30 ବର୍ଷ ଧରି ପିଲାଙ୍କ ପାଇଁ ପୁରୁଷ ବେଶରେ ବଞ୍ଚୁଥିଲେ ମାଆ, ଏହା ପଛର କାରଣ ଜାଣିଲେ ଚମକି ପଡିବେ ଆପଣ…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପିଲା ଙ୍କ ପାଇଁ ମାଆ ର ଛଦ୍ମ ବେଶ । ଦୀର୍ଘ ୩୦ ବର୍ଷ ଧରି ପୁରୁଷ ବେଶରେ ମହିଳା । ବିବାହ ର ୧୫ ଦିନ ପରେ ଚାଲିଗଲେ ସ୍ୱାମୀ । ପିଲା ଙ୍କ ଲାଳନ ପାଳନ ପାଇଁ ବଡ଼ ନିଷ୍ପତ୍ତି । ସବୁବେଳେ ଏମିତି ପୁରୁଷ ବେଶରେ ବଞ୍ଚିବାକୁ ଚାହାନ୍ତି । ମାଆ ସର୍ବସଂହା ଓ ସର୍ବ ଶକ୍ତିମାନ । ପିଲା ଙ୍କ ଖୁସି ପାଇଁ ସେ କିଛି ବି କରିପାରେ । ମାଆ ଶକ୍ତି ର ଆକଳନ କରିବା ଅସମ୍ଭବ । ସେମିତି କିଛି କାମ କରିଛନ୍ତି ଜଣେ ମହିଳା ।

ସନ୍ତାନ ର ଲାଳନପାଳନ ପାଇଁ ସେ ୩୦ ବର୍ଷ ହେଲା ଛଦ୍ମ ବେଶରେ ରହିଛନ୍ତି । ମହିଳା ହୋଇ ପୁରୁଷ ବେଶ ଧାରଣ କରିଛନ୍ତି । ତାମିଲନାଡୁ ଟୁଥକୁଣ୍ଡି ର ଏହି ଘଟଣା । ଏହି ମହିଳା ବିବାହ ର ପନ୍ଦର ଦିନ ପରେ ନିଜ ସ୍ୱାମୀ ଙ୍କୁ ହରାଇଲେ । ହୃଦ୍ଘାତ ରେ ଚାଲିଗଲା ଜୀବନ । ଏହାପରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ନେଲା । ପିଲା ଜନ୍ମ ହେବା ପରେ ମହିଳା ଜଣକ ବିଭିନ୍ନ ସ୍ଥାନରେ କାମ କରିଲେ ।

କିନ୍ତୁ ସେଠାରେ ସେ ଶାରୀରିକ ଶୋଷଣ ର ଶିକାର ହେଲେ । ଦ୍ଵିତୀୟ ବିବାହ ନକରି ନିଜର ଏକମାତ୍ର ସନ୍ତାନ କୁ ଲାଳନପାଳନ କରିବାର ନିଷ୍ପତ୍ତି ନେଇ ସେ ପୁରୁଷ ବେଶରେ ରହିବା ଆରମ୍ଭ କରିଲେ । ନିଜ ନାଁ ରଖିଲେ ମୁଥୁ । ପୁରୁଷ ହେବାକୁ ସେ ବଦଳାଇ ଥିଲେ ନିଜ ରୂପ । ନିଜ କେଶ କୁ କାଟି ଛୋଟ କରିଦେଲେ ।

ଲୁଙ୍ଗି ଏବଂ ସାର୍ଟ ପିନ୍ଧିବା ଆରମ୍ଭ କରିଲେ । ବିଭିନ୍ନ କମ୍ପାନୀ ଓ ଦୋକାନ ରେ କାମ କରିଲେ । ଏହାଦ୍ବାରା ସେ ଆଉ ଶାରୀରିକ ଶୋଷଣ ର ଶିକାର ହେଲେ ନାହିଁ । ସହକର୍ମୀ ମାନେ ତାଙ୍କୁ ମୁଥୁ ମାଷ୍ଟର ବୋଲି ଡାକନ୍ତି । ଭୋଟର ଆଇଡି, ବାର୍ଥ କାର୍ଡ, ଆଧାର କାର୍ଡ ରେ ମଧ୍ୟ ସେ ଏହି ନାଁ ରଖିଲେ । ପ୍ରଥମେ ପ୍ରଥମେ ମୁଥୁ ଙ୍କ ଏହି ନିଷ୍ପତ୍ତି ତାଙ୍କୁ ନାନା ସମସ୍ୟା ରେ ପକାଇଲା ।

କିନ୍ତୁ ସେ ଏଥିରେ ପଛଘୁଞ୍ଚା ଦେଇ ନଥିଲେ । ନିଜ ଝିଅ ର ଖୁସି ପାଇଁ ଏମିତି କାମ କରିବାକୁ ବାଧ୍ୟ ହୋଇଥିଲେ ସେ । କଷ୍ଟ ର ସହିତ ପୁରୁଷ ଭଳି ଅଭିନୟ ତାଙ୍କୁ କରିବାକୁ ପଡୁଥିଲା । ତାଙ୍କୁ ବର୍ତ୍ତମାନ ୫୭ ବର୍ଷ ହୋଇ ଗଲାଣି । ତାଙ୍କର ଏକମାତ୍ର କନ୍ୟା ବିବାହ କରିସାରିଛନ୍ତି । ଆଗକୁ ମଧ୍ୟ ସେ ଏହି ପୁରୁଷ ବେଶରେ ହିଁ ବଞ୍ଚିବାକୁ ଚାହୁଁଛନ୍ତି ।

ସତରେ ଏହି ଜୀବନ ବହୁତ କଷ୍ଟ । ଆଉ ଏହି କଷ୍ଟ କୁ ଜୀବନ୍ତ ଅଭିନୟ କରି ସୁସମ୍ମାନ ଓ ସୁରକ୍ଷା ର ସହିତ ବଞ୍ଚିବା ଏବଂ ସଫଳ ହେବା । ଯାହା କରିପାରିଛନ୍ତି ପେଚିଆମଲ ଓରଫ ମୁଥୁ ମାଷ୍ଟର । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *