ଭୁବନେଶ୍ୱରର ଆଉ ଜଣେ ବ୍ୟକ୍ତି କରୋନା ପଜିଟିଭ, ଓଡିଶାର କରୋନା ସଂକ୍ରମଣ ମାମଲା ପହଞ୍ଚିଲା 5 ରେ

କରୋନା ସାରା ବିଶ୍ବରେ ବର୍ତ୍ତମାନ ତାଣ୍ଡବ ରଚୁଛି । ବଡ ବଡ ବିକଶିତ ଦେଶ ମଧ୍ୟ ଏହାର ପ୍ରକୋପରୁ ବଞ୍ଚି ପାରୁ ନାହାଁନ୍ତି । ଦିନକୁ ହଜାର ହଜାର ଲୋକ ଏହି ରୋଗରେ ପ୍ରାଣ ହରାଉଛନ୍ତି । ଭାରତରେ ମଧ୍ୟ ଏହାର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି ଓ ବର୍ତ୍ତମାନ ଭାରତରେ କାରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୧୮ ରେ ପହଞ୍ଚିଛି । ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଥିବା ବେଳେ କାଲି ଆଉ ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କର ରକ୍ତ ନମୁନା ପଜିଟିଭ ଆସିଛି । ଓଡିଶାରେ ଏ ପର୍ଯ୍ୟନ୍ତ ୯୦୦ ଟି ନମୁନା ପରୀକ୍ଷା ହୋଇଥିବାବେଳେ ଏହା ୫ମ ପଜିଟିଭ ରିପୋର୍ଟ ଅଟେ । ସୂଚନାରୁ ଜଣା ପଡିଛି କି ସେ ବିଭିନ୍ନ ରୋଗରେ ପୀଡିତ ଅଟନ୍ତି । ­­­­­­

କିନ୍ତୁ ଅନ୍ୟପଟେ ୟୁକେ ରୁ ଫେରିଥିବା ରାଜ୍ୟର ଦ୍ଵିତୀୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୧୯ ତାରିଖରେ ତାଙ୍କର ରକ୍ତ ନମୁନା ପଜିଟିଭ ଆସିଲା ପରେ ସେ ଏମ୍ସ ରେ ଚିକିଶ୍ଚିତ ହେଉଥିଲେ । ଦୁଇ ସପ୍ତାହ ଚିକିଶ୍ଚିତ ହେବା ପରେ କାଲି ତାଙ୍କର ରକ୍ତ ନମୁନା ନେଗେଟିଭ ଆସିଛି । ସେ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ନିଜ ନାମ ପଞ୍ଜୀକୃତ କରି ୧୮ ତାରିଖରେ ଓଡିଶା ଫେରିଥିଲେ ଓ ୧୯ ତାରିଖରେ ତାଙ୍କର ରକ୍ତ ନମୁନା ପଜିଟିଭ ଆସିଥିଲା । ସେ ସୁସ୍ଥ ହୋଇଯିବା ପରେ ଏବେ ରାଜ୍ୟରେ କରୋନା ଆକ୍ଟିଭ ମାମଲା ୪ ରହିଛି ।

ଗତକାଲି ରାଜ୍ୟରେ ୨୯୦ ଟି ନମୁନା ପରିକ୍ଷା ପାଇଁ ଯାଇଥିଲା ଯେଉଁଥିରୁ ୨୨୬ ଟି RMRC ରେ, ୫୩ ଟି ଏମ୍ସ ରେ ଓ ୧୧ ଟି ଏସସିବି ରେ ପରୀକ୍ଷା ହୋଇଥିଲା । ଆରଏମଆରସି ଓ ଏସସିବି ର ସମସ୍ତ ନମୁନା ନେଗେଟିଭ ଆସିଥିବାବେଳେ ଏମ୍ସ ର ଗୋଟିଏ ନମୁନା ପଜିଟିଭ ଆସିଥିଲା । ଯେଉଁଥିରୁ ଲାଗୁଛି ରାଜ୍ୟରେ ଦିନକୁ ଦିନ ସଙ୍କଟ ବଢିବାରେ ଲାଗିଛି । ତେଣୁ ସରକାରଙ୍କ ଲକ ଡାଉନ ନିୟମକୁ ଉଲଂଘନ କରନ୍ତୁ ନାହିଁ । ଘରେ ରୁହନ୍ତୁ ଓ ସଚେତନ ରୁହନ୍ତୁ, ଯାହା ଦ୍ଵାରା ଆପଣ ନିଜକୁ ଓ ନିଜ ପରିବାରକୁ ଏହି ସଙ୍କଟରୁ ବଞ୍ଚାଇ ପାରିବେ । ଦେଶ ଦୁନିଆର ସବୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *