ପେଟ୍ରୋଲ ପମ୍ପରେ ମିଳିଥାଏ ଆପଣଙ୍କୁ ଏହି ସବୁ ଅଧିକାର, ଯାହା ଆପଣ ଜାଣି ନଥିବେ

ଦେଶରେ ଏମିତି ବହୁତ ଆଇନ ଅଛି ଯାହାଙ୍କ ବିଷୟରେ ପ୍ରାୟତଃ ଦେଶବାସୀଙ୍କୁ ଜଣା ନ ଥାଏ । କହିବାକୁ ଗଲେ ପେଟ୍ରୋଲ ପମ୍ପ ସମ୍ବନ୍ଧିତ ଏମିତି କିଛି ଆଇନ ଅଛି ଯାହା ବିଷୟରେ ଦୁନିଆର ୯୯ ପ୍ରତିଶତ ଲୋକମାନଙ୍କୁ ଜଣା ନାହିଁ । କହିବାକୁ ଗଲେ ଆପଣ ପେଟ୍ରୋଲ ପମ୍ପର ଆଇନ ଅନୁସାରେ ଏମିତି କିଛି ସୁବିଧା ଅଛି ଯାହାର ଲାଭ ଆପଣ ଉଠାଇ ପାରିବେ ଓ ତାହା ପୁଣି ଫ୍ରୀରେ ।

ଯଦି ଆପଣଙ୍କୁ ଏମିତି କରିବା ପାଇଁ କେହି ଅଟକାଇ ଥାଏ ତେବେ ଆପଣ ଆଇନ ଅନୁସାରେ ତାହାର ଅଭିଯୋଗ ବି କରି ପାରିବେ । ଏତିକି ନୁହେଁ ଯଦି ଆପଣଙ୍କ ଦ୍ଵାରା ଦିଆଯାଇଥିବା ସୂଚନା ଠିକ ଥିବ ତେବେ ଆଇନ ଅନୁସାରେ ସେହି ପେଟ୍ରୋଲ ପମ୍ପର ଲାଇସେଂସ ବି କ୍ୟାନ୍ସେଲ ହୋଇପାରେ । ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ପେଟ୍ରୋଲ ପମ୍ପ ସମ୍ବନ୍ଧିତ କିଛି ଅଧିକାର ବିଷୟରେ କହିବାକୁ ଯାଉଛୁ ।

୧-ଯଦି ଆପଣଙ୍କୁ କୌଣସି ପ୍ରକାରର ଇମରଜେଂସୀ ଅଛି କିମ୍ବା ଆପଣଙ୍କୁ କୌଣସି ଜରୁରୀ ଫୋନ କରିବାର ଅଛି ତେବେ ଆପଣ ପାଖରେ ଥିବା ପେଟ୍ରୋଲ ପମ୍ପକୁ ଯାଇ ଫ୍ରୀରେ ଫୋନ କରି ପାରିବେ । ଏଥିପାଇଁ ପେଟ୍ରୋଲ ପମ୍ପର ଅଧିକାରୀ ଆପଣଙ୍କ ଠାରୁ କୌଣସି ବି ପ୍ରକାରର ଚାର୍ଜ ମାଗି ପାରିବେ ନାହିଁ । ଯଦି ସେ ଏହିଭଳି କରନ୍ତି ତେବେ ଆପଣ ତାହାର ଅଭିଯୋଗ, ସମ୍ବନ୍ଧିତ ବିଭାଗକୁ କରି ପାରିବେ ।

୨-ସାଧାରଣତଃ ଏହା ଦେଖାଯାଏ କି ପେଟ୍ରୋଲ ପମ୍ପରେ ପେଟ୍ରୋଲ କିମ୍ବା ଡିଜେଲର ଚୋରୀ ହୋଇଥାଏ । ଆପଣ ଯେତିକି ଟଙ୍କାର ପେଟ୍ରୋଲ ଭର୍ତ୍ତି କରିବା ପାଇଁ କୁହନ୍ତି ସେତିକି ଟଙ୍କାର ପେଟ୍ରୋଲ ଭର୍ତ୍ତି ହୋଇ ନ ଥାଏ, ଯଦି ଆପଣଙ୍କ ସହିତ ବି ଏମିତି କିଛି ହେଉଛି ତେବେ ଆପଣ ଆଇନ ଅନୁସାରେ ପେଟ୍ରୋଲ ପମ୍ପର ମ୍ୟାନେଜରକୁ ଏହାର ଅଭିଯୋଗ କରି ପାରିବେ ଓ ପେଟ୍ରୋଲକୁ ପୁଣି ଥରେ ମାପି ମଧ୍ୟ ପାରିବେ ଓ ଏହା ସହିତ ଆପଣ ଆଇନଗତ କାର୍ଯ୍ୟକାରୀ ବି କରି ପାରିବେ ।

୩-ଏହା ସହିତ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲର ଦାମ ଡିସ୍ପ୍ଲେ ହେବା ଉଚିତ ଯଦି ଏହିଭଳି ହୋଇ ନ ଥାଏ ତେବେ ଆପଣ ଏହାର ବି ଅଭିଯୋଗ କରି ପାରିବେ ।

୪-ଏହା ଛଡା ଯଦି ଆପଣ ପେଟ୍ରୋଲ ପମ୍ପର କୌଣସି ସୁବିଧା ଉପରେ ଅସନ୍ତୋଷ ଅଛନ୍ତି ତେବେ ଆପଣ ତାହା ବିରୁଦ୍ଧରେ ବି ଅଭିଯୋଗ କରି ପାରିବେ ।

୫-ଯଦି ପେଟ୍ରୋଲ ପମ୍ପରେ ଆପଣଙ୍କୁ ଏହି ସବୁ ସୁବିଧା ଦେବା ପାଇଁ ମନା କରୁଛନ୍ତି କିମ୍ବା ଆପଣଙ୍କ ସହ ଖରାପ ବ୍ୟବହାର କରୁଛନ୍ତି ତେବେ ଆପଣ ସିଧା ପେଟ୍ରୋଲ ପମ୍ପର କମ୍ପାନୀକୁ ଅଭିଯୋଗ କରି ପାରିବେ । ଏହା ଛଡା ପେଟ୍ରୋଲ ପମ୍ପର ମାଲିକର ନମ୍ବର ବି ପେଟ୍ରୋଲ ପମ୍ପରେ ଲେଖା ହୋଇଥିବା ଦରକାର ।

ଯଦି ପେଟ୍ରୋଲ ପମ୍ପରେ ଏହିଭଳି ନ ହୋଇଥାଏ ଓ ଏହା ସହିତ ଅନ୍ୟ କିଛି ବି ଅଭିଯୋଗ କରୁଛନ୍ତି ତେବେ ସେହି ପେଟ୍ରୋଲ ପମ୍ପ ଉପରେ ୧୦ ହଜାର ଟଙ୍କାର ପେନାଲ୍ଟି ବି ଲାଗିବାର ନିୟମ ଅଛି । ଏହା ସହିତ ପେଟ୍ରୋଲ ପମ୍ପରେ ସାଧାରଣ ଜନତାଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା ଥିବା ଦରକାର ।

Leave a Reply

Your email address will not be published. Required fields are marked *