ଉଡାଣ ଭରିବା ପରେ ପରେ ଜଣ ବସତି ଆଡକୁ ମାଡି ଆସିଲା ପ୍ଲେନ…ଛାରଖାର କରିଦେଲା ସବୁ କିଛି…ଦେଖନ୍ତୁ ଭିଡିଓ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଉଡାଣ ଭରିବାର କିଛି ସମୟ ପରେ ଜନବସତି ଆଡେ ମାଡି ଆସିଲା ପ୍ଲେନ ! ତେବେ ସୂଚନା ମୁତାବିକ ଧାମବାଦ ବୀର୍ସାମୁଣ୍ଡା ପାର୍କ ଠାରେ ଥିବା ଏକ କଲୋନୀ ପାଖରେ ଏକ ପ୍ଲେନଟି ଖସି ପଡିଥିଲା । ତେବେ ଏହି ଦୁର୍ଘଟଣାର ଆଭାଷ ପାଇ ଲୋକ ମାନେ ଘରୁ ବାହାରି ଆସି ଦେଖିଲା ବେଳକୁ ପ୍ଲେନଟି ଦୁର୍ଘଟଣା ଗ୍ରସ୍ତ ହୋଇପଡିଛି । ତେବେ ଏହି ପ୍ଳେଟଟି ଗ୍ଲାଇଡ଼ର ପ୍ଲେନ ବା ଅଲ୍ଟ୍ରା ଲାଇଟ ପ୍ଲେନ ମଧ୍ୟ କୁହାଯାଇଥାଏ ।

ତେବେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ପ୍ଲେନଟି କିନ୍ତୁ କୌଣସି କମର୍ଶିଆଲ ପ୍ଲେନ ନୁହେଁ ।  ଯେଉଁ ଗ୍ଲାଇଡ଼ର ପ୍ଲେନଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ସେଥିରେ ମାତ୍ର ୨ ଟି ସିଟ ରହିଥିଲା । ଯେଉଁଥିରେ ଜଣେ ପାଇଲଟ ଓ ଅନ୍ୟ ସିଟ୍ ରେ ଜଣେ ୧୪ ବର୍ଷର ପିଲାଟି ବସିଥିଲା । ତେବେ ୧୪ ବର୍ଷର ନାବାଳକ ଜଣଙ୍କ ମାମୁଁ ଘରକୁ ଯିବେ ବୋଲି ବାହାରିଥିଲେ ।  ତେବେ ପ୍ଲେନ ଉଡାଣ ଭରିବାର କିଛି ସମୟ ପରେ ହଟାତ ପ୍ଲେନର ଇଞ୍ଜିନଟି ବନ୍ଦ ହୋଇଯାଇଥିଲା ।

ଯେଉଁ କାରଣରୁ ପ୍ଲେନଟି ଅତି ଅଳ୍ପ ସମୟ ମଧ୍ୟରେ କ୍ରାଶ ହୋଇଯିବାର ସମ୍ଭାବନା ରହିଛି ବୋଲି ପାଇଲତ ଜଣଙ୍କ ଜାଣିବାକୁ ପାଇଥିଲେ । ତେବେ ସେହି କାରଣରୁ ପାଇଲତ ଜଣଙ୍କ ଜାଣିଶୁଣି ପ୍ଲେନର ୱିଙ୍ଗସକୁ ନେଇ ଏକ ଗଛରେ ଧକ୍କା କରିଦେଇଥିଲେ । ଯାହା ଫଳରେ ପ୍ଲେନଟି ନିଜର ଭାରସାମ୍ୟ ହରାଇ ଏକ ଜନବସତି ଆଡକୁ ମାଡି ଯାଇଥିଲା । ତାପରେ ଏକ ଘରେ ଯାଇ ପ୍ଲେନଟି ମାଡ ହୋଇଯାଇଥିଲା ।

ତେବେ ବିଶେଷ ସୂଚନା ଅନୁଯାଇ ପ୍ଲେନଟି ଦୁର୍ଘଟଣା ଗ୍ରସ୍ତ ହୋଇବା ପରେ ଦୁର୍ଘଟଣା ଗ୍ରସ୍ତ ଜାଗାରେ କୌଣସି ପ୍ରକାର କାହାର ମଧ୍ୟ କିଛି କ୍ଷତି ହୋଇନଥିଲା । କେବଳ ପ୍ଲେନରେ ବସିଥିବା ପାଇଲଟ ଓ ୧୪ ବର୍ଷର ନାବାଳକ ଜଣଙ୍କ ଅତି ଗୁରୁତର ଭାବରେ ଆହତ ହୋଇଯାଇଥିଲେ । ଉକ୍ତ ଗୁରୁତରଙ୍କ ମୁଣ୍ଡରେ ଗଭୀର ଆଘାତ ମଧ୍ୟ ଲାଗିଥିଲା ।

ତାପରେ ଦୁର୍ଘଟଣା ହେବା ପରେ ସଙ୍ଗେ ସଙ୍ଗେ ସମ୍ପୃକ୍ତ ଗୁରୁତର ଲୋକଙ୍କୁ ମେଡିକାଲକୁ ତାଙ୍କର ଚିକିତ୍ସା ପାଇଁ ପଠା ଯାଇଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ସହିତ ଅଧିକରୁ ଅଧିକ ସୂଚନା ପାଇବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *