ଖଇ କଉଡି ନେଇ ମୁଖାଗ୍ନି ଦେବାକୁ ବାହାରିଲେ Pintu Nanda ଙ୍କ ବଡ ପୁଅ, ଦେଖନ୍ତୁ Live ଭିଜୁଆଲ

ନମସ୍କାର ବନ୍ଧୁଗଣ, ଅଭିନେତା ପିଣ୍ଟୁନନ୍ଦଙ୍କ ବିୟୋଗ ପରେ ବାପା ଛେଉଣ୍ଡ ହୋଇଯାଇଛନ୍ତି ତାଙ୍କ ପିଲା । ପିଲାଙ୍କ ମନର କଷ୍ଟ ଆଉ ଆଖିର ଲୁହ ଆପଣଙ୍କ ଛାତି ଫଟାଇଦେବ । ପିଣ୍ଟୁଙ୍କ ବଡ ପୁଅ ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି । କମ ବୟସରୁ ହିଁ ବାପାଙ୍କ ହାତା ଉଠିଗଲା ପିଲା ଦୁହିଁଙ୍କର ମୁଣ୍ଡ ଉପରୁ । ଆଉ ଏହିଭଳି ପରିସ୍ଥିତିରେ ଯେତେବେଳେ ପୁଅ ଖଇ କଉଡି ଧରି ମୁଖାଗ୍ନି ଦେବାକୁ ବାହାରେ ସେତେବେଳେ କେତେ ଯେ କଷ୍ଟ ହୋଇଥାଏ ତାହା ଯେଉଁମାନେ ଅଙ୍ଗେ ନିଭାଇଥିବେ ସେମାନେ ହିଁ ଜାଣିପାରିବେ ।

ସୂଚନା ଅନୁଯାୟୀ ପିଣ୍ଟୁଙ୍କ ବଡ ପୁଅ ତାଙ୍କୁ ମୁଖାଗ୍ନି ଦେବାକୁ ଆସିଥିଲେ । ବଡ ପୁଅ ବାପାଙ୍କୁ ମୁଖାଗ୍ନି ଦେବା ପାଇଁ ଧଳା ପୋଷାକ ପିନ୍ଧି ବେକରେ ଗାମୁଛା ପକାଇ ଖଇ କଉଡି ପକାଇବା ପାଇଁ ପ୍ରସ୍ତୁତ ହେଉଥିବା ବେଳର ଦୃଶ୍ୟ ଆପଣଙ୍କ ଆଖିରେ ବି ଲୁହ ଆଣିଦେବ ।  ଭଗବାନ ଏତେ ନିଷ୍ପାପ ପିଲା ମାନଙ୍କ ଉପରୁ କାହିଁକି ନିଜ ମୁରବିଙ୍କ ହାତ ହଟାଇ ଦିଅନ୍ତି କେଜାଣି ।

ବାପାଙ୍କ ସ୍ନେହ ମମତା ଏବଂ ପରିଚୟରେ ଜୀବନ ବଞ୍ଚିବା ପାଇଁ ତାଙ୍କୁ ଭଗବାନ ସୁଯୋଗ ଦେଲେନି । ଛଡାଇ ନେଲେ ତାଙ୍କ ଉପରୁ ତାଙ୍କ ବାପାଙ୍କ ଆଶୀର୍ବାଦ । ପିଣ୍ଟୁଙ୍କ ଶରୀର ହାଇଦ୍ରାବାଦରୁ ଆସି ତାଙ୍କ ଭୁବନେଶ୍ଵର ସ୍ଥିତ ବାସଭବନ ଠାରେ ପହଞ୍ଚିଥିଲା । ସେଠାରେ ତାଙ୍କ ସ୍ତ୍ରୀ ଏବଂ ପିଲା ଛୁଆ ଉପସ୍ଥିତ ଥିଲେ ।

ତାଙ୍କ ପରିବାର ଲୋକଙ୍କ କାନ୍ଦ ବୋବାଳି ସହ ସିନେ ଜଗତର ଅନେକ ଲୋକଙ୍କ ଭିଡ ଜମିଥିଳା ତାଙ୍କ ଶେଷ ଦର୍ଶନ ରିକେ କରିବା ପାଇଁ । ପିଣ୍ଟୁଙ୍କ ପୁଅ ଏପଟେ ବାପାଙ୍କୁ ମୁଖାଗ୍ନି ଦେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପିଣ୍ଟୁଙ୍କ ସ୍ତ୍ରୀ ଧର୍ଯ୍ୟହରା ହୋଇ ସ୍ଵାମୀଙ୍କୁ ହରାଇ କାନ୍ଦୁଥିଲେ । ସେଠାରେ ସମସ୍ତଙ୍କ ଆଖିର ଲୁହ ଦେଖିବା ପରେ ଆପଣଙ୍କ ଆଖିର ଲୁହ ମଧ୍ୟ ବହି ଆସିବ ।

ପିଣ୍ଟୁଙ୍କର ଏଭଳି ବିୟୋଗକୁ ଗ୍ରହଣ କରିବା ସମସ୍ତଙ୍କ ପାଇଁ କଷ୍ଟସାଧ୍ୟ ହେଉଥିଲେ ମଧ୍ୟ ଏହା ସଂସାରର ଏକ ନିରାଟ ସତ୍ୟ ଅଟେ ଯାହାକୁ ଆମେ ଚାହୁଁ ନଥିଲେ ବି ଗ୍ରହଣ କରିବା ପାଇଁ ବାଧ୍ୟ । ପିଣ୍ଟୁ ନନ୍ଦଙ୍କ ପ୍ରଶଂସଙ୍କ ପାଇଁ ଏହା ଏକ ବହୁତ ବଡ ଦୁଃଖଦ ଘଟଣା ଅଟେ । ଆଶା କରୁଛୁ ଭଗବାନ ତାଙ୍କ ଆତ୍ମାର ସଦଗତି କରାଇବେ । ଏବଂ ତାଙ୍କ ପରିବାର ଲୋକଙ୍କ ସାହାରା ବନିବେ ।

Leave a Reply

Your email address will not be published. Required fields are marked *