Sura Routray କହିଲେ ‘Pintu Nanda ଗୋଟେ ଭଲ ଆକ୍ଟର ଥିଲା, କିନ୍ତୁ ଏ ଯେତକ ଟପ ହୀରୋ ହିରୋଇନ ଅଛନ୍ତି ସମସ୍ତେ ତ…’

ନମସ୍କାର ବନ୍ଧୁଗଣ, ବିଧାୟକ ସୁର ରାଉତ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ପରେ ନିଜର ପ୍ରତିକ୍ରିୟା ଗଣ ମାଧ୍ୟମ ସାମ୍ନାରେ ରଖିଛନ୍ତି । ସବୁବେଳେ ହସ ହସ ମୁହଁରେ ମଜାଳିଆ ଢଙ୍ଗରେ କଥା ହେଉଥିବା ସୁର ଭାଇ ଆଜି ବହୁତ ମର୍ମାହତ ହୋଇପଡିଥିବାର ନଜର ଆସିଛନ୍ତି । ପିଣ୍ଟୁ ନନ୍ଦ ନେତା ମନ୍ତ୍ରୀ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛନ୍ତି ।  ଦେହାନ୍ତ  ଅଭିନେତା ପିଣ୍ଟୁ ନନ୍ଦଙ୍କ ସମ୍ପର୍କରେ କଣ ସବୁ କହିଛନ୍ତି ସୁର ଭାଇ ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ସୁର ରାଉତରାୟ କହିଛନ୍ତି ବହୁତ ଦୁଃଖିତ ଆମେ ବହୁତ କମ ବୟସରେ ସେ ଚାଲିଗଲେ । ଭଲ କଳାକାର ଜଣେ ଥିଲେ ପିଣ୍ଟୁ ନନ୍ଦ । ଗୋଟିଏ ହିରୋ, ଭିଲିୟାନ, ଭାଇ ପୋଖତ ରୋଲ ସବୁ କରନ୍ତି ପିଣ୍ଟୁ । ସମସ୍ତେ ତାଙ୍କୁ ବହୁତ ଭଲ ପାଆନ୍ତି । ତାଙ୍କ ବ୍ୟବହାର ମଧ୍ୟ ବହୁତ ଭଲ ଥିଲା ହେଲେ ଭଗବାନ ତାଙ୍କୁ ବହୁତ ଶୀଘ୍ର ନେଇଗଲେ ।

ଏହି ଖବର ଶୁଣିବା ପରେ ଆମେ ସମସ୍ତେ ମର୍ମାହତ ହୋଇପଡିଛୁ ବୋଲି କହିଛନ୍ତି ସୁର ଭାଇ । ବହୁତ ଚେଷ୍ଟା କଲେ ତାଙ୍କୁ ନେଇ ବାହାରେ ଚିକିତ୍ସା କରାଗଲା ତଥାପି କିଛି ଫାଇଦା ହେଲା ନାହିଁ । ସୁର ରାଉତ ହିସାବ ଦେଖିଥିଲେ ପୃଥିବୀର ଆଉ ଜାଣିଥିଲେ କି ସବୁଠାରୁ ଉଚ୍ଚ କଳାକାର ହୁଅନ୍ତୁ ବା ଡାଇରେକ୍ଟର କିମ୍ବା ପ୍ରଡୁସର ପ୍ରାୟ ସମସ୍ତେ ନିଶା ସେବନ କରନ୍ତି ।

ଏତେ ପଇସା ସେମାନେ ରୋଜଗାର କରିଥାନ୍ତି କି ଖର୍ଚ୍ଚ କରିବା ପାଇଁ ତାଙ୍କ ପାଖରେ କୌଣସି ବାଟ ନଥାଏ । ଆଉ ଭାବନ୍ତି ନିଶା ସେବନ କରି ଅଏସ କରିବୁ ଶେଷରେ ଅଙ୍ଗ ସବୁ ନଷ୍ଟ ହୋଇଯାଏ ଆଉ ଶୀଘ୍ର ଚାଲିଯାଇଥାନ୍ତି । ମଦ ହିଁ ଏହିସବୁର କାରଣ ବୋଲି କହିଛନ୍ତି ସୁର ଭାଇ । ଏହାପରେ ସୁର ରାଉତରାୟ କହିଛନ୍ତି ଆମ ରାଜ୍ୟରୁ ଭଲ କଳାକାର ବାହାରନ୍ତୁ ଭଲ ଅଭିନୟ କରନ୍ତୁ ଆଉ ଆଗକୁ ଯାଆନ୍ତୁ ।

ଜୀବନରେ ସବୁ କିଛି କରନ୍ତୁ ଆଗକୁ ଯାଆନ୍ତୁ କିନ୍ତୁ କେବେ ମଧ୍ୟ ନିଶା ସେବନ କରନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି ବିଧାୟକ ସୁର ରାଉତରାୟ । ନିଶାମୁକ୍ତ ସମାଜ ଟିଏ ଗଢି ତୋଳିବାର ପ୍ରୟାସ କରନ୍ତୁ । ଶେଷରେ ସୁର ରାଉତରାୟ କହିଛନ୍ତି ଭଗବାନ ତାଙ୍କ ଆତ୍ମାର ସଦଗତି କରନ୍ତୁ । ତାଙ୍କ ଆତ୍ମା ମୁକ୍ତି ପାଉ ।

Leave a Reply

Your email address will not be published. Required fields are marked *