ଆମେରିକା ଯାହା ମନାକଲା, ଭାରତ ଠିକ ସେଇଆ ହିଁ କଲା, ଦେଲା ଏମିତି ମୁହଁତୋଡ ଜବାବ, ପୁରା ଦୁନିଆ ଆଶ୍ଚର୍ଯ୍ୟ…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ଯୁଦ୍ଧ ଯୋଗୁଁ ଋଷ ଉପରେ ଆମେରିକା ସମେତ ଅନେକ ଦେଶ ପ୍ରତିବନ୍ଧକ ଲଗାଇଛନ୍ତି । ତେଣୁ ଋଷର ଅର୍ଥନୀତି ଧୀରେ ଧୀରେ ଭୁଶୁଡ଼ିବାକୁ ଲାଗିଲାଣି । ଏଥିପାଇଁ ଋଷ ଭାରତର ସହଯୋଗ ଲୋଡ଼ିଛି । ଋଷ ଚାହୁଁଛି ଭାରତ ତା ଠାରୁ ଅଧିକ ମାତ୍ରାରେ ତେଲ କିଣୁ ଓ ସେ କ୍ଷେତ୍ରରେ ନିବେଶ କରୁ । ଭାରତ ମଧ୍ୟ ଏ ଦିଗରେ ନରମ ମନୋଭାବ ଦେଖାଇଛି ।

ବିଦେଶରେ ଚର୍ଚ୍ଚା ହେଉଛି ଯେ ଭାରତ ରିହାତି ଦରରେ ଋଷଠାରୁ ତେଲ କିଣିବାକୁ ରାସ୍ତା ଖୋଲା ରଖିଛି । ଯାହାକୁ ନେଇ ଆମେରିକା ସମେତ ପଶ୍ଚିମାଦେଶଗୁଡ଼ିକ ଭାରତକୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି । ନାନା ଆଲୋଚନା ଓ ସମାଲୋଚନା ମଧ୍ୟରେ ଆଜି ଭାରତ ପରୋକ୍ଷରେ ଏହାର ଜବାବ ରଖିଛି । ଭାରତ ଆଇନ ଅନୁସାରେ ଇନ୍ଧନ କିଣୁଛି ।

ଏଣୁ ଏହା ଉପରେ କୌଣସି ରାଜନୀତି କରାଯିବା ଉଚିତ ନୁହେଁ ବୋଲି ସରକାରୀ ସୂତ୍ରରୁ କୁହାଯାଇଛି । ଯେଉଁ ଦେଶଗୁଡ଼ିକ ତୈଳ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ବା ଯେଉଁମାନେ ନିଜେ ଋଷ ଠାରୁ ତେଲ କିଣୁଛନ୍ତି ସେମାନେ ପ୍ରତିବନ୍ଧକମୂଳକ ବାଣିଜ୍ୟକୁ ନେଇ ଓକିଲାତି କରିପାରିବେ ନାହିଁ ବୋଲି ଭାରତ କହିଛି । ତେବେ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯୁଦ୍ଧ କାରଣରୁ ଅଶୌଧିତ ତୈଳ ଦରରେ ଅହେତୁକ ବୃଦ୍ଧି ଯୋଗୁ ଭାରତ ପାଇଁ ଏହା ଚିନ୍ତାର କାରଣ ପାଲଟିଛି ।

ଏପଟେ ଦେଶରେ ତେଲର ବ୍ୟବାହର ବଢୁଥିବାରୁ ଭାରତ ଉପରେ ତେଲ କିଣିବାକୁ ଚାପ ପଡ଼ୁଛି । ତେଣୁ ଦେଶ ରିହାତି ଦରରେ ତେଲ କିଣିବା ସ୍ୱାଭାବିକ ବୋଲି ସରକାରୀ ବାବୁ କହିଛନ୍ତି । ଋଷ ପ୍ରତି ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ସେ କହିଛନ୍ତି ଯେ ଋଷ ଭାରତକୁ ବହୁତ କମ୍ ମାତ୍ରାରେ ତେଲ ବିକ୍ରି କରେ । ଯାହା ଦେଶର ଆବଶ୍ୟକତାର ୧ ପ୍ରତିଶତରୁ ବି କମ୍ । ତେବେ ବର୍ତ୍ତମାନ ଋଷରୁ ତେଲ କିଣିବା ନେଇ ସରକାର କୌଣସି ଚୁକ୍ତି ହୋଇ ନାହିଁ ବୋଲି ସେ କହିଛନ୍ତି ।

ସରକାରୀ ବାବୁ ଆହୁରି ସୂଚନା ଦେଇ କହିଛନ୍ତି “ପ୍ରତିଦ୍ୱନ୍ଦ୍ୱିତା ବଜାରରେ ଭାରତ ତୈଳ ଉତ୍ସ ଉପରେ ନଜର ରଖିବ । ତେଣୁ ଆମେ ସମସ୍ତେ ଉତ୍ପାଦକ ଦେଶର ଏଭଳି ପ୍ରସ୍ତାବକୁ ସ୍ୱାଗତ କରିବୁ । ଭାରତୀୟ ବ୍ୟବସାୟୀମାନେ ମଧ୍ୟ ଇନ୍ଧନ କ୍ଷେତ୍ରରେ ଅନ୍ତର୍ଜାତୀୟ ବଜାରରେ ସର୍ବୋତ୍ତମ ବିକଳ୍ପ ଖୋଜୁଛନ୍ତି ।” ସରକାରୀ ସୂତ୍ରରୁ ମିଳିଥିବା ଏଭଳି ସୂଚନାରୁ ସ୍ପଷ୍ଟ ଯେ ଋଷ ଦେଇଥିବା ପ୍ରସ୍ତାବ ଉପରେ ଭାରତ ରାଜି ହୋଇପାରେ ।

ଦେଶରେ ତୈଳ ଆବଶ୍ୟକତା ପୂରଣ କରିବା ଓ ମୂଲ୍ୟ ହ୍ରାସ କରି ଲୋକଙ୍କୁ ମହଙ୍ଗାମାଡ଼ରୁ ରକ୍ଷା କରିବା ପାଇଁ ଭାରତ ଋଷ ଠାରୁ ରିହାତି ମୂଲ୍ୟରେ ଅଶୌଧିତ ତେଲ କିଣିପାରେ । ସୂଚନା ଥାଉକି ୟୁକ୍ରେନ୍ ଉପରେ ଆକ୍ରମଣ ପରେ ପଶ୍ଚିମଦେଶଗୁଡ଼ିକ ଋଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ତେଣୁ ଋଷ ନିଜର ଅର୍ଥନୀତିର ଗତି ବଜାଇ ରଖିବା ପାଇଁ ଭାରତକୁ ରିହାତି ଦରରେ ତେଲ ବିକ୍ରି କରିବାକୁ ପ୍ରସ୍ତାବ ଦେଇଛି ।

ଭାରତ ମଧ୍ୟ ଋଷର ଏହି ପ୍ରସ୍ତାବ ଉପରେ ଚିନ୍ତା କରୁଛି । ଏନେଇ ଗୁରୁବାର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗ୍‌ଚୀ କହିଛନ୍ତି ଯେ ଯେହେତୁ ଭାରତ ଏକ ବଡ଼ ତେଲ ଉପଭୋକ୍ତା ଦେଶ ତେଣୁ ଏଭଳି ରିହାତି ପ୍ରସ୍ତାବ ଉପରେ ଚିନ୍ତା କରା ଯାଇପାରେ । ତେବେ ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରି ଶ୍ରୀ ବାଗଚୀ କହିଛନ୍ତି “ଭାରତ ନିଜର ଆବଶ୍ୟକତା ଠାରୁ ଅଧିକ ତେଲ ଆମଦାନୀ କରିଥାଏ ।

ଏହି ଆମଦାନୀରୁ ହିଁ ଦେଶର ଆବଶ୍ୟକତା ପୂରଣ ହୋଇଥାଏ । ଏଥିପାଇଁ ବିଶ୍ୱ ବଜାରରେ ଆମ ପାଇଁ ଥିବା ସମସ୍ତ ସମ୍ଭାବନା ଉପରେ ଆମେ ନଜର ରଖିବୁ ।” ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *