୯ ମାସ ଧରି ଗର୍ଭବତୀ ! ପେଟରୁ ପିଲା ଗାୟବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୯  ମାସ ଧରି ଗର୍ଭବତୀର ନାଟକ ! ନିଜ ସ୍ଵାମୀ ଓ ସାରା ଗ୍ରାମ ଆଗରେ କରୁଥିଲେ ଗର୍ଭବତୀର ମିଛ ଅଭିନୟ ! ପ୍ରସବ ଯନ୍ତ୍ରଣା ଅଭିନୟରେ ଲେବର ରୁମ୍ କୁ ମଧ୍ୟ ଯାଇଥିଲେ । ଶେଷରେ କହିଥିଲେ ମୋ ପିଲା ଚୋରୀ ହୋଇଗଲା ବୋଲି ! ତେବେ ହଁ ବନ୍ଧୁଗଣ ଏପରି ଖବର ଶୁଣି ଅବାକ ଲାଗୁଥିଲେ ମଧ୍ୟ ଏହା ହେଉଛି ଏକ ସତ୍ୟ ଘଟଣା ! କାରଣ ମାଲକାନାଗିରି ଜିଲ୍ଲାର ମାଥିଲି ଉପଖଣ୍ଡ ଚିକିତ୍ସାଳୟରୁ ଏପରି କିଛି ଖବର ଶୁଣିବାକୁ ମିଳିଛି ।

ତେବେ ଏକ ମହିଳାଙ୍କର ବିବାହ ହୋଇ ତାଙ୍କର ୨ ଟି ସନ୍ତାନ ମଧ୍ୟ ହୋଇଥିଲା । ତେବେ ୨ ଟି ସନ୍ତାନ ହୋଇଯିବା ପରେ ୨୦୧୭ ମସିହାରେ ମହିଳା ଜଣଙ୍କ ଫ୍ୟାମିଲି ପ୍ଲାନିଂ ଭଳି ଅସ୍ତ୍ରୋପଚାର ମଧ୍ୟ କରିଦେଇଥିଲେ । ତେବେ ଏପରି କିଛି ଦିନ ବିତିଯିବା ପରେ ମହିଳା ଜଣଙ୍କର ସ୍ଵାମୀ ଜଣଙ୍କ ମହିଳା ଜଣକୁ ଛାଡି ପଳାଇ ଥିଲେ । ତାପରେ ମହିଳା ଜଣଙ୍କ କିଛି ଦିନ ଏକାକୀ ରହିବା ପରେ ଅନ୍ୟ ଏକ ଯୁବକର ସଂସ୍ପର୍ଶକୁ ଆସିଥିଲେ ।

ଯେଉଁଠାରେ ଉଭୟଙ୍କର ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ତାପରେ ଉଭୟ ବିବାହ ମଧ୍ୟ କରିଦେଇଥିଲେ । ତାପରେ ମହିଳା ଜଣଙ୍କ ଦିତୀୟ ବିବାହ କରିସାରିଲା ପରେ ଦିତୀୟ ସ୍ଵାମୀ ଜଣଙ୍କ ବାପା ହେବାକୁ ମନ ବଳାଇଥିଲେ । ଏହା ସହ ମହିଳାଙ୍କ ଠାରୁ ଏକ ସନ୍ତାନ ଆଶା କରିଥିଲେ । ତେବେ ମହିଳା ଜଣଙ୍କ ୯ ମାସ ଧରି ଗର୍ଭବତୀ ହେବାର ଭଲ ଅଭିନୟ କରିଥିଲେ । ହେଲେ ଯେହେତୁ ମହିଳା ଜଣଙ୍କ ଆଗରୁ ହିଁ ଫ୍ୟାମିଲି ପ୍ଳାନ କରିଦେଇଥିଲେ ।

ତେବେ ସେ ପ୍ରକୃତରେ ଗର୍ଭବତୀ ମଧ୍ୟ କିପରି ହୋଇପାରିବେ ? ତେବେ ଏକଥା କିନ୍ତୁ ନିଜର ଦିତୀୟ ସ୍ଵାମୀକୁ ମହିଳା ଜଣଙ୍କ ଜଣାଇନଥିଲେ । ତାପରେ ମିଛିମିଛିକା ଲେବର ଯନ୍ତ୍ରଣା ହେବାରୁ କହିକି ଡାକ୍ତରଖାନା ଆସିଥିଲେ । ତାପରେ ପେଟରେ ପିଲା ନଥିବାରୁ ମହିଳା ଜଣଙ୍କ ଡାକ୍ତରଖାନାରେ ମିଛରେ ଅଭିନୟ କରି କହିବାକୁ ଲାଗିଥିଲେ । ଏହି ଡାକ୍ତରଖଣାରେ ମୋର ପ୍ରସବ କରି ମୋର ଛୁଆକୁ ଚୋରୀ କରିନେଇଗଲେ ।

ତେବେ ମହିଳାଙ୍କର ଏହି ମିଛ ଅଭିନୟକୁ ଡାକ୍ତରଖାନାର ଡାକ୍ତର ଜାଣିଦେଲେ । ଯେପରି ମହିଳା ଜଣଙ୍କ ସର୍ବ ସମ୍ମୁଖରେ ଭୟଭୀତ ହୋଇ ସବୁ ସତ କଥା ମୁହଁ  ଖୋଲି କହିଦେଇଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *