ପେଟ୍ରୋଲ ଓ ଡିଜେଲ ଦର କମିବାକୁ ନେଇ ଦେଖନ୍ତୁ କଣ କହୁଛନ୍ତି ଗ୍ରାହକ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ପେଟ୍ରୋଲ ଏବଂ ଡିଜେଲ ଦରଦାମ କମିଯିବା କୁ ଗ୍ରାହକ କହିଛନ୍ତି ଯେ ଆଜି ଯାହା ମୁଁ ଶୁଣିଲି ଯେ ପେଟ୍ରୋଲ ଏବଂ ଡିଜେଲ କମିଯାଇଛି ଏହାଠାରୁ ଆନନ୍ଦ ର ଦିନ ଅନ୍ୟ କିଛି ନାହିଁ । ମାତ୍ର ଏହା ଆଉ ଟିକେ କମିଲେ ଭଲ ହୁଅନ୍ତା । ଯେତେ କମିବା ସେତେ ଭଲ । ଆମ୍ଭେ ସମସ୍ତେ ବହୁତ ଖୁସି ପେଟ୍ରୋଲ ଦାମ କମିଲା । ତେବେ ଗ୍ରାହକ ମାନେ ବହୁତ ଖୁସି ଅଛନ୍ତି ସେମାନେ ଚାହୁଁଛନ୍ତି କେନ୍ଦ୍ର ଯଦି ଏତିକି କାମାଇଲ ତେବେ ରାଜ୍ୟ ସରକାର ଆଉ ୨ ରୁ ୩ ଟଙ୍କା କମ କରନ୍ତୁ ।

ପେଟ୍ରୋଲ ଦାମ ସହିତ ଅନ୍ୟ ଯେତିକି ଜଡିତ ଜିନିଷ ଅଛି ସେ ସବୁ ପ୍ରଡ଼କ୍ଟ ର ଦାମ ବର୍ତ୍ତମାନ ବଢିସାରିଲାଣି । ସେହି ଦାମ ସବୁ ଆଉ ଲୋକେ କମାଇବେ ନାହିଁ । ମାତ୍ର ସେ ଦାମ ବଢିଗଲାଣି ଏବେ ପେଟ୍ରୋଲ ଦାମ କମିଲା । ମାତ୍ର  ଅଟୋ ଚାଳକ କହିଛନ୍ତି ଯେ ପୂର୍ବ ରୁ ପେଟ୍ରୋଲ ଯେଉଁ ୭୦ ଟଙ୍କା ଥିଲା ସେହି ୭୦ ଟଙ୍କା ହୋଇଗଲେ ବହୁତ ଭଲ ହୁଅନ୍ତା ।

ତେଲ ରେଟ ବଢୁଛି ବୋଲି ଲୋକେ ପଇସା ଦେବାକୁ କୁଣ୍ଠାବୋଧ ହେଉଛନ୍ତି । କେହି ମଧ୍ୟ ଅଟୋ ରେ ଯିବାକୁ ମଙ୍ଗୁନାହାଁନ୍ତି । କେହି କେହି କହିଛନ୍ତି ଯେ ଓଡିଶା ସରକାର ମଧ୍ୟ କିଛି ଭ୍ୟାଟ କମାଇ ଦିଅନ୍ତୁ ଏହାଦ୍ଵାରା ଆମ୍ଭେ ମଧ୍ୟ କିଛି ଉପକୃତ ହୋଇ ପାରିବୁ । ଗୋଟେ ଲିଟର ଡିଜେଲ କୁ ୧୦୦ ଟଙ୍କା ଅର୍ଥାତ ମୋ ଗାଡିରେ କେବଳ ୯ କିମି ଚାଲିବ ଏହା ବହୁତ ବାଧୁ ଥିଲା ।

ମାତ୍ର ଏହା କମିଯିବାରୁ ଅଳ୍ପ ଖୁସି ହେଲୁ ଆଶା କରୁଛୁ କି ଭବିଷ୍ୟତରେ ଏହା ଆହୁରି କମିବ । ଅନ୍ୟ ଜଣେ ଗ୍ରାହକ କହିଛନ୍ତି ଯେ ଯେଉଁଠାରେ ପେଟ୍ରୋଲ ୧୫ ଟଙ୍କା ବଢିଥିଲା ସେଠାରେ ୯ ଟଙ୍କା କମିଲା ତେବେ ଏଠାରେ କିଛି ଖାସ ଫରକ ପଡିବ ନାହିଁ । ରାଜ୍ୟ ସରକାର ଙ୍କୁ କିଛି କରିବା କଥା ଏହି ସବୁ ଜିନିଷ ପାଇଁ ଏ ସବୁ କଲାପରେ ଯଦି ୧୦୦ ଟଙ୍କା ଭିତରକୁ ଆସୁଛି ପେଟ୍ରୋଲ ଦର ତେବେ ତାହା ଠିକ ଅଛି ।

ବିଶେଷ ଭାବରେ ଏହା ୧୦୦ ଟଙ୍କା ଭିତରକୁ ରହିବା କଥା ୧୦୦ ଟଙ୍କା ଉପରକୁ ଜୀବ କଥା ନୁହେଁ ତା ହେଲେ ଯାଇ କିଛି ଆଶ୍ବସ୍ଥି ମିଳିବ ବୋଲି କହିଛନ୍ତି ଗ୍ରାହକ । ତେବେ ବନ୍ଧୁଗଣ ଯଦି ଆପଣ ବି ପେଟ୍ରୋଲ ପ୍ରାଇସ ବଢିବାକୁ ନେଇ ଚିନ୍ତାରେ ଅଛନ୍ତି ତେବେ ନିଜର ସ୍ଵର ଉଠାନ୍ତୁ, ନିଜର ମତାମତ ଦିଅନ୍ତୁ ଓ ଅଧିକରୁ ଅଧିକ ମାତ୍ରାରେ ଏହାକୁ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *