‘ପୁଅ ପରୀକ୍ଷା ଦେଉଛି, ବାପା ଶ୍ମଶାନ ଯାଉଛି, ଭାବିଲା ବେଳକୁ ଛାତି ଫାଟି ଯାଉଛି, ପିଣ୍ଟୁ ଗୋଟେ ଏମିତି ପିଲା ଯାହାକୁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁଅ ପରୀକ୍ଷା ଦେଉଛି, ବାପା ଶ୍ମଶାନ ଯାଉଛି । ତେବେ କହିଲା ବେଳକୁ ଦୁଃଖ ଲାଗୁଥିଲେ ମଧ୍ୟ ଯେଉଁଟା ଘଟିଯାଇଛି । ତାକୁ କେତେ ଦିନ ଆଉ ଲୁଚାଇ ରଖିହେବ । ତେବେ ଜଣେ ଭର୍ସାଟାଇଲ ଆକ୍ଟର ପିନ୍ଟୁଙ୍କର ପରଲୋକ ଘଟିଛି । ତେବେ ପିନ୍ଟୁଙ୍କ ପରଲୋକରେ ତାଙ୍କ ଅନ୍ତିମ ଦର୍ଶନ କରିବା ପାଇଁ ବହୁ ଆତ୍ମୀୟ ସ୍ଵଜନ ତଥା ସିନେ କଳାକାର ମାନଙ୍କ ପିନ୍ଟୁଙ୍କ ବାସଭବନରେ ଭିଡ ରହିଛି ।

ତେବେ ଓଡିଆ କଳାକାର ଅଭିନେତା ରବି ମିଶ୍ରଙ୍କ କହିବା ଅନୁଯାଇ ପିନ୍ଟୁର ପୁଅ ବର୍ତ୍ତମାନ ସମୟରେ ପରୀକ୍ଷା ଦେବାକୁ ଯାଉଛି । ଏପଟେ ତା’ ବାପା ପିନ୍ଟୁ ଶ୍ମଶାନକୁ ଯାଉଛି । ତେବେ ପିନ୍ଟୁର ପରଲୋକ କଥା ମନ ବ୍ଯାକୁଳିତ ହୋଇ ଉଠିଛି । ତେବେ ପିନ୍ଟୁ ଜଣେ ଏପରି କଳାକାର ଥିଲା । ଯାହାକୁ ସବୁ ପ୍ରକାର ଅଭିନୟ ସୁଟ୍ କରୁଥିଲା । ଯେଉଁ ଅଭିନୟ କମେଡି, ଖଳନାୟକ ଯାହା ବି କୁହନ୍ତୁ । ସବୁ ଅଭିନୟ ରେ ପିନ୍ଟୁ ଥିଲା ପାରଙ୍ଗମ ।

ତେଣୁ ମିହିର ଭାଇ ଗଲା ପରେ ପିନ୍ଟୁ ନନ୍ଦଙ୍କୁ ହିଁ ମିହିର ଦାସ ବୋଲି ଅଭିନୟ କରିବାର ଆକ୍ଷା ମିଳିଥିଲା । ହେଲେ ସେହି କଳାକାର ପିନ୍ଟୁ ଆଉ ଆମ ଗହଣରେ ନାହିଁ । ଯାହାକି ଖାଲି ଓଡିଆ ସିନେ ଜଗତ ପାଇଁ ନୁହେଁ । ସାରା ଓଡିଶାର କୋଣ ଅନୁକୋଣରେ ଥିବା ପିନ୍ଟୁର ଫ୍ୟାନ ମାନଙ୍କ ପାଇଁ ଏକ ବହୁତ ବଡ ଦୁଃଖ ଖବର ଅଟେ । ତେବେ ବବି ମିଶ୍ରଙ୍କ କହିବା ଅନୁଯାଇ ଥରେ ବମ୍ବେ ଶୁଟିଙ୍ଗ କାର୍ଯ୍ୟ ଚାଲିଥିଲା ।

ସେତେବେଳେ ମୁଁ ଆଉ ପିନ୍ଟୁ ଶୁଟିଙ୍ଗରେ ଥିଲୁ । ତେବେ ପିନ୍ଟୁ ପୁଅର ଗୋଟିଏ ଅପରେସନ ହେବାର ଥିଲା । ହେଲେ ପିନ୍ଟୁ ଔ ଓଡିଶାକୁ ଆସିବା ସେତେବେଳେ ସମ୍ଭବ ହୋଇନଥିଲା । ହେଲେ ନିଜ ପୁଅ ପାଇଁ ସେଠାରେ ଶୁଟିଙ୍ଗ ଉପରେ ରହି ମଧ୍ୟ ଖାଲି ବ୍ଯାକୁଳିତ ହୋଇ ଅସ୍ତ ବ୍ୟସ୍ତ ହେଉଥିଲା ।

ହେଲେ ଆଜି ସେହି ପିନ୍ଟୁ ପୁଅର ପରୀକ୍ଷା ଚାଲୁଛି । ହେଲେ ପିନ୍ଟୁ ଏବେ ଶ୍ମଶାନକୁ ଯାଉଛି । ତେବେ ମୁଁ କେବଳ ଏତିକି କହୁଛି । ପିନ୍ଟୁର ୨ ପୁଅକୁ ଭଗବାନ ଆଶ୍ରୀବାଦ କରନ୍ତୁ । ଯେପରି ତା’ ୨ ପୁଅ ପାଠ ପଢି ଭଲ ମଣିଷଟିଏ ହେଇ ବାହାରିପାରିବେ ବୋଲି ଅଭିନେତା ରବି ମିଶ୍ର କହିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *