କେଶର ସବୁ ସମସ୍ଯା ପାଇଁ କେବଳ ଗୋଟିଏ ରାମବାଣ ଉପାୟ ପିଆଜ ତେଲ, ଜାଣନ୍ତୁ ଏହାକୁ ତିଆରି କରିବାର ସହଜ ଉପାୟ- Beauty Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ, ଯାହାର ପ୍ରାୟୋଗ ଦ୍ଵାରା ଆପଣଙ୍କ କେଶ ପ୍ରାକୃତିକ ଉପାୟ ରେ ଘନ ଏବଂ ଲମ୍ବା ହୋଇଯିବ। ବନ୍ଧୁଗଣ ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ବ୍ୟସ୍ତ ରହୁଛନ୍ତି ଏବଂ ଏହି ବ୍ୟସ୍ତତା ମଧ୍ୟରେ ସେମାନେ ନିଜର ଯତ୍ନ ମଧ୍ୟ ନେଉ ନାହାନ୍ତି ଏବଂ ସମସ୍ତ ଙ୍କ ପାଖରେ ଟାଇମ ର ଅଭାବ ରହିଥାଏ ଯାହାଫଳରେ ସେମାନେ ନିଜ କେଶର ଯତ୍ନ ମଧ୍ୟ ନେଇ ପାରନ୍ତି ନାହିଁ । ଯାହାଫଳରେ କେଶ ରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଯାଇଥାଏ।

ଯଥା, କେଶ ଝଡ଼ିବା, କେଶ ଧଳା ହୋଇଯିବା, କେଶରେ ରୂପୀ ହୋଇଯିବା ଏଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ।ଭିଟାମିନ ର ଅଭାବ ତଥା ନିୟମିତ ଭାବରେ ଖାଦ୍ୟପେୟ ନହେବା ଦ୍ଵାରା ଏହି ସବୁ କେଶ ଜନିତ ସମସ୍ୟା ଦେଖା ଯାଇଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟା ର ସମାଧାନ ହୋଇଯିବ ଏବଂ ଏହା ସହିତ କେଶ ଘନ, ମଜବୁତ ଏବଂ ଲମ୍ବା ହୋଇଯିବ।

ବନ୍ଧୁଗଣ ଏହି ଉପଚାର ରେ ଆଵଶ୍ୟକ ସାମଗ୍ରୀ ଆପଣଂକୁ ଅତି ସହଜରେ ମିଳିଯିବ ଏବଂ ଏହାକୁ ପ୍ରସ୍ତୁତ କରିବା ନିମନ୍ତେ ଆପଣଂକୁ ଅଧିକ ସମୟ ମଧ୍ୟ ଲାଗିବ ନାହିଁ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ।

୧. ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆପଣଙ୍କୁ ଏକ ତେଲ ପ୍ରସ୍ତୁତ କରିବାକୁ ହେବ। ଏଥିପାଇଁ ଆବଶ୍ୟକ ଥିବା ସାମଗ୍ରୀ ଗୁଡ଼ିକ ହେଉଛି- ‘ପିଆଜ’, ‘ସୋରିଷ ତେଲ’, ‘ରସୁଣ’, ‘ଭୃସଙ୍ଗ ପତ୍ର’, ‘ନଡ଼ିଆ ତେଲ’ ଏବଂ ‘ଭିଟାମିନ E’ କ୍ୟାପ୍ସୁଲ।


୨. ଏହି ଉପଚାର ନିମନ୍ତେ ପ୍ରଥମେ ଆପଣ ଦୁଇଟି ଶୁଖିଲା ପିଆଜ ନିଅନ୍ତୁ ଏବଂ ଏହାକୁ କାଟି ଗ୍ରାଇଣ୍ଡର ରେ ପକାନ୍ତୁ। ଏହାପରେ ଏଥିରେ ଦୁଇ ଚାମଚ ସୋରିଷ ତେଲ ପକାନ୍ତୁ। ଏହାପରେ ଏଥିରେ ରସୁଣ ର ୪ ୫ ପାଖୁଡ଼ା ପକାନ୍ତୁ। ଶେଷରେ ଏଥିରେ ଅଳ୍ପ ଭୃସଙ୍ଗ ପତ୍ର ପକାନ୍ତୁ।ଏହାପରେ ଏହି ସବୁ ସାମଗ୍ରୀ କୁ ଭଲ ଭାବରେ ମିଶାଇ ଗ୍ରଇଣ୍ଡିଙ୍ଗ କରି ଦିଅନ୍ତୁ।


୩. ଏହି ମିଶ୍ରଣ କୁ ଆପଣ ଅଲଗା କରି ରଖନ୍ତୁ। ଏହାପରେ ଗ୍ୟାସ ରେ କଢ଼େଇ ବସାନ୍ତୁ ଏବଂ ସେହି ମିଶ୍ରଣ କୁ କଢ଼େଇ ରେ ପକାନ୍ତୁ। ଏହାପରେ ଏଥିରେ ୧୦୦ଗ୍ରାମ ନଡ଼ିଆ ତେଲ ଏବଂ ୨୦୦ ଗ୍ରାମ ସୋରିଷ ତେଲ ପକାନ୍ତୁ। ଏହାକୁ ଲୋ ଫ୍ଲେମ୍ ରେ ପ୍ରସ୍ତୁତ କରନ୍ତୁ। ଅଳ୍ପ ସମୟ ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ ଏବଂ ସେହି ମିଶ୍ରଣ କୁ ଏକ ପାତ୍ର ରେ ଅଲଗା ରଖନ୍ତୁ।

୪. ଆପଣ ଏକ କପଡ଼ା ନିଅନ୍ତୁ ଏବଂ ସେହି ମିଶ୍ରଣ କୁ ସେହି କପଡ଼ା ରେ ରଖନ୍ତୁ। ସେହି କପଡା ସାହାଯ୍ୟ ରେ ଆପଣ ଭଲ ଭାବରେ ତେଲ କୁ ଛାଣି ଅଲଗା ରଖନ୍ତୁ। ଆପଣ ଭଲ ଭାବରେ କପଡ଼ା କୁ ଚିପୁଡ଼ି ତେଲ ବାହାର କରନ୍ତୁ।ଏହାପରେ ଏଥିରେ ୨ ବା ୪ଟି ଭିଟାମିନ E କ୍ୟାପ୍ସୁଲ ମିଶାଇ ଦିଅନ୍ତୁ। ଏହାପରେ ଆପଣଙ୍କ ତେଲ ପ୍ରସ୍ତୁତ ହୋଇଯିବ।


୫. ଆପଣ ଏହି ତେଲକୁ ବ୍ୟବହାର କରିବା ସମୟରେ ଗରମ ପାଣି ରେ ଏକ ପାତ୍ର ରେ ରଖି ଅଳ୍ପ ଗରମ କରି ବ୍ୟବହାର କରନ୍ତୁ। ଆପଣ ଏହି ତେଲକୁ ନିଜ କେଶରେ ହାଲକା ମାଲିସ କରନ୍ତୁ । ତେବେ ବନ୍ଧୁଗଣ ଆପଣ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ। ଏଥିରେ ଥିବା ସମସ୍ତ ସାମଗ୍ରୀ ର ପୋଷକ ତତ୍ତ୍ୱ ଆପଣଙ୍କ କେଶକୁ ମିଳିବ ଏବଂ ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟା ଦୂର ହେବ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ବିଉଟି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *