ନମସ୍କାର ବନ୍ଧୁଗଣ ତେବେ ସାରା ବିଶ୍ୱରେ ସବୁଠୁ ଆଗରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶକ୍ତିଶାଳୀ ରାଷ୍ଟ୍ରମାନଙ୍କ ପାୱାରଫୁଲ ନେତାଙ୍କୁ ପଛରେ ପକାଇ ବିଶ୍ୱର ନମ୍ବର ୱାନ୍ ନେତା ଭାବେ ଉଭା ହୋଇଛନ୍ତି ମୋଦୀ । ‘ଗ୍ଲୋବାଲ ଲିଡର ଆପୁଭାଲ ରେଟିଙ୍ଗ ଲିଷ୍ଟ’ର ସର୍ବାଗ୍ରେ ରହଛି ମୋଦୀଙ୍କ ନାଁ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଡେଙ୍ଗୁରା ଆଉ ଦେଶ ଭିତରେ ସୀମିତ ନରହି ସାରା ବିଶ୍ୱରେ ବାଜୁଛି ।
ଆମେରିକାର ‘ଡାଟା ଇଣ୍ଟେଲିଲେନ୍ସ ଫର୍ମ ମର୍ଣ୍ଣିଙ୍ଗ କନସଲ୍ଟ ‘ଦ୍ୱାରା ନିକଟରେ ହୋଇଥିବା ଗ୍ଲୋବାଲ ଲିଡର ଆପୁଭାଲ ରେଟିଙ୍ଗ ସର୍ଭେରେ ଯାହା ଫଳାଫଳ ମିଳିଛି ତାହା ଦେଶବାସୀଙ୍କ ପାଇଁ ଖୁସି ଖବର ନିଶ୍ଚୟ । କାରଣ ଏହି ସର୍ଭେରେ ଟପ୍ ରେଟିଙ୍ଗରେ ଅଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସର୍ଭେରେ ବିଶ୍ୱର ନେତା ମାନଙ୍କ ଲୋକପ୍ରିୟତା ଉପରେ ଏକ ପୁଙ୍ଗାନୁଫୁଙ୍ଖ ସର୍ଭେ କରାଯାଇଛି ।
ଯେଉଁଥିରେ ମୋଦୀଙ୍କ ନାଁ ତ ଆଗରେ ରହିଛି । ତାଙ୍କ ଆଖପାଖରେ ବି କୌଣସି ନେତାଙ୍କ ନାଁ ନଜର ଆସୁନାହିଁ । ଏହି ତାଲିକାରେ ବିଶ୍ୱର କେଉଁ ନେତା କେତେ ସ୍ଥାନରେ ଅଛନ୍ତି ଆସନ୍ତୁ ଜାଣିବା । ତେବେ ପୂର୍ବରୁ ମଧ୍ୟ ଏହାର ଲିଷ୍ଟ ବାହାରି ଥିଲା । ଯାହା ହେଉଛି କିଛି ଏଭଳି ।
ନରେନ୍ଦ୍ର ମୋଦୀ( ଭାରତ )୭୧%
ଲୋପେଜ୍ ଓବ୍ରାଡର(ମ୍ୟାକ୍ସିକୋ)୬୬%
ମାରିଓ ଦ୍ରାଘି (ଇଟାଲି) ୬୦%
ଫୁମିୟୋ କିସିଦା(ଜାପାନ)୪୮%
ଓଲାଫ୍ ସ୍କୋଲଜୋ(ଜର୍ମାନୀ୪୪%
ଜୋ ବାଇଡେନ୍(ଆମେରିକା) ୪୩%
ଜଷ୍ଟିନ୍ ଟ୍ରୁଡୋ(କାନାଡା)୪୩%
ସ୍କାଟ୍ ମୋରିସନ୍(ଅଷ୍ଟ୍ରେଲିଆ)୪୧%
ପେଡ୍ରୋ ସାନଚେଜ୍(ସ୍ପେନ୍)୪୦%
ମୁନ୍ ଜେ-ଇନ୍ ୩୮%
ଜାୟର ବୋଲସୋନାରୋ (ବ୍ରାଜିଲ) ୩୭%
ଇମାନୁଏଲ ମ୍ୟାକ୍ରୋନ୍ (ଫ୍ରାନ୍ସ) ୩୪%
ବୋରିସ୍ ଜନସନ୍(ବ୍ରିଟେନ୍) ୨୬%
ତେବେ ପୂର୍ବ ଭଳି ବର୍ତ୍ତମାନ ମଧ୍ୟ ନରେନ୍ଦ୍ର ମୋଦୀ ନମ୍ବର ୧ରେ ଅଛନ୍ତି ଅଏଂମ ନିଜର ରେକର୍ଡ କୁ ନିଜେ ହିଁ ଭାଙ୍ଗି ଦେଇଛନ୍ତି । ତେବେ ଲିଷ୍ଟ ଅନୁଯାୟୀ ନରେନ୍ଦ୍ର ମୋଦି ପୂର୍ବରୁ ୭୧% ରୁ ୭୭% କୁ ଆସି ଯାଇଛନ୍ତି । ତେବେ ଲୋକପ୍ରିୟ ନେତାଙ୍କ ଏହି ସର୍ଭେ ୧୩ଟି ଦେଶକୁ କରାଯାଇଥିଲା ।
ଆମେରିକାର ଡାଟା ଇଣ୍ଟେଲିଜେନ୍ସ ଫର୍ମ ମର୍ଣ୍ଣିଙ୍ଗ କନସଲ୍ଟ ପଲିଟିକାଲ ଇଣ୍ଟେଲିଜେନ୍ସ ବର୍ତ୍ତମାନ ସମୟରେ ଆମେରିକା ବ୍ୟତୀତ ଅଷ୍ଟେଲିଆ, ବ୍ରାଜିଲ, କାନାଡା, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଟାଲି, ଜାପାନ , ମ୍ୟାକ୍ସେିକୋ, ଦକ୍ଷିଣ କୋରିଆ, ସ୍ପେନ୍ ଓ ୟୁନାଇଟେଡ୍ କିଙ୍ଗମ୍ର ନେତାଙ୍କ ରେଟିଂ ପଏଣ୍ଟ ଉପରେ ନଜର ରଖିଛି । ତେବେ ଆପଣ ଙ୍କୁ ନରେନ୍ଦ୍ର ମୋଦି କିପରି ଲାଗନ୍ତି ନିଜର ମତାମତ କଣ ନିଶ୍ଚିତ ଜଣାନ୍ତୁ ।