ପିଲାମାନଙ୍କୁ କୁରକୁରେ ଦେଉଥିବା ପ୍ୟାରେଣ୍ଟ୍ସ ହୁଅନ୍ତୁ ସାବଧାନ, ଏମିତି ଚାଲି ଗଲା ଏକ ନିରୀହ ଶିଶୁର ଜୀବନ

ବର୍ତ୍ତମାନର ଜମାନାରେ ପିଲାମାନେ ଘର ଖାଇବା ଠାରୁ ଅଧିକ ବାହାର ଖାଦ୍ୟକୁ ପସନ୍ଦ କରୁଛନ୍ତି । ଯେମିତି କି ଚିପ୍ସ, ବର୍ଗର କିମ୍ବା କୁରକୁରେ ଇତ୍ୟାଦି ଜିନିଷ ପିଲାମାନଙ୍କୁ ବହୁତ ଭଲ ଲାଗିଥାଏ । ଅନ୍ୟ ପଟେ ଛୋଟ ପିଲାମାନଙ୍କ ବିଷୟରେ କହିବା ତ ତାଙ୍କୁ ଚିପ୍ସ ଓ କୁରକୁରେ ବହୁତ ଅଧିକ ପସନ୍ଦ ଆସିଥାଏ । କହିବାକୁ ଗଲେ ଏହା ପୌଷ୍ଟିକ ତ ନୁହେଁ, କିନ୍ତୁ ସ୍ଵାଦିଷ୍ଟ ନିଶ୍ଚିତ ହୋଇଥାଏ ।କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ କି ଏହି ଜିନିଷ କାରଣରୁ ପିଲାମାନଙ୍କ ଜୀବନ ବି ଯାଇ ପାରେ, ତେବେ କଣ ଆପଣ ମାନିବେ । ଏହା ଶୁଣିବାକୁ ଅଳ୍ପ ଅଜବ ଲାଗିବ କିନ୍ତୁ ଏହା ସତ ଅଟେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି କେବଳ ଗୋଟିଏ କୁରକୁରେ କାରଣରୁ ଗୋଟିଏ ଶିଶୁର ଜୀବନ ଚାଲିଗଲା ।

କହିବାକୁ ଗଲେ ଏହିଭଳି ଅଜବ ଗଜବ ଘଟଣା ପ୍ରତାପଗଢର ଏକ ସହରାଞ୍ଚଳର ମହୁଲୀ ୱାର୍ଡର ଅଟେ । ଏହି ଅଞ୍ଚଳରେ ସଲିମ ନାମକ ଏକ ବ୍ୟକ୍ତି ନିଜର ପୁରା ପରିବାର ସହିତ ହସ ଖୁସିରେ ରହୁଥିଲା, ସଲିମର ୧୩ ମାସର ଏକ ଛୋଟ ପୁଅ ସୋନୁ ଥିଲା । କିନ୍ତୁ ଦୁଃଖର କଥା ଏହା ଅଟେ କି ସଲିମଙ୍କ ଘରର ଖୁସି ଅଧିକ ଦିନ ପର୍ଯ୍ୟନ୍ତ ରହିଲା ନାହିଁ । ଏହା ଏଥିପାଇଁ କାରଣ ଦିନେ ସଲିମଙ୍କ ୧୩ ମାସର ପୁଅ ବିଛଣା ଉପରେ ଆରାମରେ ବସି କୁରକୁରେ ଖାଉଥିଲା ।

ଏହି ସମୟରେ କୁରକୁରେ ର ଏକ ଖଣ୍ଡ ତାହାର ଗଳାରେ ଫସିଗଲା । ଯେଉଁ କାରଣରୁ ସେ ଅଣନିଶ୍ଵାସି ହୋଇଗଲା । ଏମିତିରେ ପିତା ସଲିମଙ୍କ ନଜର ସୋନୁ ଉପରେ ପଡିଗଲା ଓ ସଲିମ ନିଜ ପୁଅର ଅବସ୍ଥାକୁ ବୁଝିଗଲେ । ସଲିମ ନିଜ ପୁଅର ବେକରୁ କୁରକୁରେକୁ ବାହର କରିବାକୁ ଚେଷ୍ଟା କରିଲେ । ସେ ଚିତ୍କାର କରି ସମସ୍ତ ଘର ଲୋକଙ୍କୁ ବି ଡାକିଲେ । କିନ୍ତୁ ବହୁତ ଚେଷ୍ଟା କରିବା ସତ୍ତ୍ୱେ ବି କୁରକୁରେ ଖଣ୍ଡଟି ବାହାରକୁ ବାହାରିଲା ନାହିଁ ।

ଏହା ପରେ ଘର ଲୋକମାନେ ସୋନୁକୁ ହସ୍ପିଟାଲ ନେଇଗଲେ । କିନ୍ତୁ ଦୁଃଖର କଥା ଏହା ଅଟେ କି ନିଶ୍ଵାସ ନେବାରେ ଅସୁବିଧା ହେବାରୁ ସୋନୁର ଜୀବନ ଚାଲିଗଲା । ପୁଅ ସୋନୁର ଜନ୍ମ ପୂର୍ବରୁ ହିଁ ତାହାର ପିତା ସଲିମ ଚାକିରି କରିବା ପାଇଁ ସାଉଦୀ ଆରବ ଯାଇଥିଲେ ଓ ସେ ଏକ ଡ୍ରାଇଭରର ଚାକିରି କରୁଥିଲେ । ସେଠି ସଲିମର ଭଲ ଆୟ ବି ହେଉଥିଲା । ଯେଉଁ କାରଣରୁ ସେ ନିଜର ପରିବାରର ଖୁସିକୁ ବି ପୁରା କରି ପାରୁଥିଲେ ।

ଦୁଇ ମାସ ପୂର୍ବେ ହିଁ ସଲିମ ଛୁଟି ନେଇ ଘରକୁ ଫେରିଥିଲେ । କିନ୍ତୁ ଏହି ଘଟଣା ସଲିମ ଘରର ସମସ୍ତ ଖୁସିକୁ ଛିନଭିନ କରିଦେଲା । କହିବାକୁ ଗଲେ ସଲିମଙ୍କର ଦୁଇଟି ପୁଅ ଅଛନ୍ତି । ବଡ ପୁଅର ନାମ ସଲମାନ ଅଟେ ଓ ଛୋଟ ପୁଅର ନାମ ସୋନୁ ଅଟେ । ଯିଏକି ସମସ୍ତଙ୍କର ଗେଲ୍ହା ଥିଲା ।

ଏହି ଘଟଣା ପରେ ଆମେ ତ ଏହା ହିଁ କହିବୁ କି ପିଲାମାନଙ୍କୁ ଭଲ ପାଇବା ଦେବା ଉଚିତ, କିନ୍ତୁ ଏହା ସହିତ ସାବଧାନ ବି ହେବା ଜରୁରୀ ଅଟେ । ସେଥିପାଇଁ ଭୁଲରେ ବି ଛୋଟ ପିଲାମାନଙ୍କୁ କେବେ କୌଣସି ଏମିତି ଜିନିଷ ଦିଅନ୍ତୁ ନାହିଁ, ଯାହା ତାହାର ବେକରେ ଅଟକି ଯିବ ଓ ତାଙ୍କ ମୃତ୍ୟୁର କାରଣ ହୋଇଯିବ । ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରିବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *