ଏବେ ଘରେ ବସି ମୋବାଇଲରେ ବଦଳାଇ ପାରିବେ ଆଧାର କାର୍ଡରେ ଆଡ୍ରେସ, ଆସନ୍ତୁ ଜାଣିବା କେମିତି

ବର୍ତ୍ତମାନ ସମୟରେ ଆଧାର କାର୍ଡ ସବୁ ଭାରତୀୟ ଙ୍କ ପାଇଁ ଜରୁରୀ ହୋଇ ଯାଇଛି । ସମସ୍ତ ସରକାରୀ କାର୍ଯ୍ୟଳୟରେ ଯେ କୌଣସି କାମ କରିବା ପାଇଁ ଆଧାର କାର୍ଡ ଆବଶ୍ୟକ ହୋଇଥାଏ । କିନ୍ତୁ ବହୁତ ଥର ଦେଖା ଯାଇଛି କି ଆଧାର କାର୍ଡରେ କୌଣସି ନା କୌଣସି ଭୁଲ ରହିଥାଏ ଯେଉଁଥି ପାଇଁ ଆମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଅଧିକାଂଶ ଆଧାର କାର୍ଡରେ ଦେଖା ଯାଇଛି ପ୍ରାୟତଃ ଠିକଣା ଛାପିବାରେ ଭୁଲ ହୋଇଥାଏ କିମ୍ବା ଠିକଣା ପୁରୁଣା ହୋଇଥାଏ । ଦୁଇଟି ପରିସ୍ଥିତିରେ ଆପଣ ଆଧାର କାର୍ଡରେ ଥିବା ଠିକଣା କୁ ବଦଳାଇ ପାରିବେ ।

UIDAI ଏକ ଟୁଇଟ ଦ୍ଵାରା ସମସ୍ତ ଆଧାର କାର୍ଡଧାରି ମାନଙ୍କୁ ସୂଚନା ଦେଇଛନ୍ତି କି ବର୍ତ୍ତମାନ ବାହାରକୁ ନଯାଇ ବିନା ଖର୍ଚରେ ଘରେ ବସି ଅଧାରା କାର୍ଡରେ ଥିବା ଠିକଣା ଜନିତ ତ୍ରୁଟିକୁ ଠିକ କରି ପାରିବେ । ଏହା ପୂର୍ବରୁ ଲୋକ ମାନଙ୍କୁ ତ୍ରୁଟିକୁ ଠିକ କରିବା ପାଇଁ ଆଧାର କେନ୍ଦ୍ରକୁ ଯାଇ ସେଠାରେ ଲମ୍ବା ଲାଇନରେ ଥିଆ ହେବା ସହିତ ବହୁତ ସମୟ ଧରି ଅପେକ୍ଷା କରିବାକୁ ପଡୁଥିଲା । ଏହି ଟୁଇଟ ମାଧ୍ୟମରେ ଆଧାର ଠିକ କରିବାର ପ୍ରଣାଳୀ ଲୋକ ମାନଙ୍କୁ କୁହାଯାଇଛି । ତାହେଲେ ଆସନ୍ତୁ ଜାଣିବା ଏହି ପ୍ରଣାଳୀ ବିଷୟରେ ।

ସ୍ଟେପ ୧

ପ୍ରଥମେ ଆପଣଙ୍କୁ UIDAI ର ୱେବସାଇଟ https://uidai.gov.in / କୁ ଯିବାକୁ ପଡିବ ।

ସ୍ଟେପ ୨

ଯେଉଁଠି ଆପଣ my aadhaar ଟ୍ୟାବକୁ ଯାଇ ସେଥିରେ ଥିବା update your aadhaar ଏବଂ ପୁଣି update your address online ଉପରେ କ୍ଲିକ କରିବାକୁ ହେବ ।

ସ୍ଟେପ ୩

ଏହାପରେ ସ୍କ୍ରିନ ଉପରେ ଏକ ନୂଆ ପେଜ ଖୋଲିବ ଏବଂ ଏଥିରେ ଆପଣଙ୍କୁ proceed updates address ଉପରେ କ୍ଲିକ କରିବାକୁ ହେବ ।

ସ୍ଟେପ ୪

ପୁଣି ଏକ ନୂଆ ସ୍କ୍ରିନ ପେଜ ଉପରେ ଖୋଲିବ । ଏଠାରେ ଆପଣଙ୍କୁ ଆଧାର ନମ୍ବର ଏବଂ କ୍ୟାପ୍ଚା ପକାଇ ସେଣ୍ଡ ଓଟିପି ଉପରେ କ୍ଲିକ କରିବାକୁ ହେବ ।

ସ୍ଟେପ ୫

ନିଜର ରେଜିଷ୍ଟେର ହୋଇଥିବା ନମ୍ବର ରେ ଆସିଥିବା ଓଟିପି କୁ ପକାନ୍ତୁ ଏବଂ ଲଗ ଇନ ଉପରେ କ୍ଲିକ କରନ୍ତୁ ।

ସ୍ଟେପ ୬

ଏବେ ଆପଣଙ୍କୁ update address via address proof ର ବିକଳ୍ପ ଦେଖାଯିବ । ଏହି ବିକଳ୍ପ କୁ ବାଛି ନିଜର ନୂଆ ଠିକଣା ପକାନ୍ତୁ ।

ସ୍ଟେପ ୭

ଏବେ ଆପଣଙ୍କୁ କୁହାଯାଇ ଥିବା କାଗଜ ପତ୍ରରେ ଥିବା ରଙ୍ଗୀନ ଫଟୋକୁ ମୋବାଇଲ ଦ୍ଵାରା ଉଠାଇ ଉପଲୋଡ କରିବା ସହିତ ଆଗକୁ ଥିବା ପ୍ରକ୍ରିୟାକୁ ପୁରା କରନ୍ତୁ ।

ସ୍ଟେପ ୮

ଏବେ ଆପଣଙ୍କର ଆପ୍ଲିକେସନର ଭେରିଫିକେଶନ ହେବ, ଯାହା ପରେ ଆପଣଙ୍କ ଆଧାର କାର୍ଡରେ ଠିକଣା ବଦଳାଇ ଦିଆଯିବ । ନୂଆ ଆଧାର କାର୍ଡ ଆପଣଙ୍କୁ ଡାକ ଦ୍ଵାରା କିଛି ଦିନରେ ମିଳିଯିବ । ସବୁ ଖବରର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *