ପ୍ରତି ଲିଟର 15 ଟଙ୍କା ଶସ୍ତା ହେବାକୁ ଯାଉଛି ପେଟ୍ରୋଲ ଓ ଡିଜେଲ, ଦାମ ଜାଣିଲେ ଖୁସିରେ ଝୁମୀ ଉଠିବେ ଆପଣ

ଅନ୍ତରାଷ୍ଟ୍ରୀୟ ବଜାରରେ ଖଣିଜ ତୈଳର ଦାମକୁ ନେଇ ହେଉଥିବା ଯୁଦ୍ଧରେ ଭାରତକୁ ଲାଭ ମିଳିଛି । ବର୍ତ୍ତମାନ ସମୟରେ ଦେଶସାରା ପେଟ୍ରୋଲ ଓ ଡିଜେଲର ରେଟ ତଳକୁ ଖସିବାରେ ଲାଗିଛି । ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲରେ ୨.୬୯ ଟଙ୍କା ଓ ଡିଜେଲରେ ୨.୩୩ ଟଙ୍କା ପ୍ରତି ଲିଟର କମ ହୋଇ ଯାଇଛି । କହିବାକୁ ଗଲେ ଦିଲ୍ଲୀରେ ଆଜି ପେଟ୍ରୋଲର ଦାମ ୭୦.୨୯ ଓ ଡିଜେଲର ଦାମ ୬୩.୦୧ ପ୍ରତି ଲିଟର ହୋଇ ଯାଇଛି ।

ସେହିଭଳି କଟକ ଓ ଭୁବନେଶ୍ଵରରେ ପେଟ୍ରୋଲର ଦାମ ୬୯.୨୭ ଟଙ୍କା ଓ ଡିଜେଲର ଦାମ ୬୭.୪୮ ଟଙ୍କା ଅଛି । ଗତ କିଛି ଦିନ ହେବ ସାଉଦି ଆରବ ଓ ରୁସ ମଧ୍ୟରେ ତେଲ ଦାମକୁ ନେଇ ବିବାଦ ଦେଖା ଦେବାରୁ ସୋମବାର ଠାରୁ ଖଣିଜ ତୈଳର ଦାମ ଅନ୍ତରାଷ୍ଟ୍ରୀୟ ବଜାରରେ ବହୁତ କମ ହୋଇ ଯାଇଛି ।

ଭାରତ ନିଜର ଦରକାର ଠାରୁ ୮୪ %ରୁ ଅଧିକ ପେଟ୍ରୋଲ ଆମଦାନୀ କରିଥାଏ । ଅନ୍ତରାଷ୍ଟ୍ରୀୟ ବଜାରରେ ଖଣିଜ ତୈଳର ଦାମ ତଳକୁ ଖସିବା ଦ୍ଵାରା ଭାରତକୁ ପ୍ରଚୁର ଲାଭ ମିଳିବ । କୃଡ ଅଏଲ ରେଟ ଏବେ ଯାହା ରହିଛି ସେହି ହିସାବରେ ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦାମ 15 ଟଙ୍କା ପ୍ରତି ଲିଟର ଶସ୍ତା ହେବାକୁ ଯାଉଛି । କାରଣ ଆମ ଦେଶ ପେଟ୍ରୋଲ ଓ ଡିଜେଲ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିଥାଏ । ଏହା ଦ୍ଵାରା ସବୁ ଜିନିଷର ଦାମ ବି କମିଯିବ । ଏହା ଛଡା ଯଦି ଡଲାର ତୁଳନାରେ ଟଙ୍କା ଅଧିକ ହୋଇଯାଏ ତେବେ ଘରେଲୁ ବଜାରରେ ପେଟ୍ରୋଲ ଡିଜେଲର ଦାମ ଆହୁରି ବି କମି ଯାଇପାରେ ।

କହିଦେଉଛୁ କୁ ପ୍ରତିଦିନ ସକାଳ ୬ ଟା ସମୟରେ ପେଟ୍ରୋଲ ଓ ଡିଜେଲର ଦାମରେ ଚେଞ୍ଜେସ ଆସିଥାଏ । ପେଟ୍ରୋଲ ଓ ଡିଜେଲର ଦାମରେ ଏକ୍ସାଇଜ ଡ୍ୟୁଟୀ, ଡୀଲର କମୀଶନ ଓ ଅନ୍ୟ ଜିନିଷର ଦାମ ଯୋଡିବା ପରେ ଏହାର ଦାମ ପାଖପାଖି ଦୁଇ ଗୁଣା ହୋଇଯାଏ । ବିଦେଶୀ ମୁଦ୍ରାର ଦର ସହିତ ଅନ୍ତରାଷ୍ଟ୍ରୀୟ ବଜାରରେ ଖଣିଜ ତୈଳର ଦାମ ଯେତିକି ହୋଇଥାଏ, ଏହି ଆଧାରରେ ସବୁଦିନ ପେଟ୍ରୋଲ ଓ ଡିଜେଲର ଦାମରେ ଚେଞ୍ଜେସ ଆସିଥାଏ ।

ଏହି ଆଧାରରେ ପେଟ୍ରୋଲ ରେଟ ଓ ଡିଜେଲ ରେଟ ସବୁଦିନ ଠିକ କରିବାର କାମ ତେଲ କମ୍ପାନୀ କରିଥାନ୍ତି । ଖୁଚୁରା ବିକାଯାଉଥିବା ପେଟ୍ରୋଲ ଓ ଡିଜେଲ ପାଇଁ ଯେତେ ଟଙ୍କା ଆପଣ ଦେଇଥାନ୍ତି, ସେଥିରେ ଆପଣ ୫୫.୫ % ପେଟ୍ରୋଲ ପାଇଁ ଓ ୪୭.୩ % ଡିଜେଲ ପାଇଁ ଟ୍ୟାକ୍ସ ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *