ପିଲା ହେଉନି କି ? (Infertility), ଦେଖନ୍ତୁ ଏ ନେଇ କଣ କୁହନ୍ତି Dr Sini S Venugopal

ବନ୍ଧୁଗଣ ବନ୍ଧ୍ୟା ଦୋଷ ବା INFERTILITY ହେଉଛି ଯେତେବେଳେ ଜଣେ ଦମ୍ପତ୍ତି ବିବାହ ପରେ ଛୁଆ ଜନ୍ମ କରିବାକୁ ଚାହୁଁ ଛନ୍ତି ହେଲେ ଏକ ବର୍ଷ ଚେଷ୍ଟା କରିବା ସତ୍ବେ ସେମାନେ ସନ୍ତାନ ପ୍ରାପ୍ତ କରିପାରୁ ନାହାନ୍ତି ତାହାକୁ ବନ୍ଧ୍ୟା ଦୋଷ କୁହାଯାଏ । ୱାଲ୍ଡ ହେଲ୍ଥ ଅର୍ଗାନାଇଜେସନର କହିବା ମୁତାବକ ଯଦି ଗୋଟେ ଦମ୍ପତ୍ତି ଅନେକ ଚେଷ୍ଟା କରିବା ସତ୍ବେ ଏକ ବର୍ଷ ମଧ୍ୟରେ ସନ୍ତାନ ପ୍ରାପ୍ତି କରୁପାରୁ ନାହାନ୍ତି ତାକୁ ଆମେ INFERTILITY କରି ସେ ଦମ୍ପତ୍ତିକୁ ଡିଫାଇନ କରିହେବ ।

ମହିଳା ବନ୍ଧ୍ୟା ଦୋଷରେ ଅନେକ କାରଣ ରହିଛି ହେଲେ ଆମ ଭାରତରେ ସବୁଠାରୁ ମୁଖ୍ୟ କାରଣ ହେଉଛି PCOD । ଏଇଟା ହେଉଛି ଏକ ହରମୋନ ଜନିତ ସମସ୍ୟା ଯେଉଁଥିରେ ଝିଅ ମାନଙ୍କ ଡିମ୍ବ ଗୁଡିକ ଠିକ ସମୟରେ ତିଆରି ହୁଏ ନାହିଁ । ଏହି ଜିନିଷ ପାଇଁ ତାଙ୍କ ପିରିୟଡ୍ସ ଲେଟ  ହୋଇଥାଏ ଆଉ ଚାହିଁଲେ ବି ପ୍ରେଗନେଣ୍ଟ ହୋଇ ପାରନ୍ତି ନାହିଁ ।

ଆଉ ଗୋଟେ ମୁଖ୍ୟ କାରଣ ହେଉଛି ଯେଉଁ ଜାଗାରେ ଡିମ୍ବ ଗୁଡିକ ତିଆରି ହୁଏ ସେହି ଜାଗାରେ ଅନେକ ଶିଷ୍ଟ ତିଆରି ହୋଇଥାଏ । ସେହି ଶିଷ୍ଟ ହେବା କାରଣରୁ ତାଙ୍କୁ INFERTILITY ହୋଇଥାଏ । ଆଉ ଏକ ମୁଖ୍ୟ କାରଣ ହେଉଛି ଇନଫେକ୍ସନ ଯୋଗୁଁ କିଛି ଟ୍ୟୁବେଲ ବ୍ଲକ ହେବା କାରଣରୁ ଯେଉଁ ଜାଗାରେ ବେବିର ଗ୍ରୋଥ ହେବା କଥା ସେହି ଜାଗା ଇନଫେକ୍ସନ ହୋଇ ଡ୍ୟାମେଜ ହେଇଯାଉଛି ।

ଏହା ସହ ଜଡିତ ଗର୍ଭାଶୟରେ କୌଣସି ଟ୍ଯୁମର ଥିବ ବା ମାଂସ ଆକାରର କିଛି ବଢିବ ତା ହେଲେ ମଧ୍ୟ INFERTILITY ହୋଇଥାଏ । କିଛି କିଛି ମହିଳାଙ୍କର ଥାଇରଡ ହରମୋନ ପାଇଁ ଆଉ କିଛି କିଛି ମହିଳାଙ୍କର ଗର୍ଭାଶୟ ଠିକ ଭାବରେ ବିକାଶ ନ ହେବା କାରଣରୁ ମଧ୍ୟ ବନ୍ଧ୍ୟା ଦୋଷ ହୋଇଥାଏ । ବନ୍ଧୁଗଣ ବନ୍ଧ୍ୟା ଦୋଷ ଲାଇଫ ଷ୍ଟାଇଲ ଉପରେ ବି ନିର୍ଭର କରେ ।

ଅଧିକାଂଶ କ୍ଷେତ୍ରରେ ଯେଉଁ ମାନଙ୍କର ଓଜନ ଅଧିକ ଥାଏ ସେମାନଙ୍କର ହରମୋନାଲ ଇନବାଲାନ୍ସ ହୋଇଥାଏ ଯାହାଫଳରେ ସେମାନେ ଗର୍ଭବତୀ ହୋଇପାରନ୍ତି ନାହିଁ । ପୁରୁଷ ମାନଙ୍କ କ୍ଷେତ୍ରରେ ଯେଉଁ ପୁରୁଷ ମାନଙ୍କ ଧାତୁରେ ଶୂକ୍ରାଣୁର ସଂଖ୍ୟା କମ ଥାଏ କିମ୍ବା ଶୂକ୍ରାଣୁର ଯଦି ମୁଭମେଣ୍ଟ କମି ଯାଏ ତା ହେଲେ ବନ୍ଧ୍ୟା ଦୋଷ ହୋଇଥାଏ । ଏହାର ଦୁଇଟି କାରଣ ଥାଇପାରେ ଗୋଟେ ହେଉଛି ଶୂକ୍ରାଣୁ ଠିକ ଭାବରେ ତିଆରି ହେଉନି ବା ଶୂକ୍ରାଣୁ ତିଆରି ହେଉଛି ହେଲେ ଠିକ ଜାଗାରେ ପହଞ୍ଚି ପାରୁନି ବୋଧେ ବାଟରେ କିଛି ବ୍ଲକ ରହିଛି ।

ତେବେ ବନ୍ଧୁଗଣ ଆପଣ ମାନେ ଚାହିଁଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଟେଷ୍ଟ କରିପାରିବେ । ଟେଷ୍ଟ କରିବା ପରେ ଇଣ୍ଡୋସ୍କୋପି ଦ୍ଵାରା ଜଣା ପଡିବ ଆପଣଙ୍କ କେଉଁ ସମସ୍ୟା ପାଇଁ ବନ୍ଧ୍ୟା ଦୋଷ ହେଉଛି । ଆଉ ଏହାର ନିରାକରଣ ମଧ୍ୟ ରହିଛି । ଯେଉଁ ସମସ୍ଯା ଥିବ ତାର ଚିକିତ୍ସା କରି ଆପଣ ବନ୍ଧ୍ୟା ଦୋଷରୁ ମୁକ୍ତ ପାଇପାରିବେ ଆଉ ସନ୍ତାନ ସୁଖ ଲାଭ କରିପାରିବେ ।

Leave a Reply

Your email address will not be published. Required fields are marked *