ସ୍ବାମୀଙ୍କୁ ଛାଡି ଡ୍ରାଇଭର ପ୍ରେମରେ ଉବୁଟୁବୁ ହେଉଥିଲେ ପତ୍ନୀ, କିନ୍ତୁ ପତ୍ନୀ କହିଲେ, ମୋର ନଥିଲା, ମୋ ସ୍ବାମୀର ଥିଲା, ସେ କଣ କହୁଛନ୍ତି ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ସ୍ୱାମୀକୁ ହତୟଆ ପାଇଁ ସୁପାରି ଦେଇଥିବା ସ୍ତ୍ରୀ ଓ ସୁପାରି ନେଇଥିବା ଅଭିଯୁକ୍ତକୁ ଖୋଜୁଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ । କିନ୍ତୁ ସେପଟେ ଅଭିଯୁକ୍ତ ସ୍ତ୍ରୀ ସିଲ୍‌ସିଲା ବେହେରା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଡ୍ରାଇଭର ସହିତ ମୋର ସଂପର୍କ ନାହିଁ । ସ୍ୱାମୀଙ୍କୁ ହତୟଆ ପାଇଁ ସୁପାରି ଦେଇଥିବା କଥା ମଧ୍ୟ ମିଛ । ତେବେ ସିଲ୍‌ସିଲା ବେହେରା ଓଲଟା ଅଭିଯୋଗ କରିଛନ୍ତି, ଅନ୍ୟ ଝିଅଙ୍କ ସହିତ ସ୍ୱାମୀଙ୍କ ଖରାପ ସଂପର୍କ ଅଛି ।

ପୁରୀରେ ରହିବା ବେଳେ ସ୍ୱାମୀଙ୍କ କାରନାମା ସଂପର୍କରେ ଥାନାରେ ଜଣାଇଥିଲେ ସିଲ୍‌ସିଲା କହିଛନ୍ତି । ସ୍ୱାମୀଙ୍କ ଅଭିଯୋଗକୁ ନେଇ ସେ କହିଛନ୍ତି, ପୁଲିସ ଠିକରେ ତଦନ୍ତ କରିନାହିଁ । ତେଣୁ କୋର୍ଟକୁ ଯିବି । ତେବେ ସେପଟେ ସିଲ୍‌ସିଲା ବେହେରାଙ୍କ ସଂପର୍କରେ ଏକ ଚାଞ୍ଚଲ୍ୟକର କଥା ସାମ୍ନାକୁ ଆସିଛି ।

ସୁନ୍ଦର ପଦାର ଯେଉଁ ଆପାର୍ଟମେଣ୍ଟରୁ ଅଭିଯୁକ୍ତ ପ୍ରେମିକ ଅଶୋକ ସାହୁ ଗିରଫ ହୋଇଥିଲେ, ସେହି ଆପାର୍ଟମେଣ୍ଟର ସଂପାଦକ କହିଛନ୍ତି, ଏହି ଅଞ୍ଚଳରେ ଅଶୋକକୁ ନିଜ ସ୍ୱାମୀ ବୋଲି ପରିଚୟ ଦେଉଥିଲେ ସିଲ୍‌ସିଲା । ନିଜର ନାଁ ବଦଳାଇ ମାସେ ହେଲା ଏହି ଆପାର୍ଟ ମେଣ୍ଟରେ ରହୁଥିଲେ । ତେବେ ସେପଟେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି, ଅଭିଯୁକ୍ତ ସ୍ତ୍ରୀ ଓ ସୁପାରି କିଲର ଧରାପଡ଼ିବା ପରେ ସତ ସାମ୍ନାକୁ ଆସିବ ।

ମଞ୍ଚେଶ୍ୱର ରେଲୱେ ଓ୍ୱାର୍କସପ୍‌ରେ କାମ କରୁଥିବା ସେକ୍ସନ ଇଞ୍ଜିନିୟର ବିନାୟକ ବେହେରା ଅଭିଯୋଗ କରିଥିଲେ । ତାଙ୍କ ସ୍ତ୍ରୀ ଓ ଡ୍ରାଇଭର ମଧ୍ୟରେ ପରକୀୟା ପ୍ରୀତି ରହିଛି । ତାଙ୍କୁ ରାସ୍ତାରୁ ହଟାଇବାକୁ ଲକ୍ଷେ ଟଙ୍କାର ସୁପାରି ଦିଆଯାଇଥିଲା । ସୁପାରି କିଲର ଆକ୍ରମଣରେ ଆହତ ହୋଇଥିବା କଥା ମଧ୍ୟ କହିଥିଲେ ବିନାୟକ । ଗତ ବୁଧବାର ଡ୍ରାଇଭର ଅଶୋକ ସାହୁକୁ ଗିରଫ କରିଥିଲା ପୁଲିସ୍‌ ।

ତେବେ ସେ କିନ୍ତୁ ଏହି ସବୁ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ଏବଂ ସେ କହିଛନ୍ତି, ଡ୍ରାଇଭର ସହିତ ମୋର ସଂପର୍କ ନାହିଁ ।  ସ୍ୱାମୀଙ୍କୁ ହତୟଆ ପାଇଁ ସୁପାରି ଦେଇଥିବା କଥା ମଧ୍ୟ ମିଛ ।  ଓଲଟା ସେ ଅଭିଯୋଗ କରିଛନ୍ତି, ଅଲଗା ଝିଅଙ୍କ ସହିତ ସ୍ବାମୀଙ୍କ ଖରାପ ସଂପର୍କ ଅଛି ।  ପୁରୀରେ ରହିବା ବେଳେ ସ୍ବାମୀଙ୍କ କାରନାମା ସଂପର୍କରେ ସେ ଥାନାରେ ମଧ୍ୟ ଜଣାଇଥିବା କହିଛନ୍ତି । ଏହା ପରେ ସବୁ ପ୍ରମାଣ ଦେବେ ବୋଲି ମଧ୍ୟ କହିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *