କିଏ ରଖିବ Pintu Nanda ଙ୍କୁ ମିଳିଥିବା ଟଙ୍କା ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପିଣ୍ଟୁଙ୍କୁ ମିଳି ଥିବା ଟଙ୍କା କିଏ ରଖିବ, ପିଣ୍ଟୁଙ୍କ ବଡ ଭାଇଙ୍କ ଆକାଉଣ୍ଟଙ୍କୁ ଯାଉଥିଲା ସବୁ ଟଙ୍କା । ଅଭରାମ ନନ୍ଦଙ୍କ ଆକାଉଣ୍ଟକୁ ଆସୁଥିଲା ଲକ୍ଷ ଲକ୍ଷ ଟଙ୍କା । ସେହି ଟଙ୍କା ପିଣ୍ଟୁଙ୍କ ସ୍ତ୍ରୀ ପିଲାଙ୍କୁ ଦିଆଯିବ ନା ଅଭିରାମ ନିଜେ ରଖିବେ । ଆଉ ନାହାନ୍ତି ଅଭିନେତା ପିଣ୍ଟୁ ନନ୍ଦ । ସମସ୍ତଙ୍କୁ ଛାଡି ସେ ଆରପାରିକୁ ଚାଲି ଯାଇଛନ୍ତି । ହେଲେ ପିଣ୍ଟୁ ନନ୍ଦ ଯେତେବେଳେ ଲିଭର ଶିରୋସିସ ରୋଗରେ ଆକ୍ରାନ୍ତ ହେଲେ ଏବଂ ଦିଲ୍ଲୀ ଗଲେ ସେତେବେଳେ ତାଙ୍କୁ ଆବଶ୍ୟକତା ଥିଲା 50 ଲକ୍ଷରୁ ଅଧିକ ଟଙ୍କା ।

ଲିଭର ଟ୍ରାନ୍ସପ୍ଳାଣ୍ଟର ପିନ୍ଟୁ ନନ୍ଦଙ୍କର ଆବଶ୍ୟକତା ରହୁଥିଲା । ତେବେ ପିନ୍ଟୁ ନନ୍ଦଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟ ପାଇଁ ୫୦ ରୁ ୬୦ ଲକ୍ଷ ଟଙ୍କାର ଆବଶ୍ୟକତା ଥିଲା । ତେବେ ଏତେ ଗୁଡିଏ ଆର୍ଥିକ ସମ୍ବଳ ପିନ୍ଟୁ ନନ୍ଦଙ୍କ ଭାବରେ ପର୍ଯ୍ୟାପ୍ତ ପରିମାଣରେ ନଥିବାରୁ ପିନ୍ଟୁ ଓଡିଶାବାସୀଙ୍କୁ ଆର୍ଥିକ ସାହାଜ୍ଯ ମାଗିଥିଲେ । ଅର୍ଦ୍ଧେନ୍ଦୁ ଏକା ଦେଇଥିଲେ 10 ଲକ୍ଷ ଟଙ୍କା ଏବଂ ଆହୁରି ଦେବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।

ଏମିତି କି ଅନେକ ବଡ ବଡ ବିଜନେସ ମ୍ୟାନ ମାନେ ଟଙ୍କା ଦେଇଥିଲେ ଯେଉଁ ମାନେ ନିଜ ପରିଚୟ ଲୁଚାଇ ରଖିଛନ୍ତି । ତେବେ ଯେଉଁ ତାରିଖରେ ପିନ୍ଟୁ ନନ୍ଦଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟ କରାଯାଇଥାନ୍ତା । ହେଲେ ଲିଭର ଡୋନୋରର ଅଭାବ କାରଣରୁ ପିନ୍ଟୁଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟ ହୋଇପାରି ନଥିଲା । ତେବେ ଯେଉଁ କାରଣରୁ ପିନ୍ଟୁ ନନ୍ଦଙ୍କର ପରଲୋକ ଘଟିଥିଲା ।

ତେବେ ପିନ୍ଟୁଙ୍କ ସ୍ଵାସ୍ଥବସ୍ତା ଖରାପ ପାଇଁ ଯୋଗାଡ ହୋଇଥିବା ସମସ୍ତ ଲକ୍ଷାଧିକ ଟଙ୍କା ପିନ୍ଟୁ ନନ୍ଦଙ୍କ ବଡ ଭାଇ ଅଭିରାମ ପଣ୍ଡାଙ୍କ ପାଖରେ କିଛି ଖର୍ଚ ହୋଇ ଆଉ କିଛି ମହଜୁଦ ରହିଛି । ତେବେ ସେହି ସବୁ ତାଙ୍କ କିଏ ରଖିବ ? ପିନ୍ଟୁ ନନ୍ଦଙ୍କ ବଡ ଭାଇ ନା ପିନ୍ଟୁ ନନ୍ଦଙ୍କ ସ୍ତ୍ରୀ ।

କାରଣ ପିନ୍ଟୁଙ୍କ ଠାରୁ ତାଙ୍କ ସ୍ତ୍ରୀ ଅଲଗା ହେବା ପରେ ମଧ୍ୟ ପିନ୍ଟୁ ତାଙ୍କ ସ୍ତ୍ରୀ ଓ ପିଲାଙ୍କ ପାଇଁ ଟଙ୍କା ଖର୍ଚ କରୁଥିଲେ । ବୋଲି କିଛି ବିଶେଷ ସୂତ୍ରରୁ ସୂଚନା ମିଳିଛି । ତେବେ ଆଗାମୀ ସମୟରେ ହିଁ ପିନ୍ଟୁ ନନ୍ଦଙ୍କ ଟଙ୍କା କିଏ ରଖିବ ତାହାର ସ୍ପଷ୍ଟୀକାରଣ ହୋଇଯିବ । କେବଳ ଟଙ୍କା ପାଇଁ ଆଜି ପିଣ୍ଟୁ ଚାଲି ଗଲେ ବୋଲି ଲୋକେ ଚର୍ଚ୍ଚା କଲେଣି ।

ଯଦି ଦେଖିବା ଦିଲ୍ଲୀରେ ପିଣ୍ଟୁଙ୍କ ସବୁ କଥା ବୁଝିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ସାଂସଦ ଅନୁଭବ ମହାନ୍ତି । ସେ ବି ଅଭିରାମଙ୍କୁ ପିଣ୍ଟୁଙ୍କ ପାଇଁ ଟଙ୍କା ଦେଇଥିବା ଚର୍ଚ୍ଚା ହୋଇଥିଲା । ସେପଟେ ଅଭିନେତା ବବି ମିଶ୍ର କହିଛନ୍ତି କି ପିଣ୍ଟୁଙ୍କ ମୃତ୍ୟୁ କାରଣ ବହୁତ ଶୀଘ୍ର ଜଣା ପଡିବ ।

Leave a Reply

Your email address will not be published. Required fields are marked *