ବାଇକ ଉପରେ SSP ଲେଖି ବୁଲୁଥିଲା ଯୁବକ, ପୋଲିସ ଅଟକାଇଲା ତ କହିଲା ଏମିତି ଅଜବ କାରଣ

ଗାଡିର ନମ୍ବର ପ୍ଲେଟ ଉପରେ ନମ୍ବର ଛଡା ଅନ୍ୟ କିଛି ଲେଖିବା ଦ୍ଵାରା ପୋଲିସ କାର୍ଯ୍ୟାନୁଷ୍ଠାନ ହୋଇଥାଏ । ଏହା ଜାଣିବା ସତ୍ତ୍ୱେ ବି କେତେକ ଲୋକମାନେ ଏହାକୁ ମାନି ନ ଥାନ୍ତି । ଏହିଭଳି କିଛି ମାମଲା ବାରଣାସୀର ଅଟେ, ଯେଉଁଠି ଏକ ଯୁବକ ନିଜର ବୁଲେଟ ଉପରେ SSP ଲେଖିଥିଲା । ଏହା ଦେଖି ଯେତେବେଳେ ଚେକିଙ୍ଗ ଉପରେ ପୋଲିସ ତାକୁ ପଚରା ଉଚରା କରିଲା ତ ଅଜବ ମାମଲା ସାମ୍ନାକୁ ଆସିଲା । ପ୍ରଥମେ ତ ପୋଲିସ ବହୁତ ଗାଳି ଗୁଲଜ କରିଲା ଓ ବୁଲେଟକୁ ସିଜ କରି ତାହାର ଚାଲାଣ କାଟି ଦେଲା ।

କହିବାକୁ ଗଲେ ବାରଣାସୀରେ ଲକଡାଉନ କାରଣରୁ ପୋଲିସ ଫୀଲ୍ଡ ଉପରେ ଛିଡା ହୋଇଥିଲେ । ଏହି କାରଣରୁ କେତେକ ସ୍ଥାନରେ ଚେକିଙ୍ଗ ପଏନ୍ଟ ଥିଲା । କିନ୍ତୁ ଏହା ମଧ୍ୟରେ କୋର୍ଟ କଚେରୀ ପାଖରେ ଡିୟୁଟି କରୁଥିବା ପୋଲିସକର୍ମୀଙ୍କ ମୁଣ୍ଡ ସେହି ସମୟରେ ଚକ୍କର କାଟିବାକୁ ଲାଗିଲା ଯେତେବେଳେ ସେ ବିନା ନମ୍ବରର ବୁଲେଟ ମୋଟର ସାଇକେଲ ଆଗରେ SSP ଲେଖା ହୋଇଥିବାର ଦେଖିଲେ ।

ପାହାଡିଆ ମଣ୍ଡୀରେ ନିଜକୁ କାର୍ଯ୍ୟରତ ବୋଲି କହୁଥିବା ଯୁବକ ବିନା ହେଲମେଟରେ ଥିଲା, ସେ ଫଳ ନେଇ କେଉଁଠିକୁ ଯିବାର କଥା କହୁଥିଲା ଓ ଏହା ସହିତ ପୋଲିସକର୍ମୀମାନଙ୍କ ଉପରେ ରାଗ ଦେଖାଉ ଥିଲା । ଏହାକୁ ଦେଖି ମହିଳା ଇନ୍ସପେକ୍ଟର ପଚରା ଉଚରା ଆରମ୍ଭ କରିଲେ ତ ଅଜବ ମାମଲା ସାମ୍ନାକୁ ଆସିଲା । ତାହାର କହିବା ଥିଲା କି ଏହା ମୋ ନାମର ପ୍ରଥମ ଅକ୍ଷର ଅଟେ ।

କହିବାକୁ ଗଲେ ବୁଲେଟ ଚାଲୁଥିବା ବ୍ୟକ୍ତିର ନାମ ଶିବ ଶଙ୍କର ପ୍ରସାଦ ଅଟେ । ଯାହାର ଶର୍ଟକଟକୁ ସେ ଏସଏସପି ଲେଖିଛି । ଏହା ଜାଣି ଇନ୍ସପେକ୍ଟର ତାକୁ ବହୁତ ଗାଳି ଗୁଲଜ ଦେଲେ ଓ ବୁଲେଟ ସିଜ କରି ଦେଲେ । ଏହା ସହିତ ଚାଲାଣ କାଟି ସେହି ଯୁବକର ହାତରେ ଧରାଇ ଦେଲେ । ଭଲ ଲାଗିଲେ ଏହାକୁ ଗୋଟିଏ ଶେୟାର କରି ଆମ ସହିତ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *