ହୋଲି ଖେଳକୁ ନେଇ କିଛି ଏମିତି କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆଜି ହେଉଛି ରଙ୍ଗର ପର୍ବ ହୋଲି । ଏହି ରଙ୍ଗୀନ ପର୍ବରେ ଗାଁଠୁ ସହର ସବୁଠି ଉତ୍ସବମୁଖର । ଆଜି ସବୁ ରାଗ ଦ୍ବେଷ ଭୁଲି ପରସ୍ପରକୁ ରଙ୍ଗ ଲଗାଇ ପିଲାଠୁ ବୟସ୍କ ସମସ୍ତେ ସତରଙ୍ଗର ରଙ୍ଗରେ ରଙ୍ଗୀନ ହୋଇ ପାଳୁଛନ୍ତି ହୋଲି ପର୍ବ । ରାଜଧାନୀରେ ବିଏମସି ଗାଇଡଲାଇନ ମୁତାବକ ଏଥର ବି ସର୍ବସାଧାରଣରେ ହୋଲି ଖେଳ ମନା ଥିବା ସମୟରେ ସାମାନ୍ୟ କୋହଳ କଟକଣା ସହିତ ରାଜଧାନୀ ବାସୀ ହୋଲି ପାଳିଛନ୍ତି ।

ତେବେ ଆମ ରାଜଧାନୀରେ ରଙ୍ଗ ବଜାରରେ ଭିଡ ଦେଖିବାକୁ ମିଳିଛି । ତେବେ ଚଳିତ ଥର ବିଏମସି କଟକଣାରେ ପାଳନ ହୋଇଛି ହୋଲି । କୋରୋନାର ତାଡନା ଭିତରେ ଗତ ୨ ବର୍ଷ ଧରି ରଙ୍ଗ ବଜାର ଓ ରଙ୍ଗ ଖେଳ ଫିକା ପଡିଥିବା ବେଳେ ଏଥର ସାମାନ୍ୟ ଆଶ୍ବସ୍ତି ମିଳିଛି । ଏଥିଲାଗି ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଭଳିକି ଭଳି ରଙ୍ଗର ପସରା ମେଲିଛି । ସାମାନ୍ୟ କୋହଳ କଟକଣା ଭିତରେ ପର୍ବ ପାଳନ କରୁଛନ୍ତି ରାଜଧାନୀ ବାସୀ ।

ତେବେ ରାଜ୍ୟ ସରକାର ତଥା ବିଏମସି ଗାଇଡ ଲାଇନ ମୁତାବକ ଏଥର ବି ସର୍ବସାଧାରଣ ତଥା ଗହଳି ସ୍ଥାନରେ ହୋଲି ଖେଳିବା ମନା । ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରା ଯାଇଛି । ତେବେ ଏହି ହୋଲି ପର୍ବ ସହ ଯୋଡି ହୋଇଛି ଅନେକ ରଙ୍ଗର ପର୍ବକୁ ନେଇ ପଲ୍ଲିରୁ ସହର ସବୁଠି ଉତ୍ସବ ମୁଖର । ପରସ୍ପରକୁ ରଙ୍ଗ ଲଗାଇ ସମସ୍ତେ ହୋଲି ପର୍ବକୁ ବହୁ ଧୁମ୍‌ଧାମ୍‌ରେ ପାଳନ କରିଥିଲେ ।

ତେବେ ନିଜ ପ୍ରିୟଜନ ଓ ସାଙ୍ଗସାଥୀଙ୍କ ସହ ସମସ୍ତେ ଏହି ରଙ୍ଗର ପର୍ବ ପାଳନ କରିଛନ୍ତି । ବର୍ଷକରେ ଥରେ ଆସିଛି ହୋଲି, ନେଇ ଆସିଛି ଅସୁମାରି ଖୁସି । ତେବେ ରଙ୍ଗ ମାଧ୍ୟମରେ ପରସ୍ପରକୁ ଭଲ ପାଇବା ଓ ସମ୍ପର୍କକୁ ଅଧିକ ମଧୁର କରିବାର ଅବସରକୁ କେହି ହାତଛଡା କରିନାହାନ୍ତି । ସବୁ ଧର୍ମର ଲୋକେ ଏହି ପର୍ବରେ ସାମିଲ ହୋଇ ଆନନ୍ଦ ଉଲ୍ଲାସର ସହ ରଙ୍ଗ ଉତ୍ସବ ମନାଇଛନ୍ତି ।

