Pintu Nanda ଙ୍କ ଦ୍ଵାଦଶ ଶୋକ ସଭାରେ ପିଣ୍ଟୁ ଙ୍କ ପୁଅ କାନରେ ଏମିତି କଣ କହିଦେଲେ Jyoti Mishra ? ହେଉଛି ଚର୍ଚ୍ଚା

ନମସ୍କାର ବନ୍ଧୁଗଣ, ଅଭିନେତା ପିଣ୍ଟୁ  ନନ୍ଦଙ୍କ ଦେହାନ୍ତକୁ କିଛି ଦିନ ବିତିଗଲାଣି ସତ ହେଲେ ମନରେ ତାଙ୍କୁ ହରାଇ ଥିବାର କଷ୍ଟ ଆଜି ଯାଏ ବି ସମସ୍ତଙ୍କୁ ହେଉଛି । ତାଙ୍କ ଦ୍ଵାଦଶ କର୍ମ ଭୁବନେଶ୍ଵର ସ୍ଥିତ ଏକ ମଣ୍ଡପରେ କରାଯାଇଛି । ସେଠାକୁ ଅନେକ ଅଭିନେତା ଏବଂ ଅଭିନେତ୍ରୀ ମାନେ ଆସିଥିଲେ । ସମସ୍ତେ ତାଙ୍କ ସ୍ତ୍ରୀ, ପିଲା ଏବଂ ଘର ପରିବାର ଲୋକଙ୍କୁ ସାନ୍ତ୍ଵନା ମଧ୍ୟ ଦେଉଥିଲେ । କିନ୍ତୁ ଅଭିନେତ୍ରୀ ଜ୍ୟୋତି ମିଶ୍ର ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ କାନରେ କହିଲେ କିଛି କଥା । ତେବେ ସେହି ଗୋପନୀୟ କଥାଟି କଣ ଥିଲା ଆସନ୍ତୁ ଜାଣିବା ।

ଅଭିନେତ୍ରୀ ଜ୍ୟୋତି ମିଶ୍ର ପିଣ୍ଟୁ ନନ୍ଦଙ୍କ ଦ୍ଵାଦଶ କର୍ମରେ ଯୋଗ ଦେବା ପରେ ପ୍ରଥମେ କଥା ହୋଇଥିଲେ ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ ସହ । ପରେ ପିଣ୍ଟୁଙ୍କ ପୁଅକୁ ଡାକି ମଧ୍ୟ କଥା ହେଲେ । କିଛି କଥାର ଆଲୋଚନା ପିଣ୍ଟୁଙ୍କ ସ୍ତ୍ରୀ ଏବଂ ପୁଅଙ୍କ ସହ ଜ୍ୟୋତି ମିଶ୍ର କଲେ । ପରିବାର ଭାଙ୍ଗି ପଡିଥିବା ବେଳେ ଜ୍ୟୋତି ମିଶ୍ର ସେମାନଙ୍କୁ ସାହାରା ଦେଇଥିଲେ । ବହୁତ କିଛି କଥା କହି ସେମାନଙ୍କୁ ବୁଝାଇଥିଲେ ।

ଜ୍ୟୋତି ମିଶ୍ରଏନକେ ଆଖି ମଧ୍ୟ ଲୁହରେ ପୁରି ଯାଇଥିଲା । ନିଜେ ଜଣେ ଆଗଧାଡିର କଳକାର ହୋଇ ମଧ୍ୟ ମନରେ କୌଣସି ଗର୍ବ ନ ରଖି ପିଣ୍ଟୁଙ୍କ କାର୍ଯ୍ୟରେ ସାମିଲ ହୋଇ ଆଖିରୁ ଲୁହ ଗଡାଇ ବେସ ମନ ଦୁଃଖ କରିଛନ୍ତି ଜ୍ୟୋତି ମିଶ୍ର । ଅତି ଦୁଃଖର ସହ ନିଜକୁ ସମ୍ଭାଳି ସେ ପିଣ୍ଟୁଙ୍କ ପରିବାର ଲୋକଙ୍କୁ ସାହାରା ଦେଇଛନ୍ତି ।

ପିଣ୍ଟୁଙ୍କ ବିନା ଆଗାମୀ ଦିନରେ କିଭଳି ଘର ଚାଲିବ ତାହା ବୁଝାଇଛନ୍ତି ଜ୍ୟୋତି ମିଶ୍ର । ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ପାଖକୁ ଯାଇ ଜ୍ୟୋତି ମିଶ୍ର ତାଙ୍କ କାନରେ କହିଥିଲେ କି ପିଣ୍ଟୁ ପରେ ଛୁଆଙ୍କୁ ସମ୍ଭାଳିବା ଦାୟିତ୍ଵ ହେଉଛି ତୁମର । ତେଣୁ ତୁମେ ଭାଙ୍ଗି ନଯାଇ ସାହସର ସହ ନିଜ ପିଲାଙ୍କ ମୁହଁକୁ ଚାହିଁ ତାଙ୍କ ଭବିଷ୍ୟତକୁ ଚାହିଁ ଆଗକୁ ବଢ ।

ଦୁଃଖ ତ ଲାଗୁଛି ହେଲେ ଆଉ ତ ସେ ଫେରିବନି ତେଣୁ ସତକୁ ଗ୍ରହଣ କରି ଦୃଢ ହୁଅ ବୋଲି ବୁଝାଇଥିଲେ ଅଭିନେତ୍ରୀ ଜ୍ୟୋତି ମିଶ୍ର । ପିଣ୍ଟୁଙ୍କ ବନ୍ଧୁ ଭାବରେ ଜ୍ୟୋତି ମିଶ୍ର ତାଙ୍କ ପରିବାର ପାଇଁ ସବୁବେଳେ ଠିଆ ହେବେ ବୋଲି କହିଛନ୍ତି ଜ୍ୟୋତି ମିଶ୍ର । ଏହହା ସମ୍ପର୍କରେ ଆପଣଙ୍କ ମତାମତ ଆମକୁ ଜଣାଇବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *