୬୩ କୋଟି ଲୋକଙ୍କୁ ବିତ୍ତ ମନ୍ତ୍ରୀ ଦେଲେ ଉପହାର, ମୋଟର ଓ ହେଲ୍ଥ ଇଂସୁରାନ୍ସ ପଲିସିରେ କଲେ ଏହି ବଡ ପରିବର୍ତ୍ତନ

୨୩ କୋଟି ବାହନ ମାଲିକ ଓ ୪୦ କୋଟି ନାଗରିକଙ୍କୁ ବିତ୍ତ ମନ୍ତ୍ରାଳୟ ଉପହାର ଦେଇଛନ୍ତି । ସରକାର ରାଜ୍ୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଲାଭାନ୍ଵିତ ଲୋକଙ୍କୁ କରୋନା ଭାଇରସ ସଙ୍କଟ ସମୟରେ ଆଶ୍ଵସ୍ତି ଦେଇଛନ୍ତି । ବିତ୍ତ ମନ୍ତ୍ରାଳୟ ନିୟମରେ ସଂଶୋଧନ କରିଛନ୍ତି ଓ ୨୧ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ବୀମା ପ୍ରିମିୟମର ବୈଧତା ବଢାଇ ଦେଇଛନ୍ତି । ପ୍ରକୃତରେ କରୋନା ଭାଇରସ କାରଣରୁ ପୁରା ଦେଶରେ ଲକ ଡାଉନ ଲାଗୁ ଅଛି । ଯାହା କାରଣରୁ ଅନେକ ଲୋକଙ୍କର ସାଲାରି ଆସୁନାହିଁ ତ ଅନେକ ଇଣ୍ଡଷ୍ଟ୍ରି ବନ୍ଦ ହେବା କାରଣରୁ ଲୋକଙ୍କର କାମ ବନ୍ଦ ପଡିଛି ।

ଏକ ଅଧିସୂଚନା ଅନୁସାରେ ବିତ୍ତ ମନ୍ତ୍ରାଳୟ ବୀମା ଅଧିନିୟମ, ୧୯୩୮ର ଧାରା ୬୪VB ରେ ସଂଶୋଧନ କରିଛନ୍ତି ଯାହା ପ୍ରିମିୟମ ଦେବା ବିନା ଅଗ୍ରୀମ କଭରେଜର ଅନୁମତି ଦେଇ ନଥାଏ । ଏଥିପାଇଁ ବାହନ ମାଲିକ ଓ ହେଲ୍ଥ ଇଂସୁରାନ୍ସ ପଲିସି ହୋଲ୍ଡର୍ସ ର ପଲିସିର ବୈଧତା ବଢାଇ ଦିଆ ଯାଇଛି । ଲକ ଡାଉନ ଅବଧି ୨୫ ମାର୍ଚ୍ଚରୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ଅଟେ । ମାନେ ଆପଣଙ୍କ ପଲିସିର ଅବଧି ଆଉ ଦଶ ଦିନ ବଢି ଯାଇଛି । ଯଦି ଆପଣଙ୍କ ପଲିସି ଏହି ସମୟ ଅବଧିରେ ସମାପ୍ତ ହୋଇ ଯାଇଛି ତେବେ ଆପଣଙ୍କୁ ପଲିସିର କଭରେଜ ଓ ଲାଭ ମିଳିବ ।

PhonePe ୧୫୬ ଟଙ୍କାରେ ୫୦ ହାଜାର ଟଙ୍କାର ବୀମା ଦେଉଛି

ଡିଜିଟାଲ ପେମେଣ୍ଟ କମ୍ପାନୀ ଫୋନପେ ବଜାଜ ଆଲିୟାଞ୍ଜ ଜେନେରାଲ ଇଂସୁରାନ୍ସ ସହଯୋଗରେ କରୋନା କେୟାର ନାମକ ଏକ ଇଂସୁରାନ୍ସ ପଲିସିର ଘୋଷଣା କରିଛନ୍ତି । ଫୋନପେ ୧୫୬ ଟଙ୍କା ଦାମରେ ଏହି ପଲିସି ସେହି ଲୋକଙ୍କୁ ୫୦୦୦୦ ଟଙ୍କାର ବୀମା ଦେବ ଯେଉଁମାନେ ୫୫ ବର୍ଷରୁ କମ ବୟସର ଅଟନ୍ତି ଓ ଏମିତି କୌଣସି ହସ୍ପିଟାଲରେ ଚିକିତ୍ସିତ ହେଉଥିବେ ଯେଉଁ ହସ୍ପିଟାଲ covid 19 ର ଚିକିତ୍ସା କରୁଥିବ । ଉପଚାରରେ ଦରକାର ହେଉଥିବା ରାଶିକୁ କଭର କରିବା ବ୍ଯତୀତ ଏହି ପଲିସିରେ ପ୍ରି-ହସ୍ପିଟାଲାଇଜେସନ ଓ ପୋଷ୍ଟ କେୟାର ମେଡିକାଲ ଟ୍ରୀଟମେନ୍ଟରେ ହୋଇଥିବା ଏକ ମାସର ଖର୍ଚ୍ଚ ବି ସାମିଲ ଅଟେ । ଗ୍ରାହକ ଏହାକୁ ଫୋନପେ ଆପ ରେ My Money ସେକ୍ସନରେ ଅନଲାଇନ କିଣି ପାରିବେ ।

Leave a Reply

Your email address will not be published. Required fields are marked *