ହୋଲିର ରଙ୍ଗରେ ସାରା ରାଜ୍ୟ ରଙ୍ଗୀନ ହୋଇଛି । ପରସ୍ପରକୁ ରଙ୍ଗ ବୋଳି ଶୁଭେଚ୍ଛା ଓ ଶୁଭକାମନା ବାଣ୍ଟୁଛନ୍ତି ଲୋକେ । ଫଗୁଣର ଫଗୁରେ ଭିଜୁଛନ୍ତି । ନାଚ ଗୀତରେ ମଜିଛନ୍ତି, ରଙ୍ଗରେ ଭିଜୁଛନ୍ତି । କେଉଁଠି ଡିଜେର ତାଳେ ତାଳେ ନାଚ ଜମିଛି ତ ଆଉ କେଉଁଠି ଅବିର ବର୍ଷା । ଛୋଟ ପିଲାମାନେ ଭଳିକି ଭଳି ଫଗୁ ସହ ପିଚକାରୀ, ଟୋପି, ମାସ୍କ ଲଗାଇ ହୋଲି ଖେଳୁଛନ୍ତି ।

କେଉଁଠି ହରିବୋଲ ଅବିରରେ ହୋଲି ଖେଳାଯାଇଛି ତ କେଉଁଠି ବଡମାନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ସାନ ମାନେ । ଶାନ୍ତି ପ୍ରୀତି ମୈତ୍ରୀ ସଦ୍‌ଭାବନାର ବାର୍ତ୍ତା ନେଇ ଆସିଛି ହୋଲି । ତେବେ ଅନେକ ବିଧାୟକ ଏବଂ ରାଜନେତା ମାନେ ମଧ୍ୟ ନିଜ ନିଜ ହିସାବରେ ଏହି ରଙ୍ଗର ପର୍ବକୁ ପାଳନ କରିଛନ୍ତି । ସେହିପରି କଂଗ୍ରେସ ର ବରିଷ୍ଠ ନେତା ସୁର ରାଉତରାୟ ନିଜ ସହ କର୍ମଚାରୀ ଙ୍କ ସହ ହୋଲିର ଏହି ପର୍ବ କୁ ବହୁତ ଖୁସି ମନରେ ପାଲନ କରିଛନ୍ତି ।

ତେବେ କିନ୍ତୁ ସେ ହୋଲି ଖେଳିବାକୁ ଟାଟା ମ୍ୟାଜିକ ଗାଡ଼ିରେ ଆସିଥିଲେ ତେବେ ଏହାର କାରଣ ପଚାରିବାରୁ ସେ କହିଥିଲେ କି ହୋଲି ର ପର୍ବ ରେ ଆମେ ରଙ୍ଗ ଖେଳିବୁ ଯଦି ଆଉ କେଉଁ ଦାମୀକିଆ ବା ଚିକଣିଆ ଗାଡି ଆଣିବୁ ତେବେ ସେ ଖରାପ ହୋଇଯିବ ତେଣୁ ଏହି ଟାଟା ମ୍ୟାଜିକ ରେ ଆସିଛି । ତେବେ ସୁର ବାବୁ ହୋଲି ଖେଳିବା ପରେ ମଟନ ଭାତ ମଧ୍ୟ ଖାଇଥିଲେ ଏବଂ ସେ ସମସ୍ତ ଓଡିଶା ବାସୀ ଙ୍କୁ ମଧ୍ୟ ହୋଲିର ଶୁଭେଚ୍ଛା ଏବଂ ଶୁଭକାମନା ମଧ୍ୟ ଜଣାଇଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *