ହାତ ଯୋଡି ବର୍ଷାଙ୍କୁ Anubhav କହିଲେ, ‘ମୋ ବାପା ICU ରେ…ତୁମକୁ ମୁଁ ହାତ ଯୋଡି ଅନୁରୋଧ କରୁଛି ଦୟାକରି ତୁମେ ଦୂରେଇ ଯାଅ, ନହେଲେ ମୁଁ…’

ବର୍ତ୍ତମାନ ସମୟରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଅନୁଭବ ମହାନ୍ତି । ନିଜର ଏକ ସୋସିଆଲ ମିଡିଆ ପୋସ୍ତ ପାଇଁ ଏବେ ହେଉଛି ଚର୍ଚ୍ଚା । ସେ ନିଜେ ଏକ ପୋସ୍ଟ ମାଧ୍ୟରେ ବରସାଙ୍କୁ ଅନୁରୋଧ କରୁ ଥିବାର ନଜର ଆସୁଛନ୍ତି । ‘ତମକୁ ହାତ ଯୋଡୁଛି ବର୍ଷା ତୁମେ ଦୂରେଇ ଯାଅ…’  ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ବର୍ଷାଙ୍କ ପାରିବାରିକ ମାମଲା ଥମିବାର ନାମ ହିଁ  ନେଉନି ଓ ଯେଉଁ କାରଣରୁ ଅତିଷ୍ଠ ହୋଇପଡିଲେଣି ଅନୁଭବ । ଯେଉଁଥି ପାଇଁ ସେ ବରସାଙ୍କୁ ହାତ ଯୋଡି କରୁଛନ୍ତି ଗୁହାରି ।

ଏବ ଏବେ ଏକ ବଡ ଖବର ଆସି ପହଞ୍ଚିଛି ଯେଉଁଥିରୁ ଜଣାଯାଇଛି କି ଅନୁଭବଙ୍କ ବାପାଙ୍କ ସ୍ଵାସ୍ଥ୍ୟବସ୍ତା ଗୁରୁତର ରହିଛି । ଯେଉଁଥି ପାଇଁ ସେ ବରସାଙ୍କୁ ଅନୁରୋଧ କରି କହିଛନ୍ତି ଦୂରେଇ ଯିବା ପାଇଁ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ।  ସାଂସଦ ଅନୁଭବ ମହାନ୍ତି ନିଜ ଟ୍ବିଟର ପେଜରେ ଟ୍ବିଟ କରି ଅନୁରୋଧ କରିଛନ୍ତି ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଶାନ୍ତିରେ ନିଶ୍ଵାସ ନେବାକୁ ଦୟାକରି ଛଡ଼ାଯାଉ ମୁକ୍ତି ଦିଆଯାଉ ।

ଅନୁଭବଙ୍କ ବାପା ଅବସ୍ଥା ବର୍ତ୍ତମାନ ବହୁତ ଗୁରୁତର ହୋଇପଡିଛି ଓ ସେ  icuରେ ଭର୍ତ୍ତି ହୋଇଛନ୍ତି । ଏକ ଘରୋଇ ମେଡିକାଲରେ ଅନୁଭବଙ୍କ ବାପାଙ୍କର ଚିକିତ୍ସା ଚାଲିଛି । ଦିଲ୍ଲୀରେ ଥିବା ବେଳେ ବାପାଙ୍କ ସ୍ୱାସ୍ଥ୍ୟ ବିଗିଡିବାର ଖବର ପାଇ ଦିଲ୍ଲୀରୁ ତୁରନ୍ତ ଓଡିଶା ଆସିଥିଲେ ଅନୁଭବ । ବାପା ଯେପରି କୌଣସି ଟେନ୍ସନ ନ ନିଅନ୍ତି ସେଥିପାଇଁ ନିଜ ବାପାଙ୍କ ଶେଷ ସମୟ ପୂର୍ବରୁ ପତ୍ନୀ ବର୍ଷାଙ୍କୁ ଅନୁରୋଧ କରିଛନ୍ତି ସବୁ ବିବାଦକୁ ଶେଷ କରିଦେବା ପାଇଁ ।

ଏବେ ସେମାନଙ୍କ ମଧ୍ୟରେ ଯାହା ସବୁ ଦ୍ଵନ୍ଦ ଅଛି ସବୁକୁ ଶେଷ କରିବାକୁ କହିଛନ୍ତି । ଆଇନର ଲଢେଇକୁ ଏହି ସମୟରେ  ଶେଷ କରି ନିଜର ମାନବିକତା ଦେଖାଇବା ଅନୁରୋଧ କରିଛନ୍ତି । ସେ ଟ୍ବିଟ କରି କହିଛନ୍ତି କି ବାପା ମାଆ ସବୁବେଳେ ଚାହିଁଥାନ୍ତି ପିଲାଙ୍କ ଖୁସି । ଆମେ ଜାଣୁ କିଏ ଠିକ ଆଉ କିଏ ଭୁଲ । ମୋ ବାପା ଏବେ icuରେ ଅଛନ୍ତି । ତାଙ୍କ ଅବସ୍ତା ଏବେ ବହୁତ ଗୁରତର ରହିଛି ।

ତେଣୁ ମୁଁ ହାତ ଯୋଡି ଅନୁରୋଧ କରୁଛି ଦୟାକରି ଡେରି ନକରି ମୋ ବାପା ମାଆଙ୍କୁ ଟିକେ ଶାନ୍ତିରେ ନିଶ୍ଵାସ ନେବାକୁ ଦିଅ ବର୍ଷା । ଟ୍ଟାଙ୍କ ଶେଷ ସମୟ ଆସିବା ପୂର୍ବରୁ ଜାଣିବାକୁ ଦିଅ ତାଙ୍କ ପୁଅ ଖୁସିରେ ରହିବା ଯାହା ଫଳରେ ସେ ଶେଷ ସମୟରେ ହେଲେ ଟିକିଏ ଶାନ୍ତିରେ ନିଶ୍ଵାସ ନେଇପାରିବେ । ସବୁଦିନ ପାଇଁ ସବୁ କିଛି ସାରିବା ପୂର୍ବରୁ ଦୟାକର ମୋ ବାପା ମାଆ ବାପାଙ୍କ ଉପରେ ଏଭଳି କିଛି କହିଛନ୍ତି ଅନୁଭବ ବର୍ଷାଙ୍କୁ ।

Leave a Reply

Your email address will not be published. Required fields are marked *