ମୌନ ରହିବା ଉଚିତ କି ଅନୁଚିତ, ଜାଣନ୍ତୁ ଆଜିର ଏହି ଛୋଟ ନୀତିଶିକ୍ଷାରୁ

ଗ୍ରନ୍ଥରେ ଲେଖାଅଛି କି ଯଦି ମଣିଷ ମୌନ ରହିବା ଶିଖିଯାଏ ତେବେ ତାର ଅଧିକାଂଶ ସମସ୍ୟା ଆପେ ଆପେ ଠିକ ହୋଇ ଯାଇଥାଏ । ଏହା ସତ କି ମୌନ ରେ ବଡ ଶକ୍ତି ଥାଏ କିନ୍ତୁ ସେହି ବଳ କେଉଁ କାମର ଯାହା ଠିକ ସମୟରେ ଆପଣଙ୍କ କାମରେ ଆସିନଥାଏ । କଣ ସବୁବେଳେ ମୌନ ରହିବା ଉଚିତ ଅଟେ କି ନା । ଇତିହାସ ସାକ୍ଷୀ ଅଛି ସଂସାରରେ ଅଧିକ ବିବାଦ ଏଥିପାଇଁ ଆସିଥାଏ କାରଣ ସମୟ ଥାଇ ମଣିଷ ତା’ର ବିରୋଧ କରିପାରେ ନାହିଁ, ମୌନ ରହେ ।

ଯଦି ମୌନ ରହିବା ଶସ୍ତ୍ର ଅଟେ ତେବେ ଏହାର ବ୍ୟବହାର ଠିକ ସମୟରେ କରିବା ଆବଶ୍ୟକ ଅଟେ । ଯଦି ବିନା କାରଣରେ ମୌନ ରହିବେ ତେବେ ଖରାପ ସ୍ଵଭାବର ବ୍ୟକ୍ତି ତାକୁ ସହମତି ଭାବି ନେଇଥାନ୍ତି ଓ ତାହା ଧୀରେ ଧୀରେ ଆପଙ୍କର ସ୍ଵଭାବ ହୋଇ ଯାଇଥାଏ ,ଆପଣଙ୍କ ଅଭ୍ୟାସ ହୋଇ ଯାଇଥାଏ ।

ଆବଶ୍ୟକ ପଡିଲେ ଆପଣ ନିଜ ବାଣୀର ସଦୁପଯୋଗ କରନ୍ତୁ , ବାଣୀକୁ କେତେବେଳେ ଆୟତରେ ରଖିବେ ଓ ଆଉ କେତେବେଳେ ମୌନ ରହିବେ ନାହିଁ,ଏହାଠାରୁ ବି ଅଧିକ ମହତ୍ଵପୂର୍ଣ୍ଣ ହୋଇଥାଏ କି ଏହାକୁ କେତେବେଳେ ଭାଙ୍ଗିବେ ।

Leave a Reply

Your email address will not be published. Required fields are marked *