ପ୍ରଯୋଜକଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲେ HItesh ‘ହିରୋ ହେବା ପାଇଁ ମତେ ସେ ଟଙ୍କା ମାଗିଲେ, ନଦେବାରୁ ପ୍ରଯୋଜକ ମତେ…’

ନମସ୍କାର ବନ୍ଧୁଗଣ, ଓଡିଶାରେ ଆଲବମ ସୁଟିଂ ବେଳେ ଘଟିଲା ଏକ ବଡ ଘଟଣା । ଯାହା ଫଳରେ ସୁଟିଂ ହେଲା ବନ୍ଦ । ଓଡିଶା କଳାକାରଙ୍କୁ ଦିଆଗଲା ଅପମାନ । ବଲିଉଡ କଳାକାରଙ୍କ ସାମ୍ନାରେ ଇଜ୍ଜତ ଉଛୁଳା ଗଲା ଆମ ଓଲିଉଡ କଳାକାରଙ୍କର । ବିନା ପଇସାରେ ମାଗଣା କାମ କରିବା ଭଳି କଥା କହି ଅପମାନ ଦିଆଗଲା । ଯଦି ପାରୁଛ ନିଜେ ପଇସା ଆମକୁ ଦେଇ କାମ କର ଏଭଳି କିଛି ବଡ ବଡ ଅସମ୍ମାନ ଜନିତ କଥାର ଶିକାର ହେଲେ ହିରୋ ହିତେଶ । ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ରହିଥିବା ସମ୍ପୂର୍ଣ ଖବର ।

ହିରୋ ହିତେଶଙ୍କ କହିବା ଅନୁଯାୟୀ 14 ତାରିଖ ଦିନ ଜୟଦେବ ବାଟିକାରେ ଏକ ସୁଟିଂ ଥିଲା । ହିତେଶ ହିରୋ ହେବେ କେଉଁ ଜାଗାରେ ହେବ କଣ ହେବ ସବୁ କିଛିର ଯୋଜନା ସରିଥିଲା ଆଉ ଆଜି ସୁଟିଂ ଥିଲା । ବଲିଉଡ ଟିମ ତରଫରୁ କାମ ଆସିଥିଲା ଆଉ ଏହାକୁ ଓଡିଶା ଟିମ ବୁଝୁଥିଲେ । ତେଣୁ ହିତେଶ ଗତ କାଲି ରାତିରେ ଓଡିଶା ଟିମର ଜଣଙ୍କୁ ଫୋନ ଲଗାଇ ପଚାରିଥିଲେ କି ଆଜ୍ଞା କେତେ କଣ ପେମେଣ୍ଟ ଅଛି ଏହି କାମ ପାଇଁ କୁହନ୍ତୁ ।

ପେମେଣ୍ଟ କଥା କହିବାରୁ ହିରୋଙ୍କ ଫୋନ ଆଉ ଉଠେଇଲେନି । ହିତେଶ ତାଙ୍କୁ ଆଗରୁ କହିଥିଲେ ଆପଣ ଯେହେତୁ ଏଟଟେ ବଡ କାମ କରୁଛନ୍ତି ତ ପେମେଣ୍ଟ ଯାହା ବି ଦେଲେ ଚଳିବ । କିନ୍ତୁ ଗତ କାଲି ଯେତେବେଳେ ହିତେଶ ପଚାରିଲେ ତାଙ୍କୁ କୁହାଗଲା ବିନା ପେମେଣ୍ଟରେ କାମ କର ମାଗଣାରେ କାମ କର ଆମେ ପଇସା ତୁମକୁ ଦେଇପାରିବୁନି ।

ଆଜି ସକାଳେ ଯେତେବେଳେ ହିତେଶ ଆସି ପହଞ୍ଚିଲେ ସୁଟିଂ ସେଟରେ ଆଉ ପଚାରିଲେ ମୁଁ ଏଥିରେ ଆକଟିଂ କରୁଛି ତ ଏହାପରେ ସେମାନେ ଉତ୍ତର ଦେଇଥିଲେ ତମେ କିଏ । କେଉଁଠୁ ଆସିଛ ମୁଁ cmଙ୍କ ପାଖକୁ ଯିବି । ବଲିଉଡ ହିରୋଇନ ଆକାଂକ୍ଷା ସର୍ମା ପ୍ରଥମ ଥର  ଆସିଥିଲେ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ କାମ କରିବା ପାଇଁ ।

ଆଉ ଆଜି ତାଙ୍କ ସାମ୍ନାରେ ଯାହା ଘଟିଲା ଏହାଦ୍ୱାରା ପୁରା ଓଡିଆ ସିନେ ଜଗତର ସମ୍ମାନ ଗଲା ବୋଲି କହିଛନ୍ତି ହିତେଶ । ଆଗରୁ ହିତେଶ ବହୁତ କାମ କରିଛନ୍ତି ପଇସା ବି ଠିକରେ ମିଳେ ଏହି ଟିମ ରୁ କିନ୍ତୁ ଏହି ବଲିଉଡ ହିରୋଇନଙ୍କୁ ଆଣିବାରୁ ତାଙ୍କ ସହ ଏଭଳି କରଯାଇଥିବାର କଥା କହିଛନ୍ତି ହିତେଶ । ଏହା ସମ୍ପର୍କରେ ଆପଣଙ୍କ ମତ କଣ ରହିବ ତାହା କମେଣ୍ଟରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *