Swiggy ଡେଲିଭରି ବୟ ଅପହରଣ ମାମଲା, ଯୁବକଙ୍କ ଅଡିଓ କଲ ହେଲା ଭାଇରାଲ, ଶେଷ ଥର ପାଇଁ ପତ୍ନୀକୁ ଫୋନ କରି କହିଥିଲେ ଏମିତି କି ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ଏକ ବଡ ଖବର ସାମ୍ନାକୁ ଆସିଛି । ସ୍ଵିଗି ଡେଲିଭରି ବୋଏକୁ ନେଇ ଅ-ପ-ହ-ର-ଣ ଅଭିଯୋଗ ଆସିଥିଲା । ଅ-ପ-ହ-ର-ଣ ନେଇ ଫୋନ ଯୋଗେ ସ୍ତ୍ରୀଙ୍କୁ ଜଣାଇଥିଲେ ଯୁବକ । ଛୁରୀରେ ତାଙ୍କ ଉପରେ ଆ-କ୍ର-ମ-ଣ କରାଯିବା ସହ ତାଙ୍କର ଫୋନ ଓ ଟଙ୍କା ନେଇଯାଇଥିବା ନେଇ ସେ ସ୍ତ୍ରୀକୁ କହିଥିଲେ । ଧଉଳି ଥାନାରେ ଯୁବକଙ୍କ ପରିବାର ପକ୍ଷରୁ ଅ-ଭି-ଯୋ-ଗ ହୋଇଛି । ଯୁବକ ଜଣକଙ୍କ ନାମ ହେଉଛି ପତିତପାବନ । ବର୍ତ୍ତମାନ ପୋଲିସ ତ-ଦ-ନ୍ତ-ରେ ପତିତ ପାବନଙ୍କ ପର୍ସ ମିଳିଛି ।

ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ପତିତପାବନଙ୍କ ଠିକଣା ମିଳୁ ନାହିଁ ତେଣୁ ପୋଲିସ ନିଜର ତ-ଦ-ନ୍ତ ଜାରି ରଖିଛି । ତେବେ ଭୁବନେଶ୍ବର ଉତ୍ତରା ଛକ ନିକଟରୁ ଯୁବକଙ୍କୁ ଅ-ପ-ହ-ର-ଣ କରଯାଇଥିଲା ବୋଲି ଅ-ଭି-ଯୋ-ଗ ହୋଇଛି । ଯୁବକ ଜଣକ ଅ-ପ-ହ-ର-ଣ-କୁ ନେଇ ତାଙ୍କ ପତ୍ନୀଙ୍କୁ ଫୋନ କରିଥିଲେ ଓ ସବୁ କଥା କହିଥିଲେ । ଯୁବକ ଜଣକ ନିଜ ପତ୍ନୀଙ୍କୁ ଫୋନ କଲ୍ କରି ବହୁତ କଷ୍ଟରେ କହୁଥିଲେ-‘ଧନ ଭାଇ କୁ କହ ଏଇଠିକି ଆସିବ । ମୋତେ କିଛି ଲୋକ ଛୁରୀ ଭୁଶି ଦେଇଛନ୍ତି ।

ଉତ୍ତରା ଆଡେ ମୋତେ କିଛି ଲୋକ ଟେକି ନେଇଛନ୍ତି । ଡାଲା ଅଟୋରେ ନେଇ ଯାଇଛନ୍ତି ମୋ ଉତ୍ତରାର ବ୍ରିଜ ପାଖରେ ଅଛି । ମ-ରି-ବି କି ବଞ୍ଚିବୀ ଜାଣି ନାହିଁ । ଭାଇକୁ କହ ଏହି ଲୋକେସନକୁ ଶୀଘ୍ର ଆସିବ’ । ଆଗକୁ ଯୁବକ ଜଣକ କହିଛନ୍ତି- ‘ମୁ ଅଟୋରେ ସୋଇଛି ମୋ ଫୋନ ନେଇଗଲେ ମୋ ପଇସା ନେଇଗଲେ ସେମାନେ । ମୋ ପ୍ଯାଣ୍ଟ ସାର୍ଟ ସବୁ ଚିରିକି ପକେଇ ଦେଇଛନ୍ତି ଏମାନେ । ଉତ୍ତରା ଏଇ ପଟେ ଭୁବନେଶ୍ଵର ପଟକୁ ହେଲା’ ।

ଗତ କାଲି ରାତି ୧୦ଟା ବେଳେ ପତିତପାବନଙ୍କ ଫୋନ କଲ୍ ଆସିଥିଲା । 10 ଟା ପରେ ତାଙ୍କ ଫୋନଟି ଅଫ୍ ହୋଇଯାଇଥିଲା । ରାତି ସାରା ତାଙ୍କ ପରିବାର ଲୋକ ଯୁବକଙ୍କ ଲାଷ୍ଟ ଲୋକେସନକୁ ଫଲୋ କରୁଥିଲେ । ପାଖା ପାଖି ରାତି ତମାମ ସେ ଦୁଇ ଦୁଇଟି ଥାନାକୁ ଯାଇ ଅ-ଭି-ଯୋ-ଗ କରିଥିଲେ । ହେଲେ ସେହି ସମୟରେ ପୋଲିସ ସେମାନଙ୍କୁ ସହଯୋଗ କରିପାରି ନଥିଲା ।

ସଖାଳ ସମୟରେ ପୋଲିସ ଉତ୍ତରା ଛକରେ ଥିବା ନଦୀ ବନ୍ଧ ପାଖକୁ ଯାଇଥିଲେ । ସେହି ରାସ୍ତାରେ ଯୁବକଙ୍କ ସାର୍ଟ, ପର୍ସ ଓ ଗାଡିର ଲାଇଟ ଖଣ୍ଡ ପଡିଥିଲା । ବର୍ତ୍ତମାନ ପୋଲିସ ଏହି ମାମଲାର ତ-ଦ-ନ୍ତ କରୁଛି ଓ ଯୁବକଙ୍କୁ ଖୋଜୁଛି ।

Leave a Reply

Your email address will not be published. Required fields are marked *