Health Tips- ପେଟ କମାଇବା ପାଇଁ ଡାଏଟ୍‌, ଜାଣନ୍ତୁ କଣ ଖାଇବେ ଓ କଣ ଖାଇବେନି ? Dietician Niharika Dash ଙ୍କ ଠାରୁ…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଅଧିକାଂଶ ଲୋକ ମୋଟାପଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବନ୍ଧୁଗଣ ସାଧାରଣତଃ ଯେଉଁ ସବୁ ଲୋକ ମାନେ ବସିକି ଅଧିକାଂଶ ସମୟ କାର୍ଯ୍ୟ କରିଥାନ୍ତି ସେମାନଙ୍କ କ୍ଷେତ୍ରରେ ଅଧିକ ଏହି ସମସ୍ୟା ଦେଖା ଦେଇଥାଏ । ଆଜିକାଲି ଆମେ ମାନେ ବହୁତ ଆରମ ଦାୟକ ଜୀବନ ଅତିବାହିତ କରିବା ପାଇଁ ପସନ୍ଦ କରୁଛୁ ଆଉ ଆମକୁ ସମୟ ବି ହେଉନି ୱାର୍କଆଉଟ କରିବା ପାଇଁ ।

ଆମକୁ ସମୟ ମିଳୁନି ଠିକ ଖାଦ୍ୟ ଖାଇବା ପାଇଁ । ଆମେ ମନ ଇଛା ଖାଦ୍ୟ ଖାଉଛୁ ତେଣୁ ତାର କୁପ୍ରଭାବ ଆମ ଶରୀର ଉପରେ ପଡି ଥାଏ । ଆମ ଶରୀରକୁ ଯେତିକି ପୋଷଣ ଦରକାର ଆମେ ସେତିକି ଖାଇବା ଉଚିତ ଯଦି ତାହା ଅଧିକ ହୋଇଯିବ ତେବେ ସେହି ପୋଷଣ ଫ୍ୟାଟ ହୋଇ ଶରୀରରେ ଡିପୋଜିଟ ରହିଥାଏ । ଥର ଆପଣ ଲଞ୍ଚ କରିକି ଆସି ସଙ୍ଗେ ସଙ୍ଗେ ସୋଇ ପଡିଲେ କିମ୍ବା ନିଜ କାମ ପାଇଁ ବସିଲେ ।

ଆପଣଙ୍କ ଶରୀରକୁ ଯେତିକି ପୋଷଣ ଦରକାର ଆପଣ ଅଧିକ ଖାଇଛନ୍ତି ତା ହେଲେ ସେହି ପୋଷଣ ଆପଣଙ୍କ ପେଟରେ ଫ୍ୟାଟ ହୋଇ ରହିଥାଏ । ତେବେ ବନ୍ଧୁଗଣ ପେଟ କମାଇବା ପାଇଁ କେଉଁ ସବୁ ଖାଦ୍ୟ ଖାଇବା ଦରକାର ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଯେଉଁ ମାନେ ବସିକି କାମ କରୁଛନ୍ତି ସେମାନେ 1600 କ୍ୟାଲେରୀର ଖାଦ୍ୟ ଖାଇପାରିବେ । ସେମାନେ ବେଲି ଫ୍ୟାଟ ବାୟାମ କରିବା ନିହାତି ଆବଶ୍ୟକ । ସେମାନେ ଯୋଗ କରନ୍ତୁ ସୂର୍ଯ୍ୟ ନମସ୍କାର କରନ୍ତୁ । ଯଦି କିଛି ବି କରିବାକୁ ଚାହୁଁ ନାହାନ୍ତି ତା ହେଲେ ଆପଣ ପ୍ରତ୍ୟକ ଦିନ 30 ରୁ 40 ମିନିଟ କେବଳ ଚାଲନ୍ତୁ । ଚାଲିବା ଦ୍ଵାରା ଆପଣଙ୍କ ଶରୀରରେ ମେଟାବାଲିଜମ ବଢିଥାଏ ଯାହାଫଳରେ ଆପଣଙ୍କ ଚର୍ବି ହ୍ରାସ ହେବ ।

ପେଟ ଜମାଇବା ପାଇଁ 70 ପ୍ରତିଶତ ଡାଏଟ ଆଉ 30 ପ୍ରତିଶତ ବାୟମ ଆପଣଙ୍କୁ ନିଶ୍ଚୟ କରିବାକୁ ହେବ । ଆପଣ ସକାଳର ଆରମ୍ଭ ହାଲୁକା ଉଷୁମ ପାଣି ସହ ମେଥି ମିଶାଇ ନିଅନ୍ତୁ । ଏହା ପରେ ଆପଣ ଗୋଟେ କଦଳୀ ଖାଇ ବାୟାମ କରନ୍ତୁ । ବ୍ରେକ ଫାଷ୍ଟରେ ଆପଣ ମାଣ୍ଡିଆ, ଛତୁଆ, ଓଟ୍ସ, ରାଗି ଇଡିଲି, ସାଲାଡ ଓ ଘର ତିଆରି ଜୁଷ ନେଇ ପାରିବେ ।

ଲଞ୍ଚରେ ଆପଣ ରୁଟି ନହଲେ ଭାତ ଖାଇ ପାରିବେ । ଉଭୟ ରୁଟି ଓ ଭାତ ଏକାଠି ଖାଇବେ ନାହିଁ । ସନ୍ଧ୍ୟା ସମୟରେ ଆପଣ ଗ୍ରୀନ ଟି, ଏଗ ୱ୍ହାଇଟ ଓ ଫଳ ଖାଇ ପାରିବେ । ରାତିରେ ସବୁଠାରୁ ହାଲୁକା ଖାଦ୍ୟ ଖାନ୍ତୁ । ଆପଣ ଡାଲି, ସନ୍ତୁଳା, ମାଛ, ଚିକେନ ଓ ଅଣ୍ଡା ଆମଲେଟ ଖାଇ ପାରିବେ । ଖାଇବା ପରେ ସଙ୍ଗେ ସଙ୍ଗେ ସୋଇବେ ନାହିଁ । ତା ହେଲେ ବନ୍ଧୁଗଣ ଏହି ଉପାୟ ଆପଣ ନିଶ୍ଚୟ ମାନେ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *