ଅଭିନେତା Pintu Nanda ଙ୍କ ପରିବାର ଫଟୋ

ନମସ୍କାର ବନ୍ଧୁଗଣ, ଓଡିଆ ସିନେ ଜଗତ ପାଇଁ ଆଉ ଏକ ବଡ ଦୁଃଖଦ ଘଟଣା ଘଟିଯାଇଛି । ସିନେମା ଜଗତ ଏହି ଖବର ପାଇବା ପରେ ପୁରା ସ୍ତବ୍ଦ ହୋଇଯାଇଛି । କାରଣ ଗୋଟିଏ ପରେ ଗୋଟିଏ ତାରକାଙ୍କୁ ହରାଇବାରେ ଲାଗିଛି ସିନେ ଜଗତ । ଖବର ଅନୁଯାୟୀ ଚିକିତ୍ସିତ ଅବସ୍ତାରେ ଅଭିନେତା ପିଣ୍ଟୁ ନନ୍ଦ ନିଜର ଶେଷ ନିଶ୍ଵାସ ତ୍ୟାଗ କରିସାରିଛନ୍ତି । ଆଉ କେବେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବନି ।

ଏହିକଥା ଭାବି ଭାଙ୍ଗି ପଡିଛନ୍ତି ସମସ୍ତେ । ଫେରିବାର କଥା ଦେଇ କଥା ରଖିଲେନି ପିଣ୍ଟୁ । ପିଣ୍ଟୁ ନନ୍ଦଙ୍କ ଅଭିନିତତ ଚଳଚ୍ଚିତ୍ର ଅନେକ ରହିଛି ଯେଉଁଥିରେ ତାଙ୍କର କମେଡିୟାନ ଚରିତ୍ର ଅଧିକାଂଶ ଅଟେ । ସେ ଲୋକଙ୍କୁ ନିଜ ଚରିତ୍ର ଦ୍ଵାରା ବହୁତ ହସାଇଛନ୍ତି । ହେଲେ ଆଜି ସେ ଦେଇଥିବା ହସର ପ୍ରତିବଦଳରେ ଲୁହ ଦେଇ ଚାଲିଗଲେ ।

ସମସ୍ତଙ୍କ ଛାତିରେ କୋହ ଦେଇ ଚାଲିଗଲେ । ଏହାକୁ ସହଜରେ ଗ୍ରହଣ କରିବା ବହୁତ କଷ୍ଟ ସମସ୍ତଙ୍କ ପାଇଁ । ପିଣ୍ଟୁ ନନ୍ଦଙ୍କ ଲିଭର ଖରାପ ହେବାର ଘଟଣା ସାମ୍ନାକୁ ଆସିବା ପରେ ତାଙ୍କ ପାଇଁ ସହୟତାର ହାତ ବହୁତ ଲୋକ ବଢାଇଥିଲେ । ଆଉ ଭଗବାନଙ୍କ ପାଖରେ ଅନେକ ଲୋକ ଦୀପ ଜାଳି ତାଙ୍କ ଆରୋଗ୍ୟର କାମନା ମଧ୍ୟ କରୁଥିଲେ ।

ସେ ଯେତେବେଳେ ଭୁବନେଶ୍ଵରରୁ ଦିଲ୍ଲୀ ଗଲେ ମନରେ ଆଶା ନେଇ କି ଭଲ ହୋଇ ଫେରିବେ । ସେତେବେଳେ ସେ ଓଡିଶାବାସୀଙ୍କୁ କହିଥିଲେ ମୁଁ ପୁଣି ଫେରି ଆସିବି । ଏହି କଥା ଦେଇ ଯାଇଥିଲେ ପିଣ୍ଟୁ ହେଲେ ତାଙ୍କର ଦେଇଥିବା ସେହି କଥାକୁ ରଖିବା ପାଇଁ ଜୀବନ ମରଣର ସଂଘର୍ଷକୁ ଆଉ ସେ ଲଢି ପାରିଲେ ନାହିଁ । ଶେଷରେ ମୃତ୍ୟୁ ସାମ୍ନାରେ ହାର ମାନିଗଲେ ପିଣ୍ଟୁ ।

ଆସନ୍ତା କାଲି ରରାଟୀ 11ଟା 25 ମିନିଟରେ ତାଙ୍କର ହାଇଦ୍ରାବାଦ ସ୍ଥିତ ଯଶୋଦା ମେଡିକାଲରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ପିଣ୍ଟୁଙ୍କୁ ମୃତ୍ୟୁ ସମୟରେ ବୟସ ହୋଇଥିଲା ମାତ୍ର 45 ବର୍ଷ । ଆଉ ଏହି ବୟସରେ ସେ ତାଙ୍କ ଘର ପରିବାର ଲୋକଙ୍କ ମନରେ ଦୁଃଖ କଷ୍ଟ ଦେଇ ନିଜେ ମଧ୍ୟ ରୋଗରେ ପୀଡିତ ହୋଇ ଅନେକ କଷ୍ଟ ପାଇଁ ସଂସାରରୁ ସବୁଦିନ ପାଇଁ ଚାଲିଯାଇଛନ୍ତି । ପରିବାର କହିଲେ ତାଙ୍କ ସ୍ତ୍ରୀଙ୍କ କୌଣସି ବ୍ୟକ୍ତିଗତ କାରଣରୁ ତାଙ୍କର ଡିଭୋର୍ସ ହୋଇ ସାରିଛି । ତାଙ୍କର 2 ଟି ପୁଅ ଅଛନ୍ତି ।

Leave a Reply

Your email address will not be published. Required fields are marked *