INS Chilika ରୁ ଉଦ୍ଧାର କରାଯାଇଥିବା ଆହତ King Cobra ସୁସ୍ଥ ହେବା ପରେ ପେଟେ ପାଣି ପିଇ…ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକ ଲୋକମାନେ ଯେକୌଣସି ସ୍ଥାନରେ ରହି ଦେଖୁ ପାରୁଛନ୍ତି । ବର୍ତ୍ତମାନର ଡିଜିଟାଲ ଦୁନିଆରେ ଲୋକମାନେ ସୋସିଆଲ ମିଡିଆର ଭରପୁର ବ୍ୟବହାର କରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ସମସ୍ତ ସ୍ଥାନରେ ଏହି ଭିଡିଓକୁ ନେଇ ଚର୍ଚା ଜୋର ସୋର ଧରିଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ସାପ ସହ ଜଡିତ ଅନେକ ଭିଡିଓ ଦେଖିଥିବେ । ସାପ ମାନଙ୍କର ଅନେକ ପ୍ରଜାତି ଅଛି ହେଲେ ଆମ ହିନ୍ଦୁ ଧର୍ମରେ ନାଗ ସାପର ବହୁତ ପୌରାଣିକ ମାନ୍ୟତା ରହିଛି । ସାପ ମାନଙ୍କ ସହ ଜଡିତ ଅନ୍ଧ ବିଶ୍ଵାସ ଆଜି ମଧ୍ୟ ଅନେକ ସ୍ଥାନରେ ରହିଛି ।

ତେବେ ଗତ କିଛି ସମୟ ହେବ ସାପ ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବନ୍ଧୁଗଣ ଏହି ଭିଡିଓରେ ଉଧାର କରାଯାଇଥିବା ଅହିରାଜ ସାପକୁ ପ୍ରାକୃତିକ ଆବାସ ସ୍ଥଳୀରେ ଛଡା ଯାଉଛି । ଖୋର୍ଦ୍ଧା ବାଲୁ ଗାଁରେ ରେଞ୍ଜ ଫରେଷ୍ଟର ଜିତେନ୍ଦ୍ର କୁମାର ନାୟକଙ୍କ ଉପସ୍ଥିତରେ ଏକ ୧୨ ଫୁଟ ଲମ୍ବ ବିଶିଷ୍ଟ ଅହିରାଜ ସାପକୁ ପ୍ରାକୃତିକ ଆବାସ ସ୍ଥଳୀରେ ଛଡା ଯାଇଛି ।

ତେବେ ଭାଇରାଲ ହେଉଥିବା ଭିଡିଓରେ ସାପଟି ପ୍ରଥମେ ପେଟ ପୁରାଇ ପାଣି ପିଇଲା ଓ ତା ପରେ ଜଙ୍ଗଲ ଭିତରୁ ପଳେଇଲା । ମିଡିଆ ରିପୋର୍ଟସ ଅନୁସାରେ ଗତ କିଛି ଦିନ ତଳେ ଏହି ୧୨ ଫୁଟ ଲମ୍ବ ବିଶିଷ୍ଟ ଅହିରାଜ ସାପକୁ ଚିଲିକା ନିକଟରେ ଉଧାର କରାଯାଇଥିଲା । ସେତେବେଳେ ସାପଟିର ପିଞ୍ଜରା ହାଡ ଭାଙ୍ଗି ଯାଇଥିଲା ଫଳରେ ସେ ଚଲାବୁଲା କରିପାରୁ ନଥିଲା । ତାକୁ ଭୁବନେଶ୍ଵରରେ ଥିବା ଭେଟେନାରି ସର୍ଜରୀ ବିଭାଗକୁ ନେଇ ଚିକିତ୍ସା କରାଯାଇଥିଲା ।

ସାପଟି ସୁସ୍ଥ ହେବା ପରେ ଏବେ ତାକୁ ଜଙ୍ଗଲରେ ଛାଡି ଦିଆ ଯାଇଛି । ସାପଟି ଜଙ୍ଗଲର ସୁସ୍ଥ ବାତାବରଣରେ ପ୍ରଥମେ ପେଟ ପୁରା ପାଣି ପିଇଲା ଓ ତା ପରେ ଚାଲିଗଲା । ସୋସିଆଲ ମିଡିଆରେ ଏହି ଅହିରାଜ ସାପ ଭିଡିଓଟି ବହୁତ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ସାପ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *