ଏହି ଫଟୋରେ ଲୁଚି ଅଛି ଗୋଟିଏ ବିଷଧର ସାପ, 90% ଲୋକ ଖୋଜି ପାରିଲେ ନାହିଁ, କଣ ଆପଣ ଖୋଜି ପାରିଲେ ?

ସୋସିଆଲ ମିଡିଆରେ ପ୍ରାୟତଃ ଫଟୋରେ ଲୁଚି ଥିବା ଜିନିଷକୁ ଖୋଜିବା ବାଲା ଫଟୋ ବହୁତ ଭାଇରାଲ ହୋଇଥାଏ । ଏଥିରେ ଲୁଚି ଥିବା ଗୋଟିଏ ଜିନିଷକୁ ଖୋଜିବା ପାଇଁ ସମସ୍ତଙ୍କୁ ଚ୍ୟାଲେଞ୍ଜ ଦିଆଯାଏ । ଏହିଭଳି ଫଟୋ ସବୁ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥାଏ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଏହିଭଳି ଏକ ଫଟୋ ନେଇ ଆସିଛୁ । ଯେଉଁଥିରେ ଗୋଟିଏ ବିଷଧର ସାପ ଲୁଚି ଅଛି । ଯାହାକୁ ପ୍ରାୟତଃ କେହି ବି ଖୋଜି ପାରି ନାହାନ୍ତି ।

ଯେତିକି ଲୋକମାନେ ବି ଏହି ଫଟୋରେ ସାପକୁ ଖୋଜିବାକୁ ଚେଷ୍ଟା କରିଛନ୍ତି ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକମାନେ ଫେଲ ହୋଇଛନ୍ତି । ଏହି ଫଟୋକୁ ଅଷ୍ଟ୍ରେଲିୟାର ସ୍ନେକ କ୍ଯାଚିଂ ସର୍ବିସ ସୋସିଆଲ ମିଡିଆରେ ଶେୟାର କରିଥିଲେ ।

ସେମାନେ ଏହି ଫଟୋକୁ ‘ସ୍ପଟ ଦ ସ୍ନେକ ସଂଡେ’ ଟାଇଟେଲ ସହ ଶେୟାର କରିଥିଲେ । ଫଟୋକୁ ଫେସବୁକ ଉପରେ ଶେୟାର କରା ଯାଇଛି ଓ ଲେଖା ଯାଇଛି କି ଯିଏ ବି ଏହି ଫଟୋରେ ଲୁଚି ଥିବା ସାପକୁ ଖୋଜିବା ସହିତ ତାର ପ୍ରଜାତି ବିଷୟରେ କହିବ ତାଙ୍କ ପାଇଁ ବୋନସ ପୟେନ୍ଟ ଅଛି । ଫଟୋରେ ମାଟି ଉପରେ ଘାସ, ସବୁଜ ରଙ୍ଗର ପତ୍ର ଓ କିଛି ଗଛ ନଜର ଆସୁଛି । ଯେଉଁ କାରଣରୁ ସାପକୁ ଖୋଜିବା ବହୁତ ବଡ କଥା ଅଟେ । ସାପ ବହୁତ ଲୁଚି ଅଛି ।

ଯେଉଁ କାରଣରୁ ପ୍ରଥମ ଥର ଫଟୋ ଦେଖିବା ପରେ ସମତଙ୍କୁ ଲାଗୁଛି କି ଏହା ଏକ ପ୍ରକାରର ଜୋକ ଅଟେ ଓ ଏହି ଫଟୋରେ କୌଣସି ବି ସାପ ନାହିଁ । କିନ୍ତୁ କିଛି ଲୋକମାନେ ସାପ ଖୋଜି ଏହା ପ୍ରମାଣିତ କରି ଦେଇଛନ୍ତି କି ଫଟୋ ମିଛି ନୁହେଁ , ଏଥିରେ ସତରେ ସାପ ଲୁଚି ଅଛି । ବହୁତ ଲୋକମାନେ ବହୁତ ଚେଷ୍ଟା କରିଲେ ତଥାପି ସେମାନେ ଏଥିରେ ଲୁଚି ଥିବା ସାପକୁ ଖୋଜି ପାରିଲେ ନାହିଁ ।

ଏହା ଯେତେବେଳେ ବହୁତ ଲୋକମାନେ ଏଥିରେ ଲୁଚି ଥିବା ସାପକୁ ଖୋଜି ପାରିଲେ ନାହିଁ ତେବେ ସନଶାଇନ କୋସ୍ଟ ସ୍ନେକ କ୍ଯାଚର୍ସ ନିଜେ ହିଁ ଗୋଟିଏ ଫଟୋ ପୋସ୍ଟ କରି ସାପର ଉପସ୍ଥିତ ବିଷୟରେ କହିଲେ । ସେମାନେ ଫଟୋରେ ସାପ ଚାରିପଟେ ନାଲି ରଙ୍ଗର ଗୋଲ କରି ସାପକୁ ଦର୍ଶାଇଛନ୍ତି । ଏହା ସହିତ ସେମାନେ କହିଲେ କି ଏହା ଗୋଟିଏ ହଳଦିଆ ରଙ୍ଗର ଫେସ ୱ୍ହିପ୍ଡ ସାପ ଅଟେ । ଯାହାକି ବହୁତ ବିଷଧର ଅଟେ ଓ ଅଷ୍ଟ୍ରେଲିୟାର ବହୁତ ଅଞ୍ଚଳରେ ଏହି ପ୍ରଜାତିର ସାପ ଦେଖା ଯାଆନ୍ତି ।

Leave a Reply

Your email address will not be published. Required fields are marked *