10 Interesting Gk Questions- ଖାଇବାକୁ ଦେଲେ ବଞ୍ଚେ କିନ୍ତୁ ପିଇବାକୁ ଦେଲେ ମରିଯାଏ ? କୁହନ୍ତୁ ତାହା କଣ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଓଡିଆ ଢଗର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଢଗ ବିଷୟରେ ।

୧. ଖାଇବାକୁ ଦେଲେ ବଞ୍ଚେ, ପିଇବାକୁ ଦେଲେ ମରେ । ସେ କିଏ ?

ଉତ୍ତର- ନିଆଁକୁ ଯେତେ ଖାଇବାକୁ ଦେବ ସେ ଜଳେ ହେଲେ ପାଣି ପକେଇଲେ ମରିଯାଏ ।

୨. ଗୋଟିଏ ଗାଡି, ଚାରୋଟି ପାଇଲଟ ?

ଉତ୍ତର- କୋକେଇ ଗୋଟିଏ ହେଲେ ଚାରି ଜଣ ଚାରି ପଟରୁ ଧରିଥାନ୍ତି /

୩. ଜଣେ ଲୋକ ୩ ଟଙ୍କାରେ ନଡିଆ କିଣି ୨ ଟଙ୍କାରେ କିଛି ଦିନ ବିକିଲା ପରେ ସେ କେମିତି ଲକ୍ଷପତି ହେଲା ?

ଉତ୍ତର- ସେ ଲୋକ ପୂର୍ବରୁ କୋଟିପତି ଥିଲା ଯେହେତୁ ସେ ଏକ ଟଙ୍କା ଲସରେ ବିକିଲା ତେଣୁ ସେ କୋଟିପତିରୁ ଲକ୍ଷପତିକୁ ଆସିଗଲା ।

୪. ଗୋଟିଏ ଟେବୁଲ ଉପରେ, ଦୁଇଟି ପ୍ଳେଟରେ ଦୁଇଟି ସେଓ ଅଛି, ନ କାଟି କେମିତି ୩ ଜଣ ଲୋକ ଖାଇବେ ?

ଉତ୍ତର- ଅନ୍ୟଟି ଟେବୁଲ ଉପରେ ଅଛି ତେଣୁ ତିନି ଜଣ ଲୋକ ନ କାଟିକି ଆରାମରେ ଖାଇଦେବେ ।

୫. ଓଠରେ ଓଠକୁ ମିଶାଇଲେ କଣ ହୁଏ ?

ଉତ୍ତର- ଓଠ କୁ ଓଠରେ ମିଶାଇଲେ ପାଟି ବନ୍ଦ ହୋଇଯାଇଥାଏ ।

୬. ବିରାଟ ଦେହ ମୋ ଶୂନ୍ୟରେ ଝୁଲେ ସବୁ ସାଇତିଛି ମୋହରି କୋଳେ ?

ଉତ୍ତର- ପୃଥିବୀ ହେଉଛି ବିରାଟ ବଡ ଯାହାକି ଶୂନ୍ୟରେ ଝୁଲୁଛି ଆଉ ପୃଥିବୀ ବହୁତ ଗୁଡିଏ ଜିନିଷ ସାଇତି ରଖିଛି ।

୭. ରାତିରେ ଜନମି ରାତିରେ ମରେ ଅନ୍ଧାରକୁ ସିଏ ଆଲୁଅ କରେ ?

ଉତ୍ତର- ଜହ୍ନ ରାତିରେ ଦେଖାଯାଇଥାଏ ସକାଳେ ଦେଖାଯାଇ ନଥାଏ । ଅନ୍ଧାରରେ ଜହ୍ନ ଥିବାରୁ ଆଲୁଅ ହୋଇଥାଏ ।

୮. ସୂର୍ଯ୍ୟଙ୍କ ଠାରୁ ଅଧିକ ଗରମ—-ନାହିଁ, ବାଦସାହକୁ—- ଦରକାର ନାହିଁ,

ଭିକାରି ପାଖରେ—- ନାହିଁ,

ଯିଏ—- ନଖାଇବ ସେ ମରିଯିବ, ଗୋଟିଏ ଉତ୍ତର ହେବ ?

ଉତ୍ତର- କିଛି

୯. ପୋଷା ମାନେ କିନ୍ତୁ ନୁହେଁ ସେ ପ୍ରାଣୀ, ଶୁଖିଲା ଖାଏ ସେ ପିଏନି ପାଣି, ପେଚା ନୁହେଁ କିନ୍ତୁ ଅନ୍ଧାରରେ ଦେଖେ ସାହାର୍ଯ୍ୟ କରେ ସେ ରଖିଲେ ପାଖେ ?

ଉତ୍ତର- ଟର୍ଚ

୧୦. ଯାଁଳା ଆମେ ଭାଇ ଭଉଣୀ ମୁଗ ବିରି କୋଳଥ ଖାଉ ଚଟ କିନି ?

ଉତ୍ତର- ଚକି ବା ଘୋରଣା ହେଉଛି ଏହାର ସଠିକ ଉତ୍ତର ।

Leave a Reply

Your email address will not be published. Required fields are marked *