କାଲି ସେମାନେ ଆମକୁ ଅଟକାଇ ଯେପରି ଫୁଲମାଳ ପିନ୍ଧାଇଥିଲେ ସେମିତି ଆମେ ତାଙ୍କୁ ଜୋତାମାଳ ପିନ୍ଧେଇବୁ, ନିଜର ସ୍ଵାର୍ଥ ପାଇଁ ସେମାନେ…

ନମସ୍କାର ବନ୍ଧୁଗଣ, ଡ୍ରାଇଭର ମାନେ କରୁଥିବା ଆନ୍ଦୋଳନ ଏବେ ତୀବ୍ର ରୂପ ଧାରଣ କରିବାରେ ଲାଗିଲାଣି । ଡ୍ରାଇଭର ହୋଇ କଣ ନିଜର ସମାଧାନ କରିବେ ଓଲଟା ପରସ୍ପର ମଧ୍ୟ ଚାଲିଲାଣି ଯୁଦ୍ଧ । ଯେଉଁ ଡ୍ରାଇଭର ମାନଙ୍କୁ କିଛି ଡ୍ରାଇଭର କାଲି ଫୁଲମାଳ ପିନ୍ଧାଇ ଥିଲେ ଆଜି ସେମାନେ ଜୋତାମାଳ ପିନ୍ଧାଇବାର କଥା କହିଲେଣି । ତେବବେ ଏତେ ସବୁ ହେବା ପଛର ପ୍ରମୁଖ କାରଣ କଣ ରହିଛି କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଏହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ସମ୍ପର୍କରେ ।

ଓଡିଶା ଡ୍ରାଇଭର ସଂଘ ତରଫରୁ ରକ୍ଷା ଯାଇଥିବା ଆନ୍ଦୋଳନ ଡକାରରେ ସାମିଲ ହେବା ପାଇଁ ଅଟୋ ଚାଳକ ମାନଙ୍କୁ ମଧ୍ୟ ସାମିଲ ହେବା ପାଇଁ କୁହାଯାଇଥିଲା । କିନ୍ତୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଷ୍ଟ୍ରେରିଙ୍ଗ ଛାଡ ଆନ୍ଦୋଳନରେ ଯଦି ସେମାନେ ସାମିଲ ହେଲେ ତେବେ ନିଜର ସ୍ତ୍ରୀ ପିଲା ଚଳି ପାରିବେ ନାହିଁ ବୋଲି ଆନ୍ଦୋଳନ ସାମିଲ ନ ହେବା ପାଇଁ ଅନୁମତି ଆଣିଲେ । କିନ୍ତୁ ଆନ୍ଦୋଳନକୁ ସମର୍ଥନ କଲେ ।

ଆଉ କହିଥିଲେ ଅଟୋ ଚାଳକ ମାନଙ୍କର ହେଉଥିବା ଅସୁବିଧାକୁ ମଧ୍ୟ ଆପଣ ଉପସ୍ଥାପନ କରିବେ । କିନ୍ତୁ 24 ଘଣ୍ଟା ଭିତରେ ସେମାନେ କେଉଁଠାରୁ ଏହାର ସୂଚନା ପାଇଲେ ନାହିଁ । ଦିନିକିଆ ରୋଜଗାର କରି ପେଟ ପୋଷୁଥିବାରୁ ଆନ୍ଦୋଳନ ପାଇଁ ସମୟ ଦେବା ପାଇଁ ମନା କରିଥିବାରୁ ।

ଗତ କାଲି କିଛି ଡ୍ରାଇଭର ମାନେ ଆଟୋ ଚାଳକ ମାନଙ୍କ ଅଟୋକୁ ଅଟକାଇ ସେମାନଙ୍କୁ ଫୁଲ ମାଳ ଦେଇ କହିଥିଲେ କି ତୁମେ ମାନେ ହେଉଛ ଡ୍ରାଇଭର ନାମରେ କଳଙ୍କ । ଏହାପରେ ଅଟୋ ଚାଳକ ମାନେ ଆଜି ଉତ୍ୟକ୍ତ ହୋଇ ଉଠିଛନ୍ତି ଆଉ ଆରମ୍ଭ କରିଦେଇଛନ୍ତି ପ୍ରତିଶୋଧ ନେବା । ଆଉ କହିଛନ୍ତି କାଲି ସେମାନେ ଫୁଲମାଳ ଦେଇ ଆମକୁ ନିନ୍ଦା କରିଥିଲେ କିନ୍ତୁ ଆଜି ଆମେ ଜୋତାମାଳ ପିନ୍ଧାଇବୁ ତାଙ୍କୁ ।

ଏଭଳି ଏକ ସଂଘର୍ଷ ଆରମ୍ଭ ହୋଇଥିବାର ଖବର ଆସି ପହଞ୍ଚିଛି ବର୍ତ୍ତମାନ । ଅଟୋ ଚ୍ଚାଳକ ମାନେ ଓଡିଶା ଡ୍ରାଇଭର ସଂଘକୁ ସମର୍ଥକ ନ କରିବା କଥା ପାଇଁ ଡ୍ରାଇଭର ମାନେ ସେମାନଙ୍କୁ ଅସମ୍ମାନିତ କରିଥିବାର ଘଟଣା ସାମ୍ନାକୁ ଆସିଛି । ଯାହା ବର୍ତ୍ତମାନ ଏକ ପ୍ରକାର ବିଶୃଙ୍ଖଳା ଆନ୍ଦୋଳନ ହେବାରେ ଦେଖା ଦେଲାଣି । ଏହା ସମ୍ପର୍କରେ ଆପଣ ମାନଙ୍କର ମତାମତ କଣ ରହିବ ତାହା କମେଣ୍ଟରେ ନିହାତି ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *