ଏତେ ସୁନା କି Ambani ବି ହେଇଯିବେ କାବା !

ବନ୍ଧୁଗଣ ଏହି ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁ ମାନଙ୍କ ପାଖରେ ଦୁନିଆର ସମସ୍ତ ସୁଖ ସୁବିଧା ରହିଛି । ଧନୀ ହେବା ପାଇଁ ମଣିଷ ସବୁ କିଛି କରିଥାଏ ହେଲେ ଏମିତି ବହୁତ କମ ଲୋକ ଅଛନ୍ତି ଯେଉଁ ମାନେ ନିଜ ଧନୀ ହେବାର ସ୍ଵପ୍ନକୁ ପୂରଣ କରିଥାନ୍ତି । ଆଜିଆମେ ଆପଣ ମାନଙ୍କୁ ଏପରି କିଛି ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ସୁନାକୁ ବହୁତ ଅଧିକ ଭଲ ପାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏମାନଙ୍କ ବିଷୟରେ ।


୧.ଆପଣ ମାନଙ୍କୁ ଏକ ଏପରି ବାବାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଶରୀରରେ ୯ କିଲୋ ସୁନା ଧାରଣ କରନ୍ତି । ଏହି ବାବା କୌଣସି ବିଶେଷ ସ୍ଥାନକୁ ଯିବା ପାଇଁ ପୋଲିସ ପ୍ରୋଟେକ୍ସନ ନେଇଥାନ୍ତି । ଆପଣ ମାନେ ସମସ୍ତେ ଏହି ବାବାଙ୍କ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହି ବାବା ଜଣକ ନିଜ ବେକରେ ମୋଟା ମୋଟା ସୁନା ସହ ହାତରେ ମଧ୍ୟ ସୁନାର ଅଳଙ୍କାର ଧାରଣ କରନ୍ତି ।

ଏହି ବାବାଙ୍କ ନାମ ହେଉଛି ଗୋଲ୍ଡେନ ବାବା । ଆପଣ ମାନେ ସମସ୍ତେ ଏହି ବାବାଙ୍କ ବିଷୟରେ ଜାଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ । ହରିଦ୍ଵାରର ଏହି ଗୋଲ୍ଡେନ ବାବା ପୂର୍ବରୁ ଏକ ବଡ ବିଜନେସ ମ୍ୟାନ ଥିଲେ । ହେଲେ ହଠାତ ସେ ସନ୍ୟାସ ନେବା ପାଇଁ ନିଷ୍ପତ୍ତି ନେଇଥିଲେ ।

ସେଥିପାଇଁ ସେ ସବୁ କିଛି ଛାଡି ସନ୍ୟାସ ନେଇଥିଲେ ହେଲେ ତାଙ୍କ ମନ ସୁନାକୁ ଛାଡି ପାରିଲା ନାହିଁ । ସେ ସୁନା ଧାରଣ କରିବା ପାଇଁ ବହୁତ ଭଲ ପାନ୍ତି । ସେଥିପାଇଁ ସେ ସବୁବେଳେ ନିଜ ଶରୀରରେ ସୁନା ଧାରଣ କରନ୍ତି । ବାବାଙ୍କର ଏହି ଟ୍ରେଣ୍ଡକୁ ଦେଖିବା ପାଇଁ ଦୂର ଦୁରନ୍ତରୁ ଲୋକମାନେ ଆସନ୍ତି ।

୨. ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଶଙ୍କର କୋରାଢେ । ଏହି ବ୍ୟକ୍ତି ଜଣକ କାରୋନା କାଳ ସମୟରେ ସୁନାର ମାସ୍କ ବନେଇ ପିନ୍ଧୁ ଛନ୍ତି । ଶଙ୍କରଙ୍କୁ ସୁନା ଧାରଣ କରିବା ପାଇଁ ବହୁତ ଅଧିକ ଭଲ ଲାଗେ । ଏହି କାରୋନା କାଳ ସମୟରେ ଲୋକ ମାନଙ୍କୁ ଖାଇବାକୁ ମିଳୁ ନାହିଁ ହେଲେ ଶଙ୍କର ସୁନାର ମାସ୍କ ପିନ୍ଧୁ ଛନ୍ତି । ଶଙ୍କରଙ୍କ ସେହି ସୁନା ମାସ୍କର ଦାମ ହେଉଛି ୩ ଲକ୍ଷ ଟଙ୍କା । ଶଙ୍କର ହେଉଛନ୍ତି ପୁନେର ଏକ ବଡ ବିଜନେସ ମ୍ୟାନ ଓ ସେ ନିଜ ଶରୀରରେ ଲକ୍ଷ ଲକ୍ଷ ଟଙ୍କାର ସୁନା ଧାରଣ କରି ବୁଲନ୍ତି ।

୩. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ପ୍ରଶାନ୍ତ । ପ୍ରଶାନ୍ତଙ୍କୁ ମଧ୍ୟ ସୁନା ଧାରଣ କରିବାର ବହୁତ ସଉକ ରହିଛି । ଆପଣ ମାନେ ତାଙ୍କ ବେକ ଓ ତାଙ୍କ ହାତ ଦେଖି ଜାଣି ପାରୁଥିବେ । ତାଙ୍କର କେବଳ ଗୋଟିଏ ସ୍ଵପ୍ନ ଅଛି ତାହା ହେଉଛି ସେ ପୁନେର ସବୁଠାରୁ ବଡ ଗୋଲ୍ଡ ମ୍ୟାନ ହେବେ । ପ୍ରଶାନ୍ତ ହେଉଛନ୍ତି ଏକ ବଡ ବିଜନେସ ମ୍ୟାନ ଓ ତାଙ୍କ ପାଖରେ ଦୁନିଆର ସମସ୍ତ ସୁଖ ସୁବିଧା ଅଛି ।

4. Datta Phuge: ଏହି ବ୍ୟକ୍ତି ଜଣକ ସୁନାର ସାର୍ଟ ପିନ୍ଧି ଗିନିସ ବୁକ ଅଫ ୱାଲ୍ଡ ରେକର୍ଡ କରିଛି । ହେଲେ ଏହି ଲୋକର ଲାଇଫ ଷ୍ଟାଇଲ ଏହି ଲୋକ ପାଇଁ କାଳ ପାଲଟି ଗଲା । ପୁନେର ଦତ୍ତ ନାମକ ଏହି ଲୋକଟି ସୁନାର ସାର୍ଟ ପିନ୍ଧିଥିବାର ଦାମ ହେଉଛି ଦେଢ କୋଟି ଟଙ୍କା । ହେଲେ ଗୋଟେ ଦିନ ଦତ୍ତ ଏକୁଟିଆ ଘରକୁ ଫେରୁ ଥିବା ବେଳେ କିଛି ଲୋକ ତାଙ୍କର ହତୟା କରିଦେଲେ । ସେହି ଲୋକମାନେ ଦତ୍ତଙ୍କର ସାର୍ଟ ଚୋରୀ କରିଦେଇଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ସବୁ ଗୋଲ୍ଡ ମ୍ୟାନ କିପରି ଲାଗିଲେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *