ଶିକ୍ଷକ ହେବ ତ’ ଏମିତି ! ପୁରା ଭିଡିଓ ଦେଖିଲେ ଆପଣ ବି କରିବେ ପ୍ରଶଂସା…

ବନ୍ଧୁଗଣ, ସାଧାରଣତଃ ଶିକ୍ଷା ଯେତେ ସରଳ ହୋଇଥାଏ ସାଧନା ସେତେ ସରଳ ହୋଇଥାଏ । ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଏହିଭଳି କିଛି ଦୃଶ୍ୟ ଘୁରି ବୁଲୁଛି । ଶିକ୍ଷା ସାଧନାର ଏହି ଭି-ଡି-ଓ ରେ ଅତି ସହଜ ଏବଂ ସରଳ ଢଙ୍ଗରେ ଚିତ୍ର ଟି ଆଙ୍କି ଦେଉଛନ୍ତି ଶିକ୍ଷକ ଜଣକ । ଶିକ୍ଷକ ଜଣକ ଏଭଳି ଭାବରେ ଚିତ୍ରଟିଏ ଆଙ୍କୁଛନ୍ତି ଯେ ପିଲାମାନେ ଉତ୍ସାହିତ ହୋଇ କହୁଛନ୍ତି ଆଜ୍ଞା ଆମ୍ଭେ ମଧ୍ୟ ଆଙ୍କି ପାରିବୁ ।

ପ୍ରଥମେ ହିନ୍ଦୀ ଭାଷାରେ ସ ଅକ୍ଷର ଟିଏ ଲେଖିଦେଲେ ଶିକ୍ଷକ ଏବଂ ଏହାର ସଠିକ ଉପରକୁ ଡାହାଣ କଡରେ 5 ଲେଖିଦେଲେ । 5 ଅଙ୍କ କୁ ଏହିଭଳି ଅଙ୍କାବଙ୍କା ବାଡି ବୁଲାଇ ଦେଇ ଆଖି, ସିଙ୍ଘ, ନାକ ଏବଂ କାନ ବନାଇ ଦେଲେ । ମଝିରେ ମଝିରେ ପୁଣି ପିଲାଙ୍କୁ ପଚାରୁଛନ୍ତି ଏଭଳି ଆଙ୍କି ପାରିବ ନା ? ପିଲାମାନେ ଉତ୍ସାହିତ ହୋଇ କହୁଛନ୍ତି ଯେ ହଁ ଆମ୍ଭେ ଆଙ୍କିଦେବୁ ।

କିଛି ଅଙ୍କାବଙ୍କା ଗାର ଟାଣି ପେଟ ଏବଂ ଗୋଡ ତିଆରି କରିଦେଲେ ଡ୍ରଇଂ ଶିକ୍ଷକ । ଏବଂ ଏହାପରେ ପ୍ରସ୍ତୁତ ହୋଇଗଲା ଗାଈ ର ଚିତ୍ର । ତେବେ ଅଙ୍କାବଙ୍କା ଗାର ରେ ଚିତ୍ର ହେଉ ଅଥବା ଜଟିଳ ସୂତ୍ର ରେ ଅଙ୍କ । ଏହିସବୁ ବିଷୟରେ ସହଜରେ ଆୟତ କରିପାରେ ଛାତ୍ର ଛାତ୍ରୀ ମାତ୍ର ଯଦି ଶିକ୍ଷକ ଜଣକ ସଠିକ ବୁଝିଲା ଏବଂ କରିବା ଢଙ୍ଗରେ ବୁଝାଇ ଦେବେ ।

ତେବେ ଏହା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଏଭଳି ଭାବରେ ଭା-ଇ-ରା-ଲ ହେଉଛି ଯେ ଏହାକୁ ଲୋକେ ବହୁତ ପସନ୍ଦ କରୁଛନ୍ତି । ଏବଂ କେହି କେହି କମେଣ୍ଟ ମଧ୍ୟ ଦେଇଛନ୍ତି ଯେ ସମସ୍ତ ଶିକ୍ଷକ ଙ୍କ ର ଏଭଳି ପାଠ ପଢାଇବାର ତଥା ଚିତ୍ର ଆଙ୍କିବାର ପ୍ରଣାଳୀ ଯଦି ହୁଆନ୍ତା ତେବେ କୌଣସି ଛାତ୍ରଛାତ୍ରୀ ବିଦ୍ୟାଳୟ ନାମରେ ଡରିବେ ନାହିଁ । ଆଜିଭଳି ଦିନରେ କିଛି ଶିକ୍ଷକ ଏଭଳି ଅଛନ୍ତି ଯେଉଁମାନେ ଛାତ୍ର ଛାତ୍ରୀ ଙ୍କର ଅଧିକ ପ୍ରିୟ ହୋଇଥାନ୍ତି ।

ଛାତ୍ର ଛାତ୍ରୀ ମାନେ ବୁଝି ଏବଂ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ କିଛି ଶିକ୍ଷକ ମାନଙ୍କର ମଧ୍ୟ ପ୍ରିୟପାତ୍ର ହୋଇପାରିଥାନ୍ତି । ତେବେ ଏହା ସଂପୂର୍ଣ୍ଣ ଭାବରେ ନିର୍ଭର କରୁଅଛି ଯେ ଶିକ୍ଷକ ଜଣକ କିଭଳି ଭାବରେ ଶିକ୍ଷା କୁ ପ୍ରଦାନ କରୁଛନ୍ତି ଏବଂ ଛାତ୍ର ଛାତ୍ରୀ ଙ୍କ ପାଠପଢା କୁ ନେଇ କେତେ ମାତ୍ରାରେ ଆଗ୍ରହ ରହିଅଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *