ସ୍ୱାମୀର ପରିଚୟ ଦେଇ ରୁହୁଥିଲା ଡ୍ରାଇଭର…ଦେଖନ୍ତୁ ଏ ନେଇ କଣ କହୁଛନ୍ତି ଆପାର୍ଟମେଣ୍ଟ ମାଲିକ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ମହିଳାଙ୍କୁ ପାଗଳ କଲା ଡ଼୍ରାଇଭର ପ୍ରେମ । ସ୍ୱାମୀଙ୍କୁ ହତ୍ୟା ପାଇଁ ସ୍ତ୍ରୀ ଦେଲା ସୁପାରୀ । ଡ୍ରାଇଭର ପ୍ରେମରେ ପାଗଳ ଜଣେ ମହିଳା ତାଙ୍କ ଇଞ୍ଜିନିୟର ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚନା କରି ସୁପାରୀ କିଲର ନିୟୋଜିତ କରିବା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଇଞ୍ଜିନିୟର ସ୍ୱାମୀକୁ ମାରିବାକୁ ହୋଇଥିବା ଷଡ଼ଯନ୍ତ୍ରରେ ପୋଲିସ ଡ଼୍ରାଇଭରକୁ ଗିରଫ କରିଛି ।

ଅଭିଯୁକ୍ତ ଡ଼୍ରାଇଭର ଅନୁଗୁଳ ହାଟତୋଟା ଅଞ୍ଚଳର ଅଶୋକ ସାହୁ । ତେବେ ଚଢ଼ଉ ପୂର୍ବରୁ ମାଷ୍ଟର ମାଇଣ୍ଡ ଇଞ୍ଜିନିୟରଙ୍କ ସ୍ତ୍ରୀ ଓ ସୁପାରୀ କିଲର ଫେରାର ହୋଇ ଯାଇଛନ୍ତି। ତେବେ ସୂଚନାଯୋଗ୍ୟ ଯେ ଅଭିଯୋଗକାରୀ ମଞ୍ଚେଶ୍ଵର ଠାରେ ରେଲୱେ ଚାକିରି କରୁଥିଲେ । ତାଙ୍କ ପାଖରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଅଭିଯୁକ୍ତ ଅଶୋକ । ଇତି ମଧ୍ୟରେ ଇଞ୍ଜିନିୟର ବାବୁ ଜଣଙ୍କର ପୁରୀକୁ ବଦଳି ହୋଇଥିଲା ।

ଏହି ସୁଯୋଗରେ ଡ୍ରାଇଭର ଓ ଇଞ୍ଜିନିୟର ପତ୍ନୀ ପ୍ରେମରେ ପଡିବା ସହ ଅନୈତିକ ସମ୍ପର୍କ ରଖିଥିଲେ ଏବଂ ନିଜ ଡ୍ରାଇଭର କୁ ନିଜ ସ୍ୱାମୀ ବୋଲି ମଧ୍ୟ ପରିଚୟ ଦେଉଥିଲେ ସ୍ତ୍ରୀ । ତେବେ ଏ ନେଇ ଇଞ୍ଜିନିୟର ଜଣଙ୍କ ଜାଣିବା ପରେ ପତ୍ନୀଙ୍କୁ ତାଗିଦ କରିବା ସହ ଅନେକ ସମୟରେ ଏଇ ଘଟଣାକୁ ନେଇ ପାରିବାରିକ କଳହ ସୃଷ୍ଟି ହେଉଥିଲା। ତେବେ ଡ୍ରାଇଭର ଓ ପତ୍ନୀଙ୍କ ପ୍ରେମରେ ବାଧକ ସାଜିବାରୁ ସ୍ବାମୀକୁ ହଟାଇବାକୁ ଷଡଯନ୍ତ୍ର ରଚିଥିଲା ସ୍ତ୍ରୀ ।

ଏଥିରେ ଡ୍ରାଇଭର ଅଶୋକ ଓ ସୁପାରି କିଲର ଜିତେନ୍ଦ୍ର ପ୍ରଧାନ ସାମିଲ ରହିଥିଲେ । ଏହି ଯୋଜନାକୁ ସାକାର କରିବା ନିମନ୍ତେ ସେମାନେ ଜିତେନ୍ଦ୍ର କୁମାର ପ୍ରଧାନ ସହ ଆଉ କିଛି ଲୋକଙ୍କ ଜରିଆରେ ମାର୍ଚ୍ଚ ୧୬ ସନ୍ଧ୍ୟାରେ ଅଭିଯୋଗକାରୀ ଇଞ୍ଜିନିୟର ଜଣକ ଭ୍ରମଣରେ ଯାଉଥିବା ବେଳେ ସ୍ପୋର୍ଟସ କମ୍ପ୍ଲେକ୍ସ ନିକଟରେ ଆକ୍ରମଣ କରିଥିଲେ । ଲୁହା ପାଇପ ଓ ପ୍ଲାଷ୍ଟିକ ପାଇପରେ ଜିତେନ୍ଦ୍ର ପ୍ରଧାନ ଏବଂ ଅଭିଯୁକ୍ତ ଅଶୋକ ସାହୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ତେବେ ଆକ୍ରମଣରେ ଆହତ ହୋଇ ଇଞ୍ଜିନିୟର ଜଣଙ୍କ ବହୁ କଷ୍ଟରେ ଘଟଣା ସ୍ଥଳରୁ ଦୌଡି ପଳାଇଯାଇ ନିଜକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ଏହି ଘଟଣା ପରେ ଅଭିଯୁକ୍ତ ମାନେ ପୋଲିସ ହାତରେ ଧରା ନପଡିବା ଲାଗି ନିଜ ରହିବା ଘର ବଦଳାଇ ଅନ୍ୟ ସ୍ଥାନକୁ ପଳାଇ ଯାଇଥିଲେ । ଏନେଇ ମଞ୍ଚେଶ୍ଵର ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିବା ସହ ଏକ ବିଶ୍ଵସ୍ତ ସୂତ୍ରକୁ ଆଧାର କରି ଚଢାଉ ଜରିଆରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ପଚରା ଉଚରା ସମୟରେ ସେ ନିଜ ଦୋଷ ସ୍ଵୀକାର କରିଥିଲେ । ତେବେ ଅଭିଯୁକ୍ତଙ୍କ ନାମରେ ଏହି ଘଟଣାକୁ ନେଇ ଚନ୍ଦ୍ରଶେଖରପୁର ଥାନାରେ ଏପ୍ରିଲ ୪ ତାରିଖରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି । ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ସୁପାରି କିଲର ଜିତେନ୍ଦ୍ର ଓ ସହଯୋଗୀଙ୍କୁ ଗିରଫ ଲାଗି ପ୍ରୟାସ ଜାରି ରଖିଛି ପୋଲିସ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *