ଟିବି ଉପରେ ପୁଣି ଥରେ ଫେରିଲା ବାଳିକା ବଧୁ, ଛୋଟ ଆନନ୍ଦିର ଏହି ଅବତାର ଦେଖି ଆପଣଙ୍କରବି ଝାଳ ବାହାରିଯିବ

ଲକଡାଉନ କାରଣରୁ ଯେଉଁଠି ରାମାୟଣ ଓ ମହାଭାରତ ଭଳି କିଛି ଐତିହାସିକ ସିରିୟଲ ଆରମ୍ଭ ହୋଇ ଯାଇଛି ତେବେ ଅନ୍ୟ ପଟେ ଟିଭିର ଅନ୍ୟ କିଛି ଚ୍ୟାନେଲରେ ବି କିଛି ପୁରୁଣା ଶୋ ପୁଣିଥରେ ଦର୍ଶକମାନଙ୍କ ପାଖକୁ ଫେରି ଆସିଛି । କହିବାକୁ ଗଲେ ଏହା ମଧ୍ୟରେ କଲର୍ସର ସବୁଠୁ ପ୍ରସିଦ୍ଧ ଏବଂ ଲୋକପ୍ରିୟ ସିରିୟଲ ବାଳିକା ବଧୁ ବର୍ତ୍ତମାନ ହିଁ ପୁଣି ଥରେ କଲର୍ସରେ ପୁନଃପ୍ରସାରଣ କରାଯାଉଛି । ବର୍ଷ ୨୦୦୮ରେ ଆରମ୍ଭ ହୋଇଥିବା ଏହି ଶୋ ୮ ବର୍ଷ ପର୍ଯ୍ୟନ୍ତ ନିଜ ଶୋ ମାଧ୍ୟମରେ ଲୋକମାନଙ୍କ ହୃଦୟରେ ରାଜ କରୁଥିଲା । ଏହି ଶୋ ର ମୁଖ୍ୟ ଭୂମିକାରେ ଥିବା ଆନନ୍ଦି – ଜଗଦୀଶ ଓ ଦାଦି ସା ଅଭିନୟ ଲୋକମାନଙ୍କ ହୃଦୟରେ ଘର କରି ନେଇଥିଲା । ବର୍ତ୍ତମାନ ପୁଣିଥରେ ଏହି ଶୋର ପୁନଃପ୍ରସାରଣ ପରେ ଶୋର ଛୋଟ ଆନନ୍ଦି ମାନେ ଅବିକା ଗୌର ବହୁତ ଖୁସି ଅଛନ୍ତି ଓ ସେ ସୋସିଆଲ ମିଡିଆରେ ନିଜର ଭିଡିଓ ଶେୟାର କରି ନିଜର ଖୁସିକୁ ଜାହିର କରିଛନ୍ତି ।

Image courtesy: Google

ଟିବିକୁ ପୁଣିଥରେ ଫେରିଲା ବାଳିକା ବଧୁ

ବାଳିକା ବଧୁ ଛୋଟ ପିଲାମାନଙ୍କ ବିବାହ ଉପରେ ଆଧାରିତ ଏକ କାହାଣୀ ଅଟେ । ଯେଉଁ ସିରିୟଲରୁ ଅବିକା ଗୌର ଚାଇଲ୍ଡ ଆର୍ଟିସ୍ଟ ରୂପରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସିରିୟଲର ଆରମ୍ଭ ହେବା ମାତ୍ରେ ହିଁ ଆନନ୍ଦିଙ୍କୁ ପୁରା ଦୁନିଆ ଚିହ୍ନିଗଲେ । ଅବିକା ବର୍ତ୍ତମାନ ହିଁ ଇଂସ୍ଟାଗ୍ରାମରେ ନିଜ ଶୋ ର ଦୁଇଟି ପ୍ରୋମୋ ଭିଡିଓ ଜାରି କରିଛନ୍ତି । ସବୁଠୁ ଭଲ କଥା ଏହା ଅଟେ କି ଏହି ପ୍ରୋମୋରେ ଅବିକା ବହୁତ ହିଁ ସୁନ୍ଦର ଲାଗୁଥିଲେ ।

 

View this post on Instagram

 

@colorstv @official_sphereorigins

A post shared by Avika (@avikagor) on

କାରଣ ସେହି ସମୟରେ ସେ ଏକ ସୁନ୍ଦର ଛୋଟ ଝିଅ ଥିଲେ, କିନ୍ତୁ ବର୍ତ୍ତମାନ ଅବିକା ବହୁତ ବଦଳି ଯାଇଛନ୍ତି । ବର୍ତ୍ତମାନ ଅବିକା ପୂର୍ବ ଅପେକ୍ଷା ବହୁତ ଷ୍ଟାଇଲିସ ଓ ଫିଟ ଅଟନ୍ତି । ଏହି ଶୋରେ ଆନନ୍ଦିର କିରଦାର କରୁଥିବା ୮ ବର୍ଷ ର ଅବିକା ବର୍ତ୍ତମାନ ସମୟରେ ଟିଭି ଇଣ୍ଡଷ୍ଟ୍ରିର ଏକ ହଟ ଅଭିନେତ୍ରୀ ଅଟନ୍ତି ଓ ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ବି ଅଟନ୍ତି । କିଛି ସମୟ ପୂର୍ବେ ଆସିଥିବା ତାଙ୍କର ଫଟୋରେ ଆପଣ ତାଙ୍କର ଗ୍ଲାମରସକୁ ଦେଖି ପାରିବେ ।

Image courtesy: Google

ସେହି ସମୟରେ ସେ ବହୁତ ଛୋଟ ଥିଲେ କିନ୍ତୁ ବର୍ତ୍ତମାନ ସେ ବହୁତ ଚେଞ୍ଜ ହୋଇ ଯାଇଛନ୍ତି । ଏହା ସହିତ ସୋସିଆଲ ମିଡିଆରେ ନିଜର ଲୁକ କାରଣରୁ ସେ ବହୁତ ଚର୍ଚାରେ ବି ରୁହନ୍ତି । ଆପଣଙ୍କୁ କହିଦେଉଛୁ କି କିଛି ସମୟ ପୂର୍ବେ ହିଁ ଅବିକା ନିଜର ଓଜନ କମ କରିଥିଲେ ଯାହା ପରେ ସେ ଆହୁରି ଫିଟ ଓ ସୁନ୍ଦର ଲାଗୁଛନ୍ତି । ଯଦି ଅବିକାଙ୍କ କ୍ୟାରିୟର ବିଷୟରେ କହିବା ତେବେ ଆନନ୍ଦିର ଚରିତ୍ରରେ ତାଙ୍କୁ ବହୁତ ପସନ୍ଦ କରାଯାଇଥିଲା ।

ଏହି ଶୋ ଯେତେବେଳେ ୫ ବର୍ଷ ପାଇଁ ବନ୍ଦ ହୋଇଗଲା ତେବେ ଛୋଟ ଆନନ୍ଦି ବହୁତ ବଡ ହୋଇଗଲେ ଓ ଏହା ପରେ ପୁଣି ଥରେ ଏହି ଶୋର ଆରମ୍ଭ ଯେତେବେଳେ ହେଲା ତେବେ ସେ ଏହି ଶୋ କୁ ଅଲବିଦା କହିଦେଲେ । ଏହା ପରେ ନୂଆ ଶୋ ରେ ଆନନ୍ଦିର ଚରିତ୍ର ପ୍ରତ୍ୟୁଷା ବନର୍ଜୀ କରିଥିଲେ । ଯାହାଙ୍କୁ ଦର୍ଶକମାନଙ୍କ ଭଲ ପାଇବା ବହୁତ ପରିଶ୍ରମ କରିବା ପରେ ମିଳିଲା । ଏହା ଏଥିପାଇଁ କାରଣ ଆନନ୍ଦିର ଚରିତ୍ରରେ ଲୋକମାନେ ଅବିକାଙ୍କୁ ଦେଖିବାର ଅଭ୍ୟାସରେ ପଡି ଯାଇଥିଲେ ।

Image courtesy: Google

ଏହି ଶୋ ଛଡା ଅବିକା ରାଜକୁମାର ଆର୍ୟନରେ ବି ନଜର ଆସିଥିଲେ । ଏଥିରେ ସେ ରାଜକୁମାରୀ ଭୈରବୀର ଅଭିନୟ କରିଥିଲେ । କିନ୍ତୁ ଏହି ଶୋ ଅଧିକ ଦିନ ପର୍ଯ୍ୟନ୍ତ ଚାଲିଲା ନାହିଁ । ଏହାର କିଛି ସମୟ ପରେ ଅବିକା’ଶଶୁରାଲ ସିମର କା’ରେ ନଜର ଆସିଥିଲେ । ଏହି ଶୋରେ ସେ ସିମର ମାନେ ଦୀପିକା କକ୍କଡ଼ଙ୍କ ସାନ ଭଉଣୀର ରୋଲ କରିଥିଲେ ।

Image courtesy: Google

କିନ୍ତୁ କାହାଣୀରେ ଟ୍ୱିସ୍ଟ ସେତେବେଳେ ଆସିଲା ଯେତେବେଳେ ଶୋରେ ରୋଲିର ଅଭିନୟ କରୁଥିବା ଅବିକା ସିମରର ସାନ ଜା ହୋଇଗଲେ । ଏହି ଶୋ ସମୟରେ ବି ଅବିକାଙ୍କ ବୟସ କମ ଥିଲା । ଏମିତିରେ ଜଣେ ବିବାହିତା ମହିଳାର ରୋଲ କରିବା କାରଣରୁ ତାଙ୍କୁ ବହୁତ ଆଲୋଚନାର ସାମ୍ନା ବି କରିବାକୁ ପଡିଥିଲା । କିନ୍ତୁ କିଛି ସମୟ ପରେ ଦର୍ଶକମାନେ ପୁଣି ଥରେ ଅବିକାକୁ ପସନ୍ଦ କରିବାକୁ ଲାଗିଲେ । ବର୍ତ୍ତମାନ ସମୟରେ ଅବିକା ଲକଡାଉନରେ ଫ୍ରୀ ଟାଇମକୁ ଏନଜୟ କରୁଛନ୍ତି । ଆମ ସହିତ ଆଗକୁ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *