ପାଠ ପଢାରେ ମନ ଲାଗୁ ନାହିଁ ? ତ ଥରେ ଏହାକୁ ନିଶ୍ଚୟ ପଢନ୍ତୁ

ସାଧାରଣତଃ ମଣିଷ ଜୀବନରେ ସଫଳତା ପାଇବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ କରିବାକୁ ପଡିଥାଏ । ୧୪ ବର୍ଷ ରୁ ୨୪ ବର୍ଷ ମଧ୍ୟରେ ଆପଣ ମାନେ ଯାହା କରିଥିବେ ଆପଣଙ୍କୁ ନିଜ ଆଗାମୀ ଜୀବନରେ ତାହାର ଫଳ ମିଳିବ । ସାଧାରଣତଃ ପିଲା ବେଳରୁ ବଡ ହେଲା ପର୍ଯ୍ୟନ୍ତ ପାଠ ପଢିବାକୁ ପଡିଥାଏ । ହେଲେ ବହୁତ ପିଲା ଏମିତି ଅଛନ୍ତି ଯେଉଁ ମାନଙ୍କୁ ପାଠ ପଢିବା ପାଇଁ ମନ ଲାଗେ ନାହିଁ। । ସେଥିପାଇଁ ଆଜି ଆମେ ଆପଣ ମାନଙ୍କୁ ଏହି ଆର୍ଟିକିଲରେ ଏମିତି କିଛି କଥା କହିବୁ ଯାହାକୁ ପଢିବା ପରେ ଆପଣ ମାନେ ଠିକ ଭାବରେ ପାଠ ପଢି ପାରିବେ ।

କେତେକ ପିଲା ଏମିତି ଅଛନ୍ତି ଯେଉଁ ମାନେ ପାଠ ପଢିବା ପାଇଁ ଏକ ନିର୍ଦ୍ଧିଷ୍ଟ ସମୟ ବାହାର କରି ପାରନ୍ତି ନାହିଁ । ବହୁତ ପିଲାଙ୍କ ମତରେ ସେମାନେ ପାଠ ପଢା ଏକ ତାରିଖ ବା ଏକ ବାରରେ ଆରମ୍ଭ କରିବା ପାଇଁ ଚାହାଁନ୍ତି, ନିର୍ଦ୍ଧିଷ୍ଟ ସମୟରେ ପଢିବା ପାଇଁ ଭାବନ୍ତି ହେଲେ ସେମାନେ ସେହି ସମୟରେ ମଧ୍ୟ ପଢି ପାରନ୍ତି ନାହିଁ । ଆଜି ନୁହେଁ କାଲୀ ପଢିବି, କାଲୀ ନୁହେଁ ପରେ ପଢିବି ଏମିତି ସମୟ ବିତିଯାଏ । ଫଳରେ ଆମ ରେଜଲ୍ଟ ଖରାପ ହୋଇଥାଏ ।

ହେଲେ ଗୋଟେ ଦିନ ଏମିତି ଆସିବ ଯେଉଁ ଦିନ ଆପଣ ଏହି ଦୁନିଆରେ ନଥିବେ ସେ ଦିନ କଣ ଏହି କଥା କହିବେ ନିଜକୁ ଯେ ଆପଣ କାଲି ଠାରୁ ପାଠ ପଢିବେ । ହେଲେ ଏହି କଥା ପୂର୍ବରୁ ନିଜ ମାତା ପିତାଙ୍କ କଥା ଭାବି ଦେଖନ୍ତୁ, ସେମାନେ ଆପଣଙ୍କ ଉପରେ କେତେ ଆଶା ରଖିଛନ୍ତି । ଆପଣଙ୍କୁ ଭଲ ସେ ପାଠ ପଢେଇବା ପାଇଁ ସେମାନେ କେତେ କଷ୍ଟ କରୁଛନ୍ତି । ସମୟ ବହୁତ ମୂଲ୍ୟବାନ ତାହାକୁ ଉପଯୋଗ କର । ଏହି ସମୟ ଆଉ ଫେରି ଆସିବ ନାହିଁ ।

 

ଆପଣ ଆଜି ବର୍ତ୍ତମାନ ସମୟରେ ଭାବି କୁହନ୍ତୁ ଆପଣ ନିଜ ଜୀବନରେ କଣ ହେବା ପାଇଁ ଚାହୁଁଛନ୍ତି । ପାଠ ପଢିବାରେ ସବୁଠୁ ବଡ ବାଧା ହେଉଛି ମୋବାଇଲ ଫୋନ । ତେଣୁ ଆପଣ ବର୍ତ୍ତମାନ ନିଜ ମୋବାଇଲରୁ ସେହି ସବୁ ଜିନିଷ ହଟେଇ ଦିଅନ୍ତୁ ଯାହା ଆପଣଙ୍କ ପାଠ ପଢାରେ ବାଧା ସୃଷ୍ଟି କରୁଛି । ଅଧିକାଂଶ ଲୋକଙ୍କ ମତରେ ସେମାନେ ପଢିବାକୁ ଚାହାନ୍ତି ହେଲେ ତାଙ୍କର ପାଠ ପଢିବାରେ ମନ ଲାଗେ ନାହିଁ । ସେହି ସମୟରେ ଥରେ ସେହି ମାତା ପିତାଙ୍କ କଥା ଭାବନ୍ତୁ ଯିଏ ତୁମ ପାଇଁ ଏତେ କଷ୍ଟ କରୁଛନ୍ତି । ଥରେ ପାଠ ପଢିବା ପାଇଁ ଚେଷ୍ଟା କରି ଦେଖନ୍ତୁ, ଦେଖିବେ ଆପଣ କେବେ ବି ପାଠ ପଢାରେ ବିଫଳ ହେବେ ନାହିଁ ।

ଚେଷ୍ଟା କରୁଥିବା ଲୋକମାନେ କେବେ ବି ନିଜ ଜୀବନରେ ହାରନ୍ତି ନାହିଁ । କମ ସେ କମ ନିଜ ମାତା ପିତାଙ୍କ ପାଇଁ ହେଉ ବା ନିଜ କାରିୟର ପାଇଁ ଚେଷ୍ଟା କରି ଦେଖନ୍ତୁ । ଦେଖିବେ ଆପଣ କେବେ ବି ବିଫଳ ହେବେ ନାହିଁ । ସମସ୍ତଙ୍କ ଜୀବନରେ ଏମିତି କିଛି ସ୍ଵପ୍ନ ରହିଥାଏ, ଯାହା ପାଇଁ ସେମାନେ ଅପାର କଷ୍ଟ କରିଥାନ୍ତି ।

ନିଜ ସ୍ଵପ୍ନ ପାଇଁ ପାଠ ପଢି ଦେଖନ୍ତୁ, ଦେଖିବେ ଆପଣ ନିଶ୍ଚିତ ସଫଳ ହେବେ । ପାଠ ପଢିବା ଦ୍ଵାରା ଆପଣ ନିଜ ଜୀବନରେ ସଫଳ ହେବା ସହ ନିଜ ମାତା ପିତାଙ୍କ ସ୍ଵପ୍ନ, ନିଜ ସ୍ଵପ୍ନ ଓ ସମାଜରେ ମାନ ସମ୍ମାନ ପାଇବେ, ତେଣୁ ଏହି କଥା ବିଷୟରେ ଭାବି ଆଜି ଏବେ ଠାରୁ ପାଠ ପଢିବା ଆରମ୍ଭ କରନ୍ତୁ ।

ଆଶା କରୁଛୁ ଆମର ଏହି ଲେଖାଟି ସମସ୍ତଙ୍କୁ ନିଶ୍ଚୟ କିଛି ପ୍ରେରଣା ଯୋଗାଇବ । ଭଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ ଓ ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *