ରାଶିଫଳ 12 ମାର୍ଚ୍ଚ 2020, ମାଲକ୍ଷ୍ମୀଙ୍କ କୃପାରୁ ଏହି ୫ଟି ରାଶି ଆଜି ରହିବେ ଭାଗ୍ୟଶାଳୀ ହେବ ଧନପ୍ରାପ୍ତି

ରାଶିଫଳ ଆମ ଜୀବନରେ ବହୁତ ମହତ୍ୱ ରହିଥାଏ । ଗ୍ରହ ଚଳନ ପରିବର୍ତ୍ତନ ହେବାରୁ ଆମ ଦୈନିକ ଜୀବନରେ ଘଟୁଥିବା ଘଟଣାରେ ମଧ୍ୟ ପରିବର୍ତ୍ତନ ହୋଇ ଥାଏ । ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟ ବିଷୟରେ ସୂଚନା ମିଳିଥାଏ । ଗ୍ରହ ଚଳନ ଓ ନକ୍ଷେତ୍ର ଚଳନ ଆଧାରରେ ରାଶିଫଳ ନିର୍ମାଣ କରା ଯାଇଥାଏ । ଆଜି ଗୁରୁବାର 12 ମାର୍ଚ୍ଚ ଆପଣଙ୍କ ପାଇଁ କେମିତି ରହିବ? ଆପଣଙ୍କ ଜୀବନରେ କି କି ପରିବର୍ତ୍ତନ ଆଣିବ? ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର ଆଜିର ଏ ରାଶିଫଳରେ ପାଇବେ । ଆସନ୍ତୁ ଜାଣିବା ଆଜିର ରାଶିଫଳ ।

ମେଷ-

ପ୍ରଶାସନିକ ଓ ରାଜନୀତିକ ମାମଲା ଆପଣଙ୍କ ପକ୍ଷରେ ରହିବ । ଆଜି ଆପଣଙ୍କୁ ମହତ୍ୱପୂର୍ଣ୍ଣ ଦାୟିତ୍ଵ ଦିଆଯାଇପାରେ । ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚ ହେବ । ଅଳଙ୍କାର ବା ସୁଗନ୍ଧିତ ଦ୍ରବ୍ୟ କିଣିପାରନ୍ତି । ନୂଆ କାର୍ଯ୍ୟରେ ମନ ବଳେଇବେ । କିଛି ନିବେଶର ସମ୍ଭାବନା ରହିଛି । ଉଦ୍ଧାର ପଇସା ମିଳିପାରେ । କାମ କରିବା ପାଇଁ ନିଜ ଦୃଷ୍ଟିକୋଣ ବଦଳେଇବାକୁ ପଡିବ । ବ୍ୟବସାୟୀମାନଙ୍କ ପାଇଁ ଦିନ ମଧ୍ୟ ଲାଭକାରୀ ରହିବ । କଥାବାର୍ତ୍ତାରେ ପ୍ରଭାବରେ ଅନ୍ୟଲୋକଙ୍କୁ ମୋହିତ କରିପାରନ୍ତି ।

ବୃଷ-

ପୂର୍ବରୁ କରିଥିବା ଯୋଜନା ଲାଗୁ କରିବା ପାଇଁ ଦିନଟି ଶୁଭ । କାମ ସରଳତାରେ ପୂରଣ ହେବ । ଲାଭରେ ନୂଆ ନୂଆ କ୍ଷେତ୍ରର ଚୟନ କରିବା ପାଇଁ ମନ ହେବ । ଆର୍ଥିକ ଦୃଷ୍ଟକୋଣରୁ ଲାଭ କରିବା ପାଇଁ ଅନୁକୂଳ ଅବସର ମିଳିବ । ଆଧ୍ୟାତ୍ମିକ ଚିନ୍ତା ଦ୍ଵାରା ମାନସିକ ଶାନ୍ତି ପ୍ରାପ୍ତ କରିବେ । ଆପଣଙ୍କ ଦ୍ରୁତ କାମ ଆପଣଙ୍କୁ ପ୍ରେରିତ କରିବ । ଲକ୍ଷ୍ୟରେ ପହଞ୍ଚିବା ପାଇଁ ସାହାଯ୍ୟ ମିଳିବ । କୌଣସି କାମ ପାଇଁ ଆଜି ବ୍ୟସ୍ତତା ଅନୁଭବ କରିବେ । ରୋମାନ୍ସ ପାଇଁ ଭଲ ଦିନ । ବାହାର ଖାଦ୍ୟ ଖାଆନ୍ତୁ ନି ଓ ଶୀଘ୍ରତା ରେ ନିଷ୍ପତ୍ତି ନିଅନ୍ତୁ ନାହିଁ ।

ମିଥୁନ-

କାରବାର ରେ ଦୃଷ୍ଟି ଦିଅନ୍ତୁ ଉନ୍ନତି ର ଅବସର ମିଳିପାରେ । ସ୍ବାସ୍ଥ୍ୟ ଭଲ ରହିବ । ଶୁଭ ସମାଚାର ମିଳିବ । ମନରେ ଉତ୍ସାହ ରହିବ । ପ୍ରିୟଜନଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିବେ । ଆଗକୁ ଖର୍ଚ୍ଚକୁ ନେଇ ଆପଣଙ୍କୁ ମିଳିମିଶି ପ୍ଲାନ କରିବାକୁ ପଡ଼ିବ । ସ୍ୱାସ୍ଥ୍ୟ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ । ଆପଣଙ୍କ ସଚ୍ଚୋଟତା ରେ କାମ ପୂରଣ କରିବା କ୍ଷମତା ଆପଣଙ୍କୁ ଖୁସି ଦେବ ।

କର୍କଟ-

ଆଜି ଘରେ ସୁଖ ଓ ଶାନ୍ତି ର ପରିବେଶ ସୃଷ୍ଟି ହେବ । ପଇସା ଋଣ ଦେବା ନେବା ପାଇଁ ଶୁଭ ଦିନ । ଆଜି ଆପଣଙ୍କ କଳ୍ପନା ଶକ୍ତି ଆପଣଙ୍କୁ ଲକ୍ଷ୍ୟ ପ୍ରାପ୍ତିରେ ସହାୟତା କରିବ । ମିତ୍ର ର ମାର୍ଗଦର୍ଶନ ରେ ବ୍ୟବସାୟ ର ରୂପରେଖ ସ୍ଥିର କରିବେ । ଯଦି ଆପଣଙ୍କ ଭୁଲ ଅଛି ତ ସ୍ବୀକାର କରନ୍ତୁ ଓ ଶାନ୍ତ ରୁହନ୍ତୁ । ସମ୍ପର୍କକୁ ସାମାନ୍ୟ ରଖିବା ପାଇଁ ନିଜ ଲୋକଙ୍କ ସାହାଯ୍ୟ ନେଇପାରିବେ । ବ୍ୟବସାୟିମାନେ ବଜାରର ଅଧ୍ୟୟନ କରି ନିବେଶ କରନ୍ତୁ । ନିଜ କାମ ପଛରେ ଭଲପାଇବା ଓ ଦୁରଦୃଷ୍ଟି ରହିବା ଆବଶ୍ୟକ ।

ସିଂହ-

ଆଜି ଆପଣଙ୍କୁ ରୋଜଗାର କ୍ଷେତ୍ରରେ ସଫଳତା ମିଳିବାର ଯୋଗ ରହିଛି । ଘରେ ସୁଖ ଶାନ୍ତି ବଜାୟ ରହିବ । ଶତ୍ରୁ ଓ ପ୍ରତିପକ୍ଷଙ୍କ କାରଣରୁ ଚିନ୍ତା ହୋଇପାରେ । ଆଜି ଉଦାସ ରହି ପାରନ୍ତି, ଯେଉଁଥିରେ ମାନସିକ ବ୍ୟାକୁଳତା ର ଅନୁଭବ ହେବ । ନିଜ ପରିବାର ପାଇଁ ପରିଶ୍ରମ କରନ୍ତୁ । ଆୟରେ ବୃଦ୍ଧି ହେବ । ଚାକିରି କ୍ଷେତ୍ରରେ ଅଫିସର ମାନଙ୍କ ସହଯୋଗ ମିଳିବ । ରଚନାତ୍ମକ କାର୍ଯ୍ୟରେ ନିୟୋଜିତ ଲୋକଙ୍କ ପାଇଁ ଭଲ ଦିନ, କାରଣ ସେମାନଙ୍କୁ ପ୍ରଶଂସା ଓ ପରିଚୟ ମିଳିବ, ଯାହାକୁ ସେ ବହୁତ ସମୟ ଧରି ଅପେକ୍ଷା କରିଥିଲେ ।

କନ୍ୟା-

ଆଜି ଆପଣଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ । ସମ୍ପର୍କ ରେ ମଧୁରତା ଆସିବ । ବିଶ୍ବାସ ବଜାୟ ରଖନ୍ତୁ । ଚାକିରିଆ ଲୋକଙ୍କ ପାଇଁ ସମୟ ଭଲରେ କଟିବ । ବେପାର ବ୍ୟବସାୟ ରେ ଧ୍ୟାନ ଦେବା ଆପଣଙ୍କ ପ୍ରାଥମିକତା ହେବା ଉଚିତ । ପାରିବାରିକ ଜୀବନରେ ସୁଖୀ ରହିବେ । ଦିନଟି ଆପଣଙ୍କ ପାଇଁ ବହୁତ ଲାଭଦାୟକ । ଭୟ ଅନୁଭବ କରିବେ । କିନ୍ତୁ ଏ ଭୟ ମୂଲ୍ୟହୀନ ହେବ । ତେଣୁ ଏଥିପାଇଁ ଚିନ୍ତା ନ କରି ଶାନ୍ତ ରୁହନ୍ତୁ । କଠୋର ପରିଶ୍ରମ ଓ ଯଥେଷ୍ଟ ଚେଷ୍ଟା ଆପଣଙ୍କୁ ସଫଳତା ଦେବ ।

ତୁଳା-

ଆଜି ଆପଣଙ୍କ ଜୀବନରେ ଦ୍ରୁତ ଗତିରେ ପ୍ରଗତି ହେବା ସହ ସଫଳତାର ନୂଆ କୀର୍ତ୍ତି ସ୍ଥାପନ କରିବେ । ଅଧିକ ସମୟ ଧରି ଅଟକିଥିବା ଧନ ମିଳିବ ଓ ଆର୍ଥିକ ସ୍ଥିତି ମଜବୁତ ହେବ । କାହାର ପ୍ରେମରେ ପଡିପାରନ୍ତି । ଚାକିରି କ୍ଷେତ୍ରରେ ଦାୟିତ୍ଵ ବଢିବା ସହ ଅର୍ଥ ଲାଭ ଯୋଗ ରହିଛି । ସାଥିଙ୍କ ବିରୋଧୀ ହେବା କାରଣରୁ ନିଜ ନୂଆ ଯୋଜନା ଲାଗୁ କରିବାରେ କିଛି ସମସ୍ୟା ସାମ୍ନା କରିବାକୁ ପଡ଼ିପାରେ ।

ବିଛା-

ଆଜି ସକାଳୁ ଶୀଘ୍ର ଉଠି ଗାଧେଇ ସାରି ସୂର୍ଯ୍ୟ ଦେବଙ୍କୁ ନମସ୍କାର କରିବା ଦରକାର । ଯାହାଦ୍ଵାରା ଆପଣଙ୍କ ଜୀବନର ସବୁ କଷ୍ଟ ଦୂର ହୋଇଯିବ । ଜୀବନରେ ଏମିତି କାମ କରନ୍ତୁ ଯାହାଦ୍ଵାରା ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ ମିଳିବ । କଥାରେ ସଂଯମତା ରହିବ । କିନ୍ତୁ ସ୍ଵଭାବ କଠୋରତା ହୋଇପାରେ । ଧର୍ମ କାର୍ଯ୍ଯରେ ବ୍ୟସ୍ତ ରହିବେ । ଶିକ୍ଷା କ୍ଷେତ୍ରରେ ବ୍ୟବଧାନ ଆସିପାରେ । ବାହାରେ ରହୁଥିବା କୌଣସି ବନ୍ଧୁଙ୍କ ଉପହାର ଆପଣଙ୍କ ପାଇଁ ଖୁସି ଓ ସମୃଦ୍ଧି ଆଣିଦେବ । ସତେଜ ରହିବା ପାଇଁ ଠିକରେ ଆରାମ କରନ୍ତୁ ।

ଧନୁ-

ଏହି ରାଶିର ବ୍ୟକ୍ତିଙ୍କ ପିଲାଙ୍କ ତରଫରୁ ଶୁଭ ଖବର ପାଇବେ । ପରିଜନଙ୍କ ସହ ଉଗ୍ର ବାଦବିବାଦ ହେବାର ସମ୍ଭାବନା ରହିଛି । ଛାତି ଯନ୍ତ୍ରଣା ବା ଅନ୍ୟ କିଛି ବିକାରରେ ବ୍ୟଗ୍ରତା ଅନୁଭବ କରିବେ । ଆବଶ୍ୟକ ଠୁ ଅଧିକ କାମ ମୁଣ୍ଡକୁ ନେଇ ଟେନସନ ହୋଇପାରନ୍ତି । ଅଧିକ ପରିଶ୍ରମ କରିବାକୁ ପଡିବ । ନୂଆ କାମ ପାଇଁ ଅବସର ମିଳିବ ।

ମକର-

ଆଜି କିଛି ବି କାମ କରିବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ଏହା ସହିତ ଆପଣଙ୍କ ଜୀବନରେ ନୂତନ ସଫଳତା ପ୍ରାପ୍ତ ହେବ । ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ରହିବେ ଓ ସାରାଦିନ ସତେଜ ଅନୁଭବ କରିବେ । ନିଜର କଳାତ୍ମକତା ଓ ସୃଜନତ୍ମକତା ର ଉପଯୋଗ କରିପାରିବେ । ଯେକୌଣସି ପ୍ରକାର କନ୍ଫ୍ୟୁଜନ କ୍ଷେତ୍ରରେ ଧର୍ଯ୍ୟ ରଖନ୍ତୁ । ଶରୀର ସୁସ୍ଥ ରହିବ ଓ ଧାର୍ମିକ ଆୟୋଜନରେ ଖୁସି ରହିବେ ।

କୁମ୍ଭ-

ଜୀବନରେ ଆପଣଙ୍କୁ ଅପାର ସଫଳତା ପ୍ରାପ୍ତ ହେବ । ଆପଣଙ୍କ ଦ୍ଵାରା ହେଇଥିବା କାମ ପାଇଁ ସମାଜ ର ଲୋକଙ୍କ ମଙ୍ଗଳ ହେବ । ଏହି ମଙ୍ଗଳ ଆପଣଙ୍କ ଜୀବନରେ ସଫଳତା ଆଣିଦେବ । ବିଜିନେସ ର ବିରୋଧୀମାନଙ୍କ ଠୁ ସାବଧାନ ରୁହନ୍ତୁ । ପଇସା ଖର୍ଚ୍ଚ ହୋଇପାରେ । ଜୀବନସାଥିଙ୍କ କିଛି କଥା ଆପଣଙ୍କୁ କଷ୍ଟ ଦେଇପାରେ । ଆପଣଙ୍କ ବେପାର ଓ ବିଜିନେସ ରେ ପ୍ରଚୁର ଲାଭ ହେବ । ନିର୍ଣ୍ଣୟ ର ନିଷ୍ପତ୍ତି ଭାବିଚିନ୍ତି ନେବା ଆବଶ୍ୟକ । ଧାର୍ମିକ କାର୍ଯ୍ୟରେ ମନ ଦେବେ । ସାହାଯ୍ୟ ପାଇଁ ଅନ୍ୟ ଉପରେ ଅଧିକ ନିର୍ଭର କଲେ ଦୁଃଖୀ ହେବେ ।

ମୀନ-

ଆଜି ଆପଣ କିଛି କାମକୁ ଲଗାତାର ବାରମ୍ବାର କରିବେ, ତ ଆପଣଙ୍କୁ ଜୀବନରେ ସଫଳତା ଅବଶ୍ୟ ପ୍ରାପ୍ତ ହେବ । ନୂଆ କାମ ଆରମ୍ଭ ପାଇଁ ଆଜିର ଦିନ ଶୁଭ ଅଟେ । ପରିବାରଙ୍କ ସହିତ ସମୟ ବିତାଇ ମନ ପ୍ରସନ୍ନ ରହିବ । ବେପାର, ବ୍ୟବସାୟ ଭଲରେ ଚାଲିବ । ଶିକ୍ଷା ସଫଳତାର ମୂଳମନ୍ତ୍ର । ଭାଇ ଓ ବନ୍ଧୁଙ୍କ ସହ ଆବଶ୍ୟକ ଚର୍ଚ୍ଚା କରନ୍ତୁ । ଆର୍ଥିକ ଲାଭ ବା ଭାଗ୍ୟବୃଦ୍ଧି ଯୋଗ ରହିଛି । ଛୋଟ ପ୍ରବାସ ର ଆୟୋଜନ ହୋଇପାରେ । ଆଜି ଆପଣଙ୍କୁ ଅଲଗା ଅଲଗା ଦାୟିତ୍ଵ ଗ୍ରହଣ କରିବାକୁ ହେବ ।

Leave a Reply

Your email address will not be published. Required fields are marked *