ଲୋକଙ୍କର ପ୍ରିୟ ହିରୋ ଗ୍ଲାମର ଓ ହୋଣ୍ଡା ସାଇନ ମଧ୍ୟରେ କଡା ମୁକାବଲା, ଦେଖନ୍ତୁ ଦୁଇଟିର ଲୁକ ଓ ସିଲେକ୍ଟ କରନ୍ତୁ ନିଜ ପାଇଁ ବେସ୍ଟ ବାଇକ

ଦେଶର ଦିଗ୍ଗଜ ଦୁଇଚକିଆ ନିର୍ମାତା କମ୍ପାନୀ ହିରୋ ଓ ହୋଣ୍ଡା ବହୁତ ସ୍ପିଡରେ ବାଇକକୁ BS6ରେ ଅପଗ୍ରେଡ କରିଛନ୍ତି । ହିରୋ ଯେଉଁଠି ଗ୍ଲାମରକୁ BS6 ଇଞ୍ଜିନରେ ଲଞ୍ଚ କରିଛି, ସେଇଠି ହୋଣ୍ଡା କମ୍ପାନୀ ତାର ବାଇକ ସାଇନ ର BS6 ମଡେଲ ଲଞ୍ଚ କରିଛି । ଆଜି ଆମେ ଏହି ଦୁଇଟି ବାଇକ ମଧ୍ୟରେ ଥିବା ଅନ୍ତର ଓ ଫିଚର୍ସ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ଦୁଇଟି ବାଇକ ର ଫିଚର୍ସ ବିଷୟରେ ।

ଗ୍ଲାମର ଓ ସାଇନ ଉଭୟ ବାଇକରେ ୧୨୫ସିସି ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ଦିଆ ଯାଇଛି । ଏହି ଦୁଇ ବାଇକର ଇଞ୍ଜିନ୍ସ କୁ BS6ରେ ଅପଗ୍ରେଡ କରା ଯାଇଛି । ଏହା ଦ୍ଵାରା ଏହି ବାହନ ଗୁଡିକର ଆଉଟ ପୁଟ ପାୱାରରେ ମଧ୍ୟ ପ୍ରଭାବ ପଡିଛି । ନୂଆ ହିରୋ ଗ୍ଲାମରରେ ଯେଉଁଠି ୭,୫୦୦ ଆରପିଏମରେ ୧୦.୯ ପିଏସର ପାୱାର ଜେନେରେଟ କରୁଛି ଓ ଏହାର ପାୱାରରେ ୧୯ ପ୍ରତିଶତର ବୃଦ୍ଧି ହୋଇଛି । ସେଇଠି ହୋଣ୍ଡା ସାଇନ ମଧ୍ୟ ୭,୫୦୦ ଆରପିଏମରେ ୧୦.୯ ପିଏସର ପାୱାର ଜେନେରେଟ କରୁଛି ।

ହୋଣ୍ଡା ସାଇନ ଯେଉଁଠି ୬,୦୦୦ ଆରପିଏମରେ ୧୧ ଏନଏମର ଟର୍କ ଜେନେରେଟ କରୁଛି, ସେଇଠି ହିରୋ ଗ୍ଲାମର ୬,୦୦୦ ଆରପିଏମରେ ୧୦.୬ ଏନଏମ ର ଟର୍କ ଜେନେରେଟ କରୁଛି । ଉଭୟ ବାଇକରେ ୪ ଟି ଗିୟର ରହିଛି ।

ଦୁଇଟି ବାଇକ୍ ରେ ପୂର୍ବରୁ ଅଧିକ ଗ୍ରାଉଣ୍ଡ କ୍ଲିୟରେନ୍ସ ଓ ହ୍ଵିଲବେସ ଦିଆ ଯାଇଛି । ଏହି ଦୁଇଟି ବାଇକ ଅପଗ୍ରେଡ ହୋଇଥିବାରୁ ଏହି ଦୁଇଟି ବାଇକର ମାଇଲେଜ ପୂର୍ବରୁ ବହୁତ ଭଲ ଅଛି । ବର୍ତ୍ତମାନ ବାଇକ ଅପଗ୍ରେଡ ହୋଇଥିବାରୁ ପୂର୍ବରୁ ୧୦ ପ୍ରତିଶତ ଅଧିକ ମାଇଲେଜ ଦେଖାଉଛି ।

ହୋଣ୍ଡା ସାଇନ ଓ ହିରୋ ଗ୍ଲାମର ଦୁଇଟି ହିଁ କମ୍ୟୁଟର ସେଗମେଣ୍ଟ ର ବାଇକ ଅଟେ । ଏହି ଦୁଇଟି ବାଇକ ଅପଗ୍ରେଡ ହେଲା ପରେ ମାଇଲେଜ ବଢିଯାଇଛି । ହିରୋ ଗ୍ଲାମର ରେ ସ୍ପୋର୍ଟ୍ସ ରେଡ, ଟେକ୍ନୋ ବ୍ଲୁ, ଟ୍ରୋନାଡୋ ଗ୍ରେ ଓ ରେଡ କଲର ଆଦି ନୂଆ କଲର ଦିଆଯାଇଛି । ହୋଣ୍ଡା ସାଇନରେ ଗେଟ୍ସ ବ୍ଲାକ, ଗ୍ରେ ମେଟାଲିକ, ରେଡ ମେଟାଲିକ ଓ ବ୍ଲୁ କଲର ଦିଆଯାଇଛି ।

Leave a Reply

Your email address will not be published. Required fields are marked *