Bobby Mishra କହିଲେ ‘ମୁଁ ତାଙ୍କୁ ଆଜି ବି ମୁଁ ସେତିକି ଭଲ ପାଏ, ତାଙ୍କର ପୁଅଟେ ହେଇ ସାରିଲାଣି, ହେଲେ ଏବେ ବି ଯଦି ସେ ଫେରନ୍ତି…’

ନମସ୍କାର ବନ୍ଧୁଗଣ, ବବି ମିଶ୍ର ପୂର୍ବରୁ କୋଏଲ ବାନାର୍ଜୀଙ୍କୁ ବିବାହ କରିଥିଲେ । କିନ୍ତୁ ବର୍ତ୍ତମାନ କୋଏଲ ଏବଂ ବବି ମିଶ୍ରଙ୍କ ଛାଡପତ୍ର ହୋଇସାରିଛି । ଅନ୍ୟତ୍ର କୋଏଲ ବିବାହ କରିବା ସହ ତାଙ୍କର ଗୋଟିଏ ପୁଅ ମଧ୍ୟ ହୋଇସାରିଲାଣି । କିନ୍ତୁ ଏବେ ବି ବବି ମିଶ୍ର କହୁଛନ୍ତି କୋଏଲ ଫେରିଆସିଲେ ମୁଁ ପୁଣି ତାଙ୍କୁ ରଖିବି । ତାଙ୍କୁ ମୁଁ ଭଲ ପାଉଛି ଏବେ ବି । ନିଜ ମନରେ ଥିବା ଏଭଳି କାଥାର ଖୁଲାସା କାହିଁକି କରିଛନ୍ତି ବବି ମିଶ୍ର କଣ ରହିଛି ଏହା ପଛର କାରଣ ଆସନ୍ତୁ ଜାଣିବା ।

ବବି ମିଶ୍ର କହିଛନ୍ତି ସେ ଜଣେ ଡୁଆଲ ମିନିଙ୍ଗ ଲୋକ ନୁହନ୍ତି । ବବି ମିଶ୍ର ଭିତରୁ ଯାହା ସେଇଆ ହିଁ ସେ ଲୋକମାନଙ୍କ ସାମ୍ନାରେ ଦେଖାଇଥାନ୍ତି । ବବି ମିଶ୍ର କହିଛନ୍ତି ସେ ବିଲକୁଲ ମଧ୍ୟ ଚିନ୍ତାରେ ନାହାନ୍ତି ସେ ସବୁଦିନ ବହୁତ ଲୋକଙ୍କୁ ଖୁସି କରିବା ଆଶାରେ ସକାଳୁ ଉଠନ୍ତି ।

ବବି ମିଶ୍ର କହିଛନ୍ତି ସେ ତାଙ୍କ କଥାର ଜାଦୁରେ ବହୁତ ଲୋକଙ୍କୁ ଡିପ୍ରେସନରୁ ମଧ୍ୟ ବାହାର କରିଛନ୍ତି ଏବଂ ମିଡିଆ ସାମ୍ନାରେ କହିଛନ୍ତି ମୁଁ ଚିନ୍ତାରେ ନାହିଁ ସତ କିନ୍ତୁ ମୁଁ କୋଏଲଙ୍କୁ ବହୁତ ଭଲ ପାଏ । ସେ ତାଙ୍କ ଠାରୁ ଦୂରେଇ ଯିବା ପରେ ମଧ୍ୟ ଏବେ ବି ମୁଁ କୋଏଲକୁ ଭଲ ପାଉଛି ବୋଲି କହିଛନ୍ତି ବବି ମିଶ୍ର ।

ଏହାକୁ ନେଇ ଲୋକ କଣ କହିବେ ସେଇଟା ସିଏ ଭାବିନାହାନ୍ତି । କୋଏଲ ଯଦି ବବିଙ୍କ ପାଖକୁ ଫେରିଆସିବେ ତ ସେ ପୁଣି ଥରେ ତାଙ୍କୁ ଖୁସିରେ ଗ୍ରହଣ କରିବେ ବୋଲି କହିଛନ୍ତି ବବି ମିଶ୍ର । ମୁଁ ଭଲ ପାଏ ତାଙ୍କୁ ମୁଁ ଜାଣିଛି ତାଙ୍କର ଗୋଟିଏ ପୁଅ ବି ହେଇସାରିଲାଣି ତଥାପି ତାଙ୍କ ପ୍ରତି ମୋ ଭଲ ପାଇବା କମି ନାହିଁ ତାଙ୍କ ପ୍ରତି ଏଭଳି କଥା କହିଲେ ବବି ।

ତାଙ୍କ କହିବା ଅନୁଯାୟୀ ସେ କୋଏଲଙ୍କୁ ଭଲ ପାଆନ୍ତି ତେଣୁ ତାଙ୍କ ସହ ଯାହା ବି ଘଟିବ ତାଙ୍କ ସହ ସେହି ସବୁକୁ ସେ ଗ୍ରହଣ କରିବା ପ୍ରସ୍ତୁତ ଅଛନ୍ତି । କୋଏଲଙ୍କ ପ୍ରତି ତାଙ୍କର ଭଲ ପାଇବା ଥିଲା ଏବେ ବି ଅଛି ବୋଲି କହିଛନ୍ତି ବବି ମିଶ୍ର । ଏହା ସମ୍ପର୍କରେ ଆପଣଙ୍କ ମତ କଣ ରହିବ ତାହା କମେଣ୍ଟ ମାଧ୍ୟମରେ ନିହାତି ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *