଧିକାରୀ, ଏମାନଙ୍କ ପୋଷାକ ର କାନ୍ଧରେ ୩ ଟି ଷ୍ଟାର ଲାଗିଥାଏ ଏବଂ ତଳେ ଲାଲ ରଙ୍ଗର ଏକ ପଟି ରହିଥାଏ । ଏମାନଙ୍କ ଉପର ପଦ ହେଉଛି ଇନ୍ସପେକ୍ଟର, ଏମାନେ ଥାନାର ଇନଚାର୍ଜ ହୋଇଥାନ୍ତି । ସଂପୂର୍ଣ୍ଣ ଥାନା ଇନ୍ସପେକ୍ଟରର ଅଧୀନ ରହିଥାଏ ଯାହା ଥାନାରେ ସବୁଠାରୁ ଉଚ୍ଚ ପଦ ମଧ୍ୟ ରହିଥାଏ ।

ଏମାନଙ୍କ ପୋଷାକର କାନ୍ଧରେ ଗୋଟିଏ ଲାଲ ଏବଂ ନୀଳ ରଙ୍ଗର ପଟି ଲାଗିଥାଏ । ଏହା ଉପରେ ୩ ଷ୍ଟାର ରହିଥାଏ । ଏହା ଉପର ପଦ ଆସିଥାଏ DSP ଙ୍କର ଯାହାଙ୍କୁ ଡେପୁଟି ସୁପେରିଟେଣ୍ଡେଣ୍ଟ ଅପ ପୋଲିସ କୁହାଯାଇଥାଏ । ଏମାନଙ୍କ ପୋଷାକର କାନ୍ଧରେ ୩ ଷ୍ଟାର ଲାଗି ରହିଥାଏ । ଏହାପରେ ଆସିଥାଏ ASP ର ପଦ, ଏମାନଙ୍କ ପୋଷାକର କାନ୍ଧରେ ଅଶୋକ ସ୍ତମ୍ଭର ଚିହ୍ନ ରହିଥାଏ । ଏମାନଙ୍କ ଉପରେ SP ର ପଦ ଆସିଥାଏ, ଏମାନଙ୍କ ପୋଷାକର କାନ୍ଧରେ ଅଶୋକ ସ୍ତମ୍ଭ ସହିତ ଗୋଟିଏ ଷ୍ଟାର ମଧ୍ୟ ରହିଥାଏ ।

ଏହାଉପରେ ଆସିଥାଏ SSP ଙ୍କ ପଦ, ଏମାନଙ୍କ କାନ୍ଧ ଉପରେ ଅଶୋକ ସ୍ତମ୍ଭ ସହିତ ଦୁଇଟି ଷ୍ଟାର ରହିଥାଏ । ଏହା ଉପରେ ଆସିଥାନ୍ତି DIG, ଏମାନଙ୍କ ପୋଷାକ କାନ୍ଧରେ ଅଶୋକ ଚକ୍ର ସହିତ ୩ ଟି ଷ୍ଟାର ଏବଂ I.P.S ଲେଖା ରହିଥାଏ । ସବୁଠାରୁ ଉପର ପଦ ସବୁ ଜାଗାରେ ରହିନଥାଏ, କିଛି କିଛି ରାଜ୍ୟରେ ରହିଥାଏ । ଏହାର ନାମ ହେଉଛି DIB ଅର୍ଥାତ ଡାଇରେକ୍ଟର ଅଫ ଇଣ୍ଟେଲିଜେନ୍ସ ବିୟରୋ । ଏହା ପୋଲିସ ବିଭାଗ ର ସବୁଠାରୁ ଉଚ୍ଚତମ ପଦ ରହିଥାଏ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *