ଲଘୁଚାପ ବର୍ଷାରେ ବୁଡିବ ଓଡିଶା, ବର୍ଷାରୁ ତ୍ରାହି ମିଳିନଥିବା ବେଳେ ଏବେ ପୁଣି ଲେଉଟିଛି ଲଘୁଚାପ ବର୍ଷା

ନମସ୍କାର ବନ୍ଧୁଗଣ ।  ସୂଚନା  ମୁତାବକ ପୁଣି ହେବ ଲଘୁଚାପ ବର୍ଷା । ହଁ ଦର୍ଶକବନ୍ଧୁ ବନ୍ୟା ପାଣିର ସ୍ତର ଥମି ନ ଥିବା ବେଳେ ପୁଣିଥରେ ଲେଉଟିଛି ଲଘୁଚାପ । ସୂଚନା ଅନୁସାରେ ଛତିଶଗଡ ପୁଣି ଥରେ ତା ଇଛା ମୁତାବକ ଗେଟ୍ ଖୋଲିଦେଇଛି ତାହାକୁ ସମ୍ଭାଳିବା ହୀରାକୁଦ ଡ୍ୟାମ ପକ୍ଷେ ବହୁ କଷ୍ଟକର  ବିଷୟ ହେଲାଣି । ଏଣୁ କରି ହୀରାକୁଦ ତାହାର 4 ଟି ଗେଟ୍ ଖୋଲିଦେଇଛି ଯାହା ଫଳରେ ମହାନଦୀର ଜଳସ୍ତର ବଢିବାକୁ ଲାଗିଛି ।

ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ଘରଦ୍ଵାରରେ ଅଟକିଛି ବନ୍ୟା ପାଣି । ସେଠାକାର ଲୋକମାନଙ୍କ ଗମନାଗମନ କରିବା ଅସମ୍ଭବ ହୋଇଛି । ଅପର ପକ୍ଷରେ ଛତିଶଗଡ ଓଡିଶାକୁ ଡୁବାଇରେ ଲାଗିଛି । ତେଣୁ ସେ ବିନା ସୂଚନା ଗେଟ୍ କୁ ଖୋଲିଦେଉଛି । ହୀରାକୁଦ ଡ୍ୟାମ ମଧ୍ୟ ପାଣିକୁ ଅଟକାଇ ରଖିବା ସୀମା ବାହାର ହେଲାଣି ।

ଏଣୁ ଆଜି 4 ଟି ଗେଟ୍ ଖୋଲିଛି ଯାହା ଫଳରେ ଅନେକ ସ୍ଥାନମାନଙ୍କରେ ବନ୍ୟାଜଳ ଜମିଛି ।  ସେପଟେ ଭୁବନେଶ୍ଵର ପରିସ୍ଥିତି ମଧ୍ୟ ଅତି ଦୟନୀୟ ଲୋକମାନଙ୍କ ଘରେ ପଶୁଛି  ବନ୍ୟାପାଣି ଏବଂ ସେମାନଙ୍କ ଆବାସପତ୍ର ସବୁ ନଷ୍ଟ ହେଇସାରିଛି । ଲୋକମାନଙ୍କ ସବୁ କ୍ଷେତ୍ରରେ କ୍ଷତିଦେଖିବାକୁ ମିଳିଛି ଏଣୁ ଲୋକେ ବହୁ କଷ୍ଟର ସମ୍ମଖୀନ ହେଉଥିବା କହିଛନ୍ତି ।

ଏପରି ପରିସ୍ଥିତି ଥିବାବେଳେ ପୁଣି ଥରେ ହେବ ଲଘୁଚାପ । ଯଦି ପୁଣି ଲଘୁଚାପ ହୁଏ ତେବେ ଭୁବନେଶ୍ଵର ହେବ କଣ ?   ଅପର ପକ୍ଷରେ ଛତିଶଗଡର ମନମୁଖୀ ଗେଟ୍ ଖୋଲିବା । ଓଡିଶାବାସୀଙ୍କୁ ଘେରିଛି ବନ୍ୟାର ବାର୍ତ୍ତାବରଣ । ଏବେ ଉତ୍ତର ଓଡିଶା ସଲଗ୍ନ ଅଞ୍ଚଳରେ ସକ୍ରିୟ ସଦୃଶ୍ୟ ଲଘୁଚାପ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି ।

ଅନ୍ୟପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ- ପୂର୍ବ ଦିଗରେ ସକ୍ରିୟ ରହିଛି । 6 ରୁ 9 ତାରିଖ ଯାଏ ଓଡିଶାରେ ବର୍ଷାଘଡଘଡି ନେଇ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହାକୁ ନେଇ ଲଘୁଚାପ ବିଭାଗ ସୂଚନା ଜାରିକରିଛି । ଏଭଳି ଲଘୁଚାପ ଯଦି ହୁଏ ତେବେ ଓଡିଶା ବୁଡିବାର ସମ୍ଭାବନା ରହିଛି । ଲୋକେମାନେ ଏହାକୁ ନେଇ ଭୟଭୀତ । 

Leave a Reply

Your email address will not be published. Required fields are marked *