ଯଦି ଆପଣ ଖାଲି ପ୍ଲାଷ୍ଟିକ ବୋତଲରେ ରଖୁଛନ୍ତି ପିଇବା ପାଣି, ତାହେଲେ ଏହି ଖବର ଆପଣଙ୍କର ଦିମାଗ ହଲାଇ ଦେବ

ଲୋକମାନେ ବିଭିନ୍ନ ପ୍ରକାରର ଥଣ୍ଡା ଏବଂ ପାଣି ବୋତଲକୁ ଥରେ ମାତ୍ର ନୁହେଁ ବରଂ ଏହାକୁ ନଷ୍ଟ ହେବା ପର୍ଯ୍ୟନ୍ତ ବ୍ୟବହାର କରିଥାନ୍ତି । ଯେପରି କି ଗୋଟିଏ ଥଣ୍ଡା ବୋତଲ ରୁ ଥଣ୍ଡା ପିଇବା ପରେ ସେହି ବୋତଲ ରେ ପାଣି ପୁରାଇ ତାହାକୁ ଫ୍ରିଜରେ କିମ୍ବା ଯାତାୟତ କରୁଥିବା ସମୟରେ ଗାଡିରେ ରଖି ସେଥିରୁ ପାଣି ପିଇଥାନ୍ତି । କିନ୍ତୁ ଥରେ ହେଲେ ଚିନ୍ତା କରନ୍ତି ନାହିଁ କି ବଦଳୁଥିବା ତାପମାତ୍ରା ଦ୍ଵାରା ବୋତଲ ଉପରେ କି ପ୍ରଭାବ ପଡିଥାଏ ।

କାରରେ ରଖିବା କ୍ଷତିକାରକ

ଥଣ୍ଡା ଏବଂ ପାଣି ବୋତଲ ଗୁଡିକ ପ୍ରସ୍ତୁତ ହେବା ସମୟରେ ସେଥିରେ ପଲିଥିଲିନ ଟେରେଫଥାଲେଟ ନାମକ କେମିକାଲ୍ସ ଗୁଡିକୁ ବ୍ୟବହାର କରାଯାଇ ଥାଏ । ଏହାଦ୍ଵାରା ଏହି ବୋତଲ ଗୁଡିକୁ ଦିତୀୟ ଥର ପାଇଁ କାର କିମ୍ବା ଘରେ ବ୍ୟବହାର କରୁଥିବା ସମୟରେ ତାପମାତ୍ରା କମ ବେଶି ହେବା ଦ୍ଵାରା ବୋତଲରୁ କେମିକାଲ ଡିଫ୍ୟୁଜ ହୋଇ ପାଣି ସହିତ ମିଶିଥାଏ । ଏହା ଦ୍ୱାରା ପାଣି ଅଶୁଦ୍ଧ ହୋଇ ଯାଇଥାଏ ।

ପ୍ରତ୍ୟେକ ଥଣ୍ଡା ଏବଂ ପାଣି ବୋତଲ ଗୁଡିକରେ ସ୍ପଷ୍ଟ ଲେଖା ହୋଇଥାଏ କି ଏହାକୁ ଥରେ ମାତ୍ର ବ୍ୟବହାର ପରେ ଆଉ ଥରେ ବ୍ୟବହାର ନକରିବା ପାଇଁ । ଏହି ବୋତଲର ଚାରି ପାଖରେ BPA ନାମକ ଏକ କେମିକାଲ ଥାଏ ଯାହାକୁ ବାରମ୍ବାର ବ୍ୟବହାର କରିବା ପରେ ବୋତଲ ଗୁଡିକରେ ସରୁ ସରୁ ଫାଟ ହୋଇଥାଏ ଯାହା ଆମେ ଦେଖି ପାରି ନଥାଉ କିନ୍ତୁ ଏହା ଭିତରେ ଜୀବାଣୁ ପଶିଯାଇ ଥାନ୍ତି । ଯାହା ଦ୍ୱାରା ଆମେ ଆନେକ ପ୍ରକାର ରୋଗର ଶିକାର ହୋଇଥାଉ ।

କ୍ୟାନ୍ସର ର କାରକ ଅଟେ

Image courtesy: Google

ବାରମ୍ବାର ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ଵାରା PCOS, ହର୍ମୋନରେ ସମସ୍ୟା, ବ୍ରେଷ୍ଟ କ୍ୟାନ୍ସର ଏବଂ ଅନ୍ୟ କେତେ ଗୁଡିଏ ରୋଗ ହେବାର ସମ୍ଭାବନା ଥାଏ । ଆମେ କେତେକ କ୍ଷେତ୍ରରେ ସ୍ଵଛ ବୋତଲ ପରିବର୍ତ୍ତେ ବିଭିନ୍ନ ପ୍ରକାରର ରଙ୍ଗର ବୋତଲ ବ୍ୟବହାର କରିଥାଉ । ଯେପରି କି 7UP, ମାଉଣ୍ଟେନ ଡ଼ିୟୁ ଇତ୍ୟାଦି ବୋତଲ । ଏହି ବୋଲତକୁ ରଙ୍ଗୀନ କରିବା ପାଇଁ କିଛି ଖରାପ କେମିକାଲ ବ୍ୟବହାର କରାଯାଇ ଥାଏ । ଏହା ଦିତୀୟ ଥର ବ୍ୟବହାର କରିବା ଦ୍ଵାରା ଆମ ଶରୀର ପ୍ରତି ଖରାପ ପ୍ରଭାବ ପକାଇ ଥାଏ ।

ପ୍ଲାଷ୍ଟିକ ବୋତଲକୁ ବହୁତ ଦିନ ବ୍ୟବହାର କରିବା ପରେ ସେଥିରେ ଇ କୋଲି ନାମକ କୀଟାଣୁ ଜମା ହୋଇଥାନ୍ତି ଯାହାକି କେବଳ ମାଇକ୍ରୋସ୍କୋପ ଦ୍ଵାରା ହିଁ ଦେଖିବା ସମ୍ଭବ ହୋଇଥାଏ । ଏହା ପରିବର୍ତ୍ତେ ଷ୍ଟେନଲେସ ଷ୍ଟିଲ କିମ୍ବା ଦସ୍ତାର ବୋତଲରେ ପାଣି ପିଇବା ଠିକ ହୋଇଥିଲେ ମଧ୍ୟ ଏହା ଖୁବ ଶୀଘ୍ର ଜଙ୍କ ଲାଗିଯାଇ ଥାଏ । ତେଣୁ କାଚର ବୋତଲ ପାଣି ପିଇବା ପାଇଁ ଠିକ ହୋଇଥାଏ ।

ଏଥିପାଇଁ ପିଉ ଥିବା ପାଣି ବୋତଲକୁ ଲଗାତାର ସଫା କରିବା ଉଚିତ । ଭାରତ ଭଳି ଦେଶରେ ଅଧିକାଂଶ ରୋଗ ଖରାପ ପାଣି ପିଇବା ଦ୍ଵାରା ହୋଇଥାଏ ଏଥିପାଇଁ ଆମେ ନିଜେ ସାବଧାନ ରହିବା ଉଚିତ । ଆପଣଙ୍କୁ ଏହା ଭଲ ଲାଗିଥିଲେ ଏହାକୁ ଶେୟାର କରି ଆଗକୁ ଆମ ସହିତ ରହିବା ପାଇନ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *