Weather Alert: ପାଣିପାଗ ବିଭାଗର ସତର୍କଘଣ୍ଟି ! ମାଡି ଆସୁଛି ବଡ ଝଡ ପବନ ସହ ଭୟଙ୍କର ବର୍ଷା, 15 ଜିଲ୍ଲାକୁ Yellow Warning ଜାରି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଜି ଓ କାଲି ପ୍ରବଳ ବର୍ଷ ହେବାର ରହିଛି ସମ୍ଭାବନା ! ଯାହା ହେବାକୁ ନେଇ ଆଗୁଆ ସତର୍କ ଚେତାବନୀ ଦେଇଛି ଆଞ୍ଚଳିଜ ପାଣିପାଗ ବିଭାଗ ! ତେବେ ଆସନ୍ତା ସମୟରେ ଆହୁରି ୨ ଟି ପଶ୍ଚିମାଝଡ ଆସିବା ପାଇଁ ଯାଉଅଛି । ତେବେ ଆଜି ଠାରୁ ୧୫ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଆଞ୍ଚଳିକ ପାଣିପାଗ ବିଭାଗ ଜାରୀ କରିଛି । ଏହା ସହିତ ଆସନ୍ତା କାଲି ଠାରୁ ୧୬ ଜିଲ୍ଲାକୁ ପାଣିପାଗ ବିଭାଗର ଅରେଞ୍ଜ ୱାର୍ନିଙ୍ଗ ଜାରୀ ରହିଛି ।

ତେଣୁ ଏହାର ପ୍ରଭାବରେ ଓଡିଶାର ଅନେକ ଜିଲ୍ଲାରେ ପ୍ତବଳରୁ ଅତି ପ୍ରବଳ ବର୍ଷ ହେବାର ସମ୍ଭାବନା ରହିଛି । ତେବେ ପଶ୍ଚିମାଝଡର ପ୍ରଭାବରେ ନୂଆପଡା, ବରଗଡ, ଝାରଶୁଗୁଡା, ବଲାଙ୍ଗିର, ସୋନପୁର, ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ,ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଠାରେ ଝଡ ପବନ ସହିତ ପ୍ରବଳ ବେଗରେ ବର୍ଷା ହେବ ବୋଲି ସୂଚନା ରହିଛି ।

ବର୍ଷା କେବଳ ନୁହେଁ ବର୍ଷା ସହିତ ୩୦ ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବହିବ । ତେବେ ଏପ୍ରିଲ ୩୧ ରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, କଟକ ଓ ଢେଙ୍କାନାଳରେ ବହୁତ ବର୍ଷା ହେବାର ସମ୍ଭାବନା ରହିଅଛି । ତେବେ ଏହି ସବୁ ଜିଲ୍ଲା ମାନଙ୍କରେ ୭ ରୁ ୧୧ ସେମି ଯାଏଁ ବର୍ଷା ହୋଇପାରେ ।  ଯେଉଁ କାରଣରୁ ଏହି ଜିଲ୍ଲା ମାନଙ୍କ ପାଇଁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ନିଙ୍ଗ ଜାରୀ କରିଛି । ଉତ୍ତରପ୍ରଦେଶରୁ ଦକ୍ଷିଣ ତାମିଲନାଡୁ ପର୍ଯ୍ୟନ୍ତ ଏକ ନିନ୍ମଚାପ ରେଖା ରହିଅଛି ।

ଗଙ୍ଗେତିକ ପଶ୍ଚିମବଙ୍ଗ ଉତ୍ତର ଓଡିଶା ଯାଏଁ ଆଉ ଏକ ନିନ୍ମ ଚାପରେଖା ରହିଅଛି । ଯାହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷ ହେବା ସହିତ ପାଗ ମଧ୍ୟ କୋହଲା ରହୁଅଛି । ତେବେ କେବଳ ଏତିକି କାହିଁକି ପଶ୍ଚିମ ଝଡ ବର୍ତ୍ତମାନ ସମୟରେ ଜାମ୍ମୁ କାଶ୍ମୀର ଲାଦାଖରେ ମଧ୍ୟ ସକ୍ରିୟ ରହିଥିବାର ସୂଚନା ମିଳୁଅଛି । ତେବେ ପଶ୍ଚିମା ଝଡ ଅଗ୍ରସର ହୋଇ ନିନ୍ମ ଚାପ ରେଖା ଆଡକୁ ଗତି କରିଲେ ।

ହିଁ ବର୍ଷା ଅଧିକରୁ ଅଧିକ ହୋଇଥାଏ । ତେଣୁ ରାଜ୍ୟରେ ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ବର୍ଷ ଲାଗି ରହିପାରେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକ ସୂଚନା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *