‘ପିଣ୍ଟୁ ମୋର ସାନ ଭାଇ, ତାକୁ ଏହି ଭଳି ଅବସ୍ଥାରେ ଦେଖି ସମ୍ଭାଳି ହେଉନି, ଯେତେବେଳେ ମୁ ମେସେଜ ପାଇଲି ମତେ ଲାଗିଲା ଯେମିତି…’

ନମସ୍କାର ବନ୍ଧୁଗଣ, ଓଡିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ବିୟୋଗ ସମସ୍ତଙ୍କ ଆଖିରେ ଆଣିଦେଇଛି ଲୁହ ଆଉ ସମସ୍ତଙ୍କୁ ଦେଇଛି ଏକ ବଡ ଝଟକା । ସିନେ ଜଗତ ପାଇଁ ତାଙ୍କର ଦେହାନ୍ତ ଏକ ବଡ ଶୂନ୍ୟସ୍ଥାନ ଅଟେ । ତାଙ୍କ ସ୍ଥାନକୁ ପୁରା କେହି ମଧ୍ୟ କରିପାରିବେ ନାହିଁ । ପିଣ୍ଟୁ ନନ୍ଦ ସମସ୍ତଙ୍କ ଆଶାକୁ ନିରାଶା କରି ସବୁଦିନ ପାଇଁ ଚାଲିଯାଇଛନ୍ତି । ତାଙ୍କ ସହ କାମ କରିଥିବା ଅଭିନେତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ସହ ଅଭିନେତ୍ରୀ ଜଣଙ୍କ କଣ କହିଛନ୍ତି ଆସନ୍ତୁ ଜାଣିବା ।

ତାଙ୍କ ସହ କାମ କରିଥିବା ଅଭିନେତ୍ରୀ କହିଛନ୍ତି ସେ ପିଣ୍ଟୁ ନନ୍ଦଙ୍କୁ ସବୁବେଳେ ନିଜ ସାନ ଭାଇ ବୋଲି ଭାବନ୍ତି । ସିନେ ଜଗତର ୱାଟସାପରେ ଏକ ଗୃପ ରହିଛି ସେହି ଗୃପରୁ ଜଣା ପଡିଥାଏ କଣ ସବୁ ଖବର ରହିଛି । ସେହି ୱାଟସାପରେ ମ୍ୟାସେଜ ଆସିବା ପରେ ଅଭିନେତ୍ରୀଙ୍କୁ ଜଣାପଡିଥିଲା ତାଙ୍କ ଦେହାନ୍ତର କଥା ।

ଆଉ ରାତିରେ ତାଙ୍କ ଆଖିରୁ ଝରି ଯାଇଥିଲା ଲୁହ । ଏତେଦିନ ମେଡିକାଲରେ ରହିବା ପରେ ଗୋଟିଏ ଆଶା ଆସିଯାଇଥିଲା ମନରେ କି ସେ ଭଲ ହୋଇଯିବ । ଦିଲ୍ଲୀରେ ପରିବାର ଲୋକଙ୍କ ଛଡା ଅନ୍ୟ କେହି ଲିଭର ଦେଇ ପାରିବେ ନାହିଁ ବୋଲି ତାଙ୍କୁ ହାଇଦ୍ରାବାଦ ନିଆଗଲା । ଆଉ ଏହା ଖବର ମିଳିଥିଲା କି ହିରୋ ଜ୍ୟୋତିଙ୍କ ଲିଭର ମ୍ୟାଚ କରିଥିଲା ତ ସେଇଟା ଦିଆଯିବ ବୋଲି ।

ଡାକ୍ତର କହିଥିଲେ 35 ଲକ୍ଷ ହେଲେ ତାଙ୍କର ଅପରେସନ ହୋଇଯିବ । ତେଣୁ ଏହିସବୁ ଶୁଣିବା ପରେ ସମସ୍ତଙ୍କ ମନରେ ତାଙ୍କ ବଞ୍ଚିବାର ଆଶା ବହୁତ ଅଧିକ ବଢିଯାଇଥିଲା । ଅଭିନେତ୍ରୀ ଜଣଙ୍କ ଭାବିଥିଲେ ସେ ଭଲ ହୋଇଯିବେ ବୋଲି । ଅଭିନେତ୍ରୀ ଜଣଙ୍କ ପିଣ୍ଟୁଙ୍କୁ ପିଲାବେଳୁ ଦେଖିଛନ୍ତି । ପିଲା ହିସାବରେ ପିଣ୍ଟୁ ନନ୍ଦ ବହୁତ ଭଲ କିନ୍ତୁ ତାଙ୍କୁ ପରିସ୍ଥିତି ଖରାପ କରିଦେଲା । କିନ୍ତୁ ସେ ପ୍ରକୃତରେ ଖରାପ ପିଲା ନୁହନ୍ତି ।

ମଦ ଅଧିକ ପିଇବାର ଅଭ୍ୟାସ ହିଁ ତାଙ୍କୁ ଖରାପ କରିଦେଲା । ସବୁବେଳେ ତାଙ୍କୁ ସମସ୍ତେ ବୁଝନ୍ତି କି ମଦ ଛାଡିଦେ ହଁ ଛାଡିଦେବି ବୋଲି ମଧ୍ୟ ପିଣ୍ଟୁ କୁହନ୍ତି ହେଲେ ଛାଡିପାରନ୍ତି ନାହିଁ । ଯେଉଁଥିପାଇଁ ଆଜି ଏହି ଅବସ୍ତା ତାଙ୍କର ହେଲା। ଅଭିନେତ୍ରୀ ଜଣଙ୍କ ତାଙ୍କ ବିୟୋଗରେ ବହୁତ ଦୁଃଖି ପ୍ରକାଶ କରିଛନ୍ତି । ଆଶା କରୁଛୁ ତାଙ୍କ ସ୍ତ୍ରୀ ପିଲା ଛୁଆଙ୍କୁ ଭଗବାନ ସାହା ହୁଅନ୍ତୁ ସର୍ବଦା ।

Leave a Reply

Your email address will not be published. Required fields are marked *