ଏମାନେ ହେଲେ ନିକଟରେ ମୃତ୍ୟୁ ବରଣ କରିଥିବା Odia Celebrity, ଯାହାଙ୍କୁ ଝୁରୁଛି ସାରା ଓଡିଶା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଆ ଚଳଚିତ୍ର ଦୁନିଆରେ ବହୁ କଳାକାର ମାନଙ୍କ ଚେହେରା ଆମେ ଦେଖିବାକୁ ପାଇଛୁ । ଯେଉଁମାନେ କି ପରଦା ଉପରେ ତାଙ୍କ ଅଭିନୟ ମାଧ୍ୟମରେ ଆମକୁ ହସାଇଛନ୍ତି ଓ କନ୍ଦାଇଛନ୍ତି । ସେଥିମଧ୍ୟରୁ କିଛି କିଛି ଆମ ଅତି ପରିଚିତ ତଥା ଫେଭେରେଟ ଆକ୍ଟର ମଧ୍ୟ ହୋଇଯାଇଥିଲେ । ଯାହାଙ୍କ ଫିଲ୍ମ ପ୍ରେକ୍ଷାଳୟରେ ପଡୁ କି ଟିଭିରେ ଦେଉ । ସମସ୍ତେ ସେହି ଫିଲ୍ମକୁ ଦେଖିବା ସହ ନିଜ ପସନ୍ଦର କଳାକାର ମାନଙ୍କ ଅଭିନୟ ଦ୍ଵାରା ନିଜର ମନୋରଞ୍ଜନ କରିଥାନ୍ତି ।

ହେଲେ ସେଥିମଧ୍ୟରୁ ଏପରି ବହୁ ଚିହ୍ନା ମୁହଁ ଆଉ ଆମେ ନୂଆ ଫିଲ୍ମରେ ଦେଖିବାକୁ ପାଇବୁ ନାହିଁ । କାରଣ ସେମାନଙ୍କର ବିୟୋଗ ଘଟିଯାଇଛି । ତେବେ ଯେପରି ବରିଷ୍ଠ କଳାକାର ବିଜୟ ମହାନ୍ତି । ଓଡିଆର ବହୁ ଚଳଚିତ୍ରରେ ବିଭିନ୍ନ ଚରିତ୍ରରେ ତାଙ୍କୁ ଆମେ ଦେଖିବାକୁ ପାଇଛୁ । ତେବେ ୧୯୫୦ ଏପ୍ରିଲ ୮ ରେ ଜନ୍ମ ହୋଇ ୨୦୨୦ ଜୁଲାଇ ୨୦ ରେ ତାଙ୍କର ବିୟୋଗ ଘଟି ଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା ।

ସେହିପରି ଭର୍ସାଟାଇଲ କଳାକାର ମିହିର ଦାସ । ଜିଏକି ସବୁ ପ୍ରକାର ଚଳଚିତ୍ରରେ ନିଜର ନିଖୁଣ ଅଭିନୟ ଦ୍ଵାରା ଲୋକଙ୍କ ମନରେ ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ବନାଇ ପଡ଼ିଥିଲେ । ଯାହାଙ୍କ ଜନ୍ମ ୬୨ ବର୍ଷ ବୟସରେ ୧୯୫୯ ଫେବୃଆରି ୧୧ ତାରିଖରେ ହୋଇ ମୃ-ତ୍ୟୁ ୨୦୨୨ ଜାନୁଆରୀ ୧୧ ତାରିଖରେ ହୋଇଥିଲା । ତାପରେ ଖଳନାୟକ ଭୂମିକାରେ ଲୋକଙ୍କ ମନରେ ଭୟ ନେଇ ଆସୁଥିବା ଜଣେ ଲୋକପ୍ରିୟ କଳାକାର ହେଉଛନ୍ତି ହର ପଟ୍ଟନାୟକ । ଜିଏକି ୧୯୫୮ ଅକ୍ଟୋବର ୧୨ ରେ ଜନ୍ମ ହୋଇ ୫୭ ବର୍ଷ ବୟସରେ ୨୦୧୫ ଜାନୁଆରୀ ୧୩ ତାରିଖରେ ତାଙ୍କର ଦେହାନ୍ତ ଗତି ଥିଲା ।

ତାପରେ ଖଳନାୟକ ଚରିତ୍ରରେ ଆସି ସମସ୍ତଙ୍କର ମନ ମୋହିତ କରୁଥିବା ଆଉ ଜଣେ ଖଳନାୟକ ହେଉଛନ୍ତି ରାଈମୋହନ ପରିଡା । ଜିଏକି ୧୯୬୩ ଜୁଲାଇ ୧୦ରେ ଜନ୍ମ ହୋଇ ୫୯ ବର୍ଷ ବୟସରେ ୨୦୨୨ ଜୁନ ୨୪ ତରୁଇଖରେ ତାଙ୍କର ବିୟୋଗ ଘଟିଥିଲା । ତାପରେ ଖଳନାୟକ ଚରିତ୍ର କରିବା ସହ ବାପା ଅଭିନୟରେ ଯିଏ ନିଜର ଅଭିନୟକୁ ପୁରା ଜୀବନ୍ତ ଭାବେ ପଦର୍ଶନ କରୁଥିଲେ ।

ସେ ହେଉଛନ୍ତି କଳାକାର ମୀନକେତନ ଦାସ । ଜିଏକି ୧୯୬୧ ସେପ୍ଟେମ୍ବର ୭ ରେ ଜନ୍ମ ହୋଇ ୫୬ ବର୍ଷ ବୟସରେ ୨୦୧୭ ଜୁନ ୩ ତାରିଖରେ ତାଙ୍କର ବିୟୋଗ ଘଟିଥିଲା । ସେହିପରି ଅଭିନେତ୍ରୀ ଅନିତା ଦାସ ୧୯୫୩ ମସିହାରେ ଜନ୍ମ ହୋଇ ୬୫ ବର୍ଷ ବୟସରେ ୨୦୧୮ ମସିହାରେ ମୃ-ତ୍ୟୁ ବରଣ କରିଥିଲେ । ତେବେ ସେହିପରି ଅଜିତ ଦାସ, ଦେବୁ ବୋଷ,  ଦୁଃଖୀରାମ ସ୍ଵାଇଁ, ସଲିଳ ମିଶ୍ର ଏହିପରି ବହୁ କଳାକାର ମାନେ ଅଛନ୍ତି ।

ଜିଏକି ଆମ ଗହଣରେ ଯଦିଓ ନାହାନ୍ତି । ହେଲେ ନିଜ ଅଭିନୟ ପାଇଁ ସେ ସବୁବେଳେ ଆମ ନିକଟରେ ଅମର ହୋଇ ରହିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *