‘ଦିଆ ଔର ବାତି’ର ସନ୍ଧ୍ୟା ବୋହୂ ରିୟଲ ଲାଇଫରେ ମଧ୍ୟ ଅଟନ୍ତି ସଂସ୍କାରୀ, ସାଧାରଣ ମହିଳାଙ୍କ ପରି ବିତାନ୍ତି ଜୀବନ

ଷ୍ଟାର ପ୍ଲସରେ ଏକ ସିରିୟଲ ବହୁତ ଫେମସ ଥିଲା । ସେହି ସିରିୟଲ ହେଉଛି ‘ଦିଆ ଅର ବାତି’ । ଏହି ସିରିୟଲରେ ସନ୍ଧ୍ୟା ବୋହୁର ଭୂମିକା ବହୁତ ଫେମସ ହୋଇଥିଲା । ଏହି ଭୂମିକାକୁ ଦୀପିକା ସିଂହ କରିଥିଲେ, ତାଙ୍କ ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏହି ସିରିୟଲରେ ସେ ଏକ ଆଦର୍ଶ ବୋହୁ ସହିତ ଏକ ଭଲ ଆଇପିଏସ ଅଫିସରର ଭୂମିକା କରିଥିଲେ । ହେଲେ ଆପଣମାନେ ବୋଧେ ଜାଣି ନଥିବେ ଦୀପିକା କେବଳ ସିରିୟଲରେ ନୁହେଁ, ସେ ତାଙ୍କ ରିୟଲ ଲାଇଫରେ ମଧ୍ୟ ଏକ ଆଦର୍ଶ ବୋହୁ ଅଟନ୍ତି । ସେ ସାଧାରଣ ମହିଳାଙ୍କ ପରି ଜୀବନ ବିତାନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

ସକାଳୁ ସକାଳୁ ପୂଜା

ଦୀପିକା ତାଙ୍କ ଦିନର ଆରମ୍ଭ ପୂଜା ସହିତ କରିବାକୁ ପସନ୍ଦ କରନ୍ତି । ତାଙ୍କ ସହିତ ବହୁତ ଥର ତାଙ୍କ ପତି ରୋହିତ ରାଜ ଗୋୟଲ ମଧ୍ୟ ପୂଜା କରନ୍ତି । ଦୀପିକାଙ୍କ ମତରେ ସବୁବେଳେ ସକାଳ ସମୟରେ ପୂଜା କରିଲେ ଆମ ମନରେ ପଜିଟିଭ ଏନର୍ଜି ରହିଥାଏ । ଯାହାଫଳରେ ପୁରା ଦିନ ବହୁତ ଭଲ ଯାଏ ।

ମା ଓ ଶାଶୁ ଦୁହିଙ୍କୁ ଏକ ସମାନ ଭଲ ପାଇବା

ଦୀପିକା ତାଙ୍କ ମା ଓ ଶାଶୁଙ୍କର ପ୍ରିୟ ଝିଅ ଅଟନ୍ତି । ସେ ତାଙ୍କ ମା’ଙ୍କୁ ଯେତେ ଭଲ ପାଆନ୍ତି ତାଙ୍କ ଶାଶୁଙ୍କୁ ମଧ୍ୟ ସେତିକି ଭଲ ପାଆନ୍ତି । ଦୀପିକା ତାଙ୍କ ଜୀବନର ସବୁ କଥା ତାଙ୍କ ମା ଓ ଶାଶୁଙ୍କ ସହିତ ସେୟାର କରନ୍ତି । ତାଙ୍କ ମତରେ ତାଙ୍କର ଗୋଟେ ନୁହେଁ ଦୁଇଟି ମା ଅଛନ୍ତି । ଜଣେ ରିୟଲ ମା ଓ ଅନ୍ୟ ଜଣେ ଶାଶୁ ମା ।

ପରମ୍ପରାର ସମ୍ମାନ

ଦୀପିକା ବହୁତ ଫେମସ ଓ ଧନୀ ହୋଇଥିଲେ ମଧ୍ୟ ସେ ତାଙ୍କ ଭାରତୀୟ ପରମ୍ପରାକୁ ବହୁତ ପସନ୍ଦ କରନ୍ତି । ଟିଭି ସିରିୟଲ ପରି ରିୟଲ ଲାଇଫରେ ମଧ୍ୟ ସେ ତାଙ୍କର ସବୁ ପରମ୍ପରାକୁ ସମ୍ମାନର ସହ ପାଳନ କରନ୍ତି ।

ଜଏଣ୍ଟ ଫ୍ୟାମିଲିର ମହତ୍ଵ

ଦୀପିକା ଏକା ରହିବା ପାଇଁ ପସନ୍ଦ କରନ୍ତି ନାହିଁ । ଦୀପିକା ସଂଯୁକ୍ତ ଫ୍ୟାମିଲିରେ ରହିବା ପାଇଁ ପସନ୍ଦ କରନ୍ତି । ସେ ତାଙ୍କ ପରିବାରର ସବୁ ସଦସ୍ୟଙ୍କୁ ସ୍ପେଶାଲ ଫିଲ କରାନ୍ତି ଓ ଦୀପିକା ସବୁ ସଦସ୍ୟଙ୍କୁ ଭଲ ପାଆନ୍ତି ।

ପିଲାଙ୍କ ସହ ଭଲ ସମୟ ଅତିବାହିତ କରିବା

ଦୀପିକା ଏକ ଭଲ ବୋହୁ ଓ ପତ୍ନୀ ହେବା ସହିତ ଏକ ଭଲ ମା ମଧ୍ୟ ଅଟନ୍ତି । ଏକ ସାଧାରଣ ମା ପରି ସେ ତାଙ୍କ ପୁଅ ସୋହଂ କୁ ବହୁତ ସ୍ନେହ କରନ୍ତି । ଦୀପିକା ଶୁଟିଙ୍ଗରେ ଯେତେ ବ୍ୟସ୍ତ ଥିଲେ ମଧ୍ୟ ସେ ତାଙ୍କ ପୁଅ ସହ ଭଲ ସମୟ ଅତିବାହିତ କରନ୍ତି ।

Leave a Reply

Your email address will not be published. Required fields are marked